ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋବାଇଲ୍ ଦକ୍ଷତା ବିକାଶ ଭ୍ରାମ୍ୟମାଣ ଜାନ ଉଦଘାଟନ କଲେ – ଜିଲ୍ଲାପାଳ 

ମୋବାଇଲ୍ ଦକ୍ଷତା ବିକାଶ ଭ୍ରାମ୍ୟମାଣ ଜାନ ଉଦଘାଟନ କଲେ – ଜିଲ୍ଲାପାଳ 

ଭବାନୀ ପାଟନା, ତା 20/2/25 ରିଖ ଆଜି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଙ୍କ ଦ୍ଵାରା ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳରେ ଯୁବ ଗୋଷ୍ଠୀଙ୍କ ଦକ୍ଷତା ତଥା ନିଯୁକ୍ତି ର ସୁଯୋଗ ଓ ବିକାଶ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରୁ ଭ୍ରାମ୍ୟମାଣ ତାଲିମ୍ କେନ୍ଦ୍ର ର ଉଦଘାଟିତ ହୋଇଯାଇଛି। ରାଜ୍ୟର ପ୍ରଥମ ଥର ପାଇଁ ଏହି .ପ୍ରକାରର ଭ୍ରାମ୍ୟମାଣ ଜାନ ରେ ଖଣି ସଙ୍କ୍ରାନ୍ତୀୟ ତାଲିମ୍, ତଥା ଖଣି ଇଲେକ୍ଟ୍ରିସିଆନ, ଖଣି    ୱେଲଲ୍ଡର , ଖଣି ଅପରେଟର, exavator ଅପରେଟର ପାଇଁ ଅତ୍ୟାଧୁନିକ ଜନ୍ତ୍ର ତଥା କୃତ୍ରିମ ବୁଦ୍ଧିମତ୍ତା, A I କୌଶଳ ମାଧ୍ୟମରେ ତାଲିମ୍ ଦିଆଯିବ। ଏହି ସ୍ଵତନ୍ତ୍ର ତାଲିମ୍ ଜାନ ରେ ଅଡିଓ, ଭିଡ଼ିଓ, computer ଦ୍ୱାରା ତାଲିମ୍ ଦିଆଯିବ । ତାଲିମ୍ ପରେ ପରେ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା ମଧ୍ଯ ରହିଛି । 

ଏହି ଜାନ ସମଗ୍ର ଜିଲ୍ଲାରେ ବୁଲି ବୁଲି ବେକାର ଯୁବକ ମାନଙ୍କୁ ସଚେତନ କରିବା ସହିତ ଦକ୍ଷ କରିବ । ଏହି ଯୋଜନା ଦ୍ୱାରା ଜିଲ୍ଲାର ବେକାରୀ ଦୂର ହେବା ସହିତ ଯୁବବର୍ଗ ରୋଜଗାର କ୍ଷମ ହେଇ ପାରିବେ ବୋଲି ଉଦଘାଟନୀ ସମାରୋହରେ ଜିଲ୍ଲାପାଳ କହିଥିଲେ।

କଳାହାଣ୍ଡି ଜିଲ୍ଲା ର DMFT ତଥା ପ୍ରଶାସନର ସହଯୋଗରେ ଏହି ସ୍ଵତନ୍ତ୍ର ତାଲିମ୍ ଜାନ କୁ ପ୍ରସ୍ତୁତ କରାଯାଇଛି। ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ପ୍ରଶାନ୍ତ କୁମାର ମିଶ୍ର, ଟିମ୍ ଲିଡ, DMFT ,ଅଜିତ ଉତ୍ତର ରାୟ, ଜିଲ୍ଲା ନିଯୁକ୍ତି ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । 

( ମ ନି ସ ) 

Related posts

ଗରିବଙ୍କ ବନ୍ଧୁ ଅର୍ଣ୍ଣାଡା ଶଙ୍କର ଦାସ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ବାଳ ଶ୍ରମିକ ବିରୋଧ ଦିବସ ଅବସରରେ ଆଇନ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଡ଼ାବୁଗାଁ ବ୍ଳକରେ ଧାନ ମଣ୍ଡି ଉଦଘାଟିତ

masiha

Leave a Comment

error: Content is protected !!