ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ତୁରୁ ମହିମା ଆଶ୍ରମ ରେ ବାର୍ଷିକ ଉତ୍ସବ ପାଳିତ 

କନ୍ତୁରୁ ମହିମା ଆଶ୍ରମ ରେ ବାର୍ଷିକ ଉତ୍ସବ ପାଳିତ 

ଢେଙ୍କାନାଳ (ମନିସ )1/3/25 // ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ତୁରୁ ଗ୍ରାମର ମହିମା ଆଶ୍ରମରେ ମହିମା ଅଲେଖ ଧ୍ଵନି ରେ କମ୍ପୁଛି ଆଶ୍ରମ l କନ୍ତୁରୁ ର ମହିମାଟୁଙ୍ଗି ଠାରେ ମହାସମାରୋହ ରେ ପାଳନ କରାଯାଉଛି ବାର୍ଷିକ ଉତ୍ସବ l ଆଜିକୁ ୨୦୦ ବର୍ଷ ପୂର୍ବେ ମହିମାଗୋସାଇଁ ଢେଙ୍କାନାଳ ଜିଲ୍ଲା ରେ ମହିମା ଧର୍ମ ର ପ୍ରଚାର ପାଇଁ ପାଞ୍ଚୋଟି ସ୍ଥାନ ରେ ମହିମା ଟୁଙ୍ଗି ନିର୍ମାଣ କରିଥିଲେ l ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ଯାକ ଜକମ ରେ ବାର୍ଷିକ ଉତ୍ସବ ପାଳିତ ହେଉଛି l ବିଶ୍ଵର କଲ୍ୟାଣ ନିମନ୍ତେ ମହିମାଟୁଙ୍ଗି ଠାରେ ଅଖଣ୍ଡଝାଡ଼ ପ୍ରଜ୍ବଳନ କରାଯାଇଥିବା ବେଳେ ଭଜନ, କୀର୍ତ୍ତନ ରେ ପରିବେଶ କମ୍ପି ଉଠିଥାଏ l ଗ୍ରାମ ଓ ସହର ର ବିଭିନ୍ନ ଅଞ୍ଚଳ ରୁ ହଜାର ହଜାର ମହିମା ଧର୍ମାଲମ୍ବୀ ମାନେ ଏଠାରେ ଉପସ୍ଥିତ ରହି ଗୁରୁ ଗୋସାଇଁ ଙ୍କ ଭଜନ, କୀର୍ତ୍ତନ ସହିତ ଘୃତାହୂତି ପ୍ରଦାନ କରି ବିଶ୍ୱର ମଙ୍ଗଳ କାମନା କରିଥାନ୍ତି l ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ପରେ ପରେ ଏଠା ରେ ବାର୍ଷିକ ଉତ୍ସବ ପାଳିତ ହେଉଥିବା ବେଳେ ସାଧୁସନ୍ଥ, ସନ୍ୟାସୀ ଓ ମହିମାଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥାଏ l କୋୖପନଧାରୀ ମହିମା ସମାଜ ର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସୁଶାନ୍ତ ବାବା ଙ୍କ ନେତୃତ୍ୱରେ ଓ ମହିମା ଆଶ୍ରମ ର କାର୍ଯ୍ୟକର୍ତ୍ତା ଙ୍କ ଉଦ୍ୟମ ରେ ଏଠାରେ ବାର୍ଷିକ ଉତ୍ସବ ପାଳିତ ହୋଇଥାଏ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

masiha

ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

masiha

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ 

masiha

Leave a Comment

error: Content is protected !!