ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁଏଆଇଏଲ ପକ୍ଷରୁ ୫୪ତମ ସୁରକ୍ଷା ସପ୍ତାହ ପାଳିତ  “ସୁରକ୍ଷା ଓ ସ୍ୱାସ୍ଥ୍ୟ ବିକଶିତ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ” 

ୟୁଏଆଇଏଲ ପକ୍ଷରୁ ୫୪ତମ ସୁରକ୍ଷା ସପ୍ତାହ ପାଳିତ 

“ସୁରକ୍ଷା ଓ ସ୍ୱାସ୍ଥ୍ୟ ବିକଶିତ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ” 

ରାୟଗଡା, ୪/୩; ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ୫୪ତମ ସୁରକ୍ଷା ସପ୍ତାହ ପାଳିତ ହୋଉଯାଇଅଛି । ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବିକଶିତ ଭାରତ ପାଇଁ ଗୁରୁତ୍ୱପୂର୍ଣ ଉଦ୍ଦେଶ୍ୟ ନେଇ କମ୍ପାନୀ ପରିସରରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାରଖାନା ମୁଖ୍ୟ ରବି ନାରାୟଣ ମିଶ୍ର ଯୋଗ ଦେଇ ସୁରକ୍ଷା ଶପଥକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ । ଏହି ଅବସରରେ କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କୁ ସଚେତନତା ନିମନ୍ତେ ଶ୍ରୀ ମିଶ୍ରଙ୍କ ଦ୍ୱାରା ଏକ ସଚେତନାତା ରଥ ଶୁଭାରମ୍ଭ ହୋଇଯାଇଅଛି । ଏଥିସହିତ କାରଖାନା ପରିସରରେ କର୍ମଚାରୀଙ୍କ ଦ୍ୱାରା ଶୋଭାଯାତ୍ରା ବାହାରି କାରଖାନା ସିସିଆର କାର୍ଯ୍ୟାଳୟରେ ପହଂଚି ଥିଲା । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କାରଖାନା ମୁଖ୍ୟ ଶ୍ରୀ ମିଶ୍ର, କର୍ମଚାରୀଙ୍କୁ ସୁରକ୍ଷା ସଂକ୍ରାନ୍ତରେ ସଚେତନତା ସହ ନିଜ କାର୍ଯ୍ୟସ୍ଥଳରେ କିପରି ସୁରକ୍ଷା ନିର୍ଦେଶାବଳୀ ଅନୁପାଳନ କରିବେ ସେନେଇ ମନ୍ତବ୍ୟ ଦେଇଥିଲେ । ଯଦି କାରଖାନା ପରିସରରେ ସୁରକ୍ଷା ସଂକ୍ରାନ୍ତୀୟ ମାର୍ଗଦର୍ଶିକା ପାଳନ ନହୁଏ, କର୍ମଚାରୀ ଉକ୍ତ କାର୍ଯ୍ୟ ନକରି ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ମନା କରିପାରିବେ ବୋଲି ସେ କହିଥିଲେ । କାରଖାନାର ପ୍ରତ୍ୟେକ କର୍ମଚାରୀ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି । ତେବେ କାରଖାନାର ସମସ୍ତ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ଓଡ଼ିଆ ଏବଂ ଇଂରାଜୀରେ ଶପଥ ପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜୟ କୁମରା ଏଫଏଚ ମାନବସମ୍ବଳ, ଉତ୍ତମ ଗିରି, ଏଫଏଚ ଅପରେଶନ, ବିଶ୍ୱଜିତ ଜୋବରଦାର ଏଫଏଚ ସେଫଟି ଓ ଫାୟାରଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିପଦର ବଂଧୁ ସେବା ସଙ୍ଗଠନ ତରଫରୁ ସହାୟତା ପ୍ରଦାନ 

masiha

ସ୍ୱର୍ଗତ ମହମ୍ମଦ ରଫି ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

Sunil Chandra Nayak

ମିଲେଟ ମିଶନ ଅଧୀନରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କୃତ ହେଲା ରାୟଗଡ ଜିଲ୍ଲା 

masiha

Leave a Comment

error: Content is protected !!