ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ୟାନସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ କେଶ ଦାନ କଲେ ସାଇଜ୍ଯୋତ୍ସା

କ୍ୟାନସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ କେଶ ଦାନ କଲେ ସାଇଜ୍ଯୋତ୍ସା

ଖଇରା,୦୪/୩/୨୫ – ବାର ବର୍ଷ ଝିଅ ସାଇଜ୍ଯୋତ୍ସ୍ନା ନାୟକ କ୍ୟାନ୍ସର ପୀଡ଼ତାଙ୍କୁ କେଶ ଦାନ କରି ଚର୍ଚ୍ଚାରେ । ଯେଉଁଥି ପାଇଁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବଡନୁଆଗାଁ ପଞ୍ଚାୟତ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମର ଜୟନ୍ତ କୁମାର ନାୟକ ଓ ରାଜଲକ୍ଷ୍ମୀ ନାୟକଙ୍କ ଏକ ମାତ୍ର ଝିଅ ସାଇଜ୍ଯୋତ୍ସ୍ନା ନାୟକ କ୍ୟାନ୍ସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ନିଜର ୧୪ ଇଞ୍ଚ୍ କେଶ ଦାନ କରିଛନ୍ତି । କ୍ୟାନ୍ସର ପୀଡ଼ିତା କେମୋ ନେବା ପରେ କେଶ ଝଡି ଯାଇ ଥାଏ । ଘରୁ ବାହାରକୁ ବାହାରିବାକୁ ସଙ୍କୋଚ ଅନୁଭବ କରନ୍ତି । ଏହି ଦାନ କରି ଥିବା କେଶକୁ ନେଇ ୱିଗି/କେଶୀ ତିଆରି କରି କ୍ୟାନ୍ସର ପୀଡ଼ିତାଙ୍କୁ ଉପହାର ସ୍ବରୂପ ପ୍ରଦାନ କରାଯାଉଛି । ଏମିତି ଏକ କାର୍ଯ୍ୟ ଶୋପଭା ଟ୍ରଷ୍ଟ ତରଫରୁ କରାଯାଉଛି । ସାଇଜ୍ଯୋତ୍ସ୍ନା ଏକ ସରକାରୀ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢନ୍ତି । କଥାରେ ଅଛି ଭଗବାନ ଗୋଟେ ରାସ୍ତା ବନ୍ଦ କଲେ ଆଉ ଚାରୋଟି ରାସ୍ତା ଖୋଲି ଦିଅନ୍ତି । ତୁଳସୀ ଦୁଇ ପତ୍ରରୁ ବାସିବା ପରି ପାଠ ପଢ଼ାରେ, ନାଚରେ, ଗୀତରେ, ଖେଳରେ ଆଉ ଚିତ୍ର ଆଙ୍କିବା ସବୁଥିରେ ସେ ଦକ୍ଷ । ସେ ଜଣେ ଥାଲାସେମିଆ ରୋଗୀ ପ୍ରତି ୧୮ ଦିନରେ ବାଲେଶ୍ବର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ରକ୍ତ ନେଇ ଥାଏ । ସେ ଯେତେବେଳେ ୬ ମାସର ହୋଇଥିଲା ରକ୍ତହୀନତା ରୋଗ ବୋଲି ଜଣା ପଡ଼ିଥିଲା । ସେବେଠାରୁ ଏପର୍ଯ୍ୟନ୍ତ ପ୍ରତି ୧୮ ଦିନ ବା ୨୦ ଦିନରେ ତାକୁ ରକ୍ତ ଯୋଗାଡ କରି ଦିଆଯାଉଥିବା ବେଳେ ସେ ମଧ୍ୟ ଅନ୍ୟ କାହା ପାଇଁ ଉଦାହରଣ ପାଲଟି ଯାଇଛନ୍ତି । କ୍ୟାନ୍ସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ କେଶ ଦାନ କରିଛନ୍ତି । ସୂଚନା ଥାଉ କି ସାଇଜ୍ଯୋତ୍ସାଙ୍କ ପିଉସୀ ହରପ୍ରିୟା ନାୟକ ସେ ଜଣେ ସମାଜ ସେବୀ । ସାମାଜିକ ଅନୁଷ୍ଠାନ (Social Organisation Professional Volunteer Action) ସୋପଭା ଟ୍ରଷ୍ଟ ପକ୍ଷରୁ ” କେଶ ଥିଲେ ଦିଅନ୍ତୁ, କେଶ ନ ଥିଲେ ୱିଗ ବା କେଶି ନିଅନ୍ତୁ ” ଏହି ଅଭିଯାନ ଆରମ୍ଭ କରିଥିଲେ । ସାଇ ଜ୍ଯୋତ୍ସ୍ନା କୁହନ୍ତି ମୁଁ ସିନା ରକ୍ତ ଦାନ କରି ପାରିବିନି ମୁଁ ତ କେଶ ଦାନ କରି ପାରିବି । ଓଡିଶାରେ ସେ କ୍ୟାନ୍ସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ କେଶ ଦାନ କରିବା ପରେ ୩ ବର୍ଷ ଭିତରେ ୨୫୦ ଜଣଙ୍କୁ କେଶ ଦାନ କରିବା ସହିତ ୩୫ ଜଣ କ୍ୟାନ୍ସର ପୀଡ଼ିତାଙ୍କୁ ୱିଗି ବା କେଶୀ ଉପହାର ସ୍ବରୂପ ପ୍ରଦାନ କରି ସାରିଛନ୍ତି । ତାଙ୍କ ପିଉସୀ ଦୁଇ ଥର କେଶ ଦାନ କରିବା ପରେ ତାଙ୍କରି ଠାରୁ ଅନୁପ୍ରାଣିତ ହୋଇ ସେ ଜଣେ ଥାଲାସେମିଆ ରୋଗୀ ହୋଇ ଥିଲେ ବି ତା’ର ମନୋବଳ ଏତେ ଦୃଢ଼ ଯେ ସାଇ ଜ୍ଯୋତ୍ସ୍ନା ତାଙ୍କର ୧୪ ଇଞ୍ଚ କେଶକୁ କ୍ୟାନ୍ସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ଦାନ କରି ସେ ଆଉ କାହା ପାଇଁ ଉଦାହରଣ ପାଲଟି ଯାଇଛନ୍ତି । ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛୁ ସାଇଜ୍ଯୋତ୍ସ୍ନା ଆମ ରାଜ୍ୟର ନାମ ଉଜ୍ଜ୍ବଳ କରନ୍ତୁ ବୋଲି କହି ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ପ୍ରୟାସରେ ରାଇରଙ୍ଗପୁରରେ କ୍ବେସ୍ କର୍ପ ପ୍ରାଇଭେଟ୍ ଲିମିଟେଡ ଆନୁକୁଲ୍ୟରେ ବୃହତ ନିଯୁକ୍ତି ମେଳା

Sunil Chandra Nayak

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଶ୍ନ କାଳ ଆଲୋଚନା ଅବସରରେ ଝରିଗାଁ ବିଧାୟକଙ୍କ ସମର୍ଥନ 

masiha

Leave a Comment

error: Content is protected !!