ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜରାଶ୍ରମରେ ପୁସ୍ତକ ଉନ୍ମୋଚନ ଓ ରଜମଉଜ ନାଟକ ଘୋଷଣା

ଜରାଶ୍ରମରେ ପୁସ୍ତକ ଉନ୍ମୋଚନ ଓ ରଜମଉଜ ନାଟକ ଘୋଷଣା

ଔପଦା,୧୦/୩/୨୫- ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଚଁପୁର ସ୍ଥିତ ଜରାଶ୍ରମ ପରିସରରେ ଏକ ବନ୍ଧୁ ମିଳନ ସହିତ ହରିହର ଦାଶ ଶର୍ମାଙ୍କ ଦ୍ଵାରା ରଚିତ ଗୀତି କାବ୍ୟ ପୁସ୍ତକ ” ନନାଙ୍କ ବସ୍ତାନି ” ଉନ୍ମୋଚିତ ହୋଇଥିଲା । ଏଥିରେ ବହୁ ବିଶିଷ୍ଟ ବ୍ଯକ୍ତି, ସାହିତ୍ୟକାର, କଥାକାର ଓ ନାଟ୍ୟକାର ମାନେ ଯୋଗ ଦେଇଥିଲେ । ଏହି ଆଡ଼ମ୍ବର ସମାରୋହରେ ଔପଦା ରଜମଉଜ ପାଇଁ ୨ ଗୋଟି ନାଟକ ” ମୁଁ ଔପଦା ବାଘ ” ଓ ” ହରି ମାଷ୍ଟ୍ରେ ବଞ୍ଚିଛନ୍ତି ” ଘୋଷଣା ହୋଇଥିଲା । ଶିକ୍ଷାବିତ୍ ହରିହର ଦାଶ ଶର୍ମାଙ୍କ ସଭାପତିତ୍ବରେ ତାଙ୍କ କରକମଳରେ ପୁସ୍ତକ ଉନ୍ମୋଚିତ ହୋଇଥିବା ବେଳେ ଯୋଗ ଦେଇଥିବା ବହୁ ବିଶିଷ୍ଟ ବ୍ୟକ୍ତି ମାନେ କରତାଳି ଦେଇ ସ୍ବାଗତ କରିଥିଲେ । ଏହି ଅବସରରେ ହରିହର ଦାଶ ଶର୍ମା ଏବଂ ତାଙ୍କ ସ୍ତ୍ରୀ ଜୟନ୍ତୀ ପାଢ଼ୀ, ବିଶିଷ୍ଟ ଆଇନଜୀବୀ ବିଚିତ୍ର କୁମାର ନନ୍ଦ, ସୁକାନ୍ତ କୁମାର ନାୟକ, ଔପଦା ବ୍ରହ୍ମ ସମିତିର ସଭାପତି ଦୈତାରି ପାଢ଼ୀ, ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ରାମେଶ୍ୱର ଦାଶ, ନିରଞ୍ଜନ ପ୍ରସାଦ ବାରିକ୍, ଅନିମା ପାଢ଼ୀ, ସନ୍ଧ୍ୟାରାଣୀ ପାଢ଼ୀ ଓ ଅନନ୍ତ ପ୍ରସାଦ ପାଢ଼ୀଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ କର୍ମୀ ମାନେ ଯୋଗଦାନ କରିଥିଲେ । ଏହି ଅବସରରେ ଏକ ପ୍ରିତି ଭୋଜନ ସମାଜର ଅବହେଳିତ ଓ ଦୁସ୍ଥ ଲୋକ ମାନଙ୍କୁ ତଳେ ଆସନ ପକାଇ ପରସା ଯାଇଥିଲା । ଶେଷରେ ହରିହର ଦାଶ ଶର୍ମାଙ୍କ ଗୀତି କାବ୍ୟ ପୁସ୍ତକ ” ନନାଙ୍କ ବସ୍ତାନି ” ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା । ସମସ୍ତେ ପୁସ୍ତକଟିକୁ ପଢ଼ି ବହୁ ମୂଲ୍ୟବାନ ମତାମତ ଦେଇଥିଲେ, ଯାହା ଉପସ୍ଥିତ ସମସ୍ତ ପୁସ୍ତକ ପ୍ରେମି ମାନଙ୍କ ହୃଦୟକୁ ସ୍ପର୍ଶ କରିଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ

masiha

ଗୁଣପୁର ଉଚ୍ଚ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା

Sunil Chandra Nayak

ନବରଙ୍ଗପୁର ଠାରେ” ଦିଶା “କମିଟି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!