ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ଦାଣ୍ଡ ସାହି ବିଦ୍ୟାଳୟର ବାର୍ଷିକ ଉତ୍ସବ 

ବଡ଼ଦାଣ୍ଡ ସାହି ବିଦ୍ୟାଳୟର ବାର୍ଷିକ ଉତ୍ସବ 

ଆସିକା ,୧୧/୩/୨୫ // ଧରାକୋଟ ସ୍ଥିତ ବଡ଼ଦାଣ୍ଡ ସାହି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହେ ସହ ପାଳନ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ସାକମ୍ବରି ଆଚାରି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବି ଇ ଓ ଲିଙ୍ଗରାଜ ସ୍ୱାଇଁ,ସମ୍ମାନିତ ଅତିଥି ଭାବରେ ଏ ବି ଇ ଓ ସିମାଞ୍ଚଳ ବେହେରା,ଶିକ୍ଷାବିତ ଲିଙ୍ଗରାଜ ପଣ୍ଡା,ଶିକ୍ଷକ ଭାସ୍କର ବାଡ଼ ତ୍ୟା, ପି ଟି ଏ ସଭାପତି ରାଜଲକ୍ଷ୍ମୀ ସାହୁ,ଉପ ସଭାପତି ମହେଶ୍ୱର ଗୌଡ଼ , ସମାଜ ସେବୀ ଅଶୋକ ଗୌଡ଼,ଅଙ୍ଗନୱାଡ଼ି କର୍ମୀ ଜୟଶ୍ରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଦ୍ଵାରା ବିବରଣୀ ପାଠ ପରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଉପସ୍ଥିତ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କ ଶୃଙ୍ଖଳା ଜ୍ଞାନ, ସମୟାନୁବର୍ତିତା ଓ ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷୟତ୍ରୀ ମିନତି ପତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

 

Related posts

ଦଲକି ଆଶ୍ରମ ବିଦ୍ୟାଳୟ ଠାରେ ପେରେଣ୍ଟସ ଏଜ ପାଟନର କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଲକ୍ଷ୍ମୀ ପୂଜା ଅବସର ରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ

masiha

ଜିଆରଏସ ଙ୍କ ବଦଳି ହେଲା ପରେ ମଧ୍ୟ ଛାଡିପାରୁନି ପଞ୍ଚାୟତର ମୋହ

Sunil Chandra Nayak

Leave a Comment

error: Content is protected !!