ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧନା କଲେ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନ ଅଧିକାରୀ

କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧନା କଲେ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନ ଅଧିକାରୀ

ଆଜିକୁ ୩ ବର୍ଷ ତଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଧ୍ୟକ୍ଷା ଭାବେ ଶ୍ରୀମତୀ ରିତା ଅଗ୍ରୱାଲ ଓ ବ୍ଲକ ଉପାଧ୍ୟକ୍ଷ ଭାବେ ଶ୍ରୀ ରାଜୀବ କୁମାର ଅଗ୍ରୱାଲ ସର୍ବ ସମ୍ମତ୍ତି କ୍ରମେ ନିର୍ବାଚିତ ହୋଇଥିଲେ। ବିଗତ ୩ ବର୍ଷ ମଧ୍ୟରେ କୋକସରା ବ୍ଲକ ର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ରେ ତାଙ୍କ ସହଯୋଗ ରେ ପାନୀୟ ଜଳ, ଗମନାଗମନ ପାଇଁ ରାସ୍ତା, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ତୃଣମୂଳ ସ୍ତର ରେ ବ୍ଲକ ର ସାମୁହିକ ବିକାଶ ଦିଗରେ ଅନବରତ ଚେଷ୍ଟା ଜାରି ରଖିଛନ୍ତି। ବୁଧବାର କୋକସରା ପଞ୍ଚାୟତ ସମିତି ଅନ୍ତର୍ଗତ ୨୨ ପଞ୍ଚାୟତ ର ସମିତି ସଭ୍ୟ, ସଭ୍ୟା, ସରପଞ୍ଚ, ଗଣମାଧ୍ୟମ ପ୍ରତିନିଧି ଓ କୋକସରା ବ୍ଲକ ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ସଭାପତିତ୍ୱ ରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମସ୍ତ ଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଛନ୍ତି। ଆମେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ, ଆମ ଭିତରେ ବ୍ଲକ ଏକତା ଅଛି, ବ୍ଲକ ର ଉନ୍ନତି ସାଧନ ପାଇଁ ମିଳିମିଶି ପ୍ରଶାସନ ସହ କାମ କରିବା ପାଇଁ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ କହିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ର ୨୨ ପଞ୍ଚାୟତ ର ଜନ ପ୍ରତିନିଧି, ବ୍ଲକ ଅଧିକାରୀ ଓ କର୍ମଚାରୀ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରସାୟନ ବିଜ୍ଞାନରେ ଅଧ୍ୟାପକଙ୍କ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧିଲାଭ

Sunil Chandra Nayak

ନଦୀ ଛାଡି କୁମ୍ଭୀରଙ୍କର ଏବେ ରାସ୍ତାରେ ଇଭିନିଂୱାକ୍ ଦେଖି ଭୟରେ ଦେଵେନ୍ଦ୍ରନାରାୟଣପୁରୁ ଵାସୀ

masiha

୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!