ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରବାହାଲକୁ ବ୍ଲକ ଦାବି ଜୋର୍ ଧରିଲା 

ଚାରବାହାଲକୁ ବ୍ଲକ ଦାବି ଜୋର୍ ଧରିଲା 

ଜୁନାଗଡ଼,୧୩/୩.(ନି.ପ୍ର):ରାଜ୍ୟରେ ନୂତନ ବ୍ଲକ ଗଠନ ଘୋଷଣା କରିବା ପରଠାରୁ ବିଭିନ୍ନ ଜିଲ୍ଲାରେ ବ୍ଲକ ଦାବି ପାଇ ଜୋର୍ ଧରିଥିବା ବେଳେ, କଳାହାଣ୍ଡି ଜିଲ୍ଲାର ୩୪ ଟି ପଞ୍ଚାୟତ ଥିବା ଜୁନାଗଡ଼ ବ୍ଲକ ଅର୍ନ୍ତଗତ ବହୁ ଦିନରୁ ଆଶାବାନ୍ଧି ରହିଥିବା ଚାରବାହାଲ ପଞ୍ଚାୟତ କୁ ବ୍ଲକ ପାଇଁ ଦାବି ଜୋର୍ ଧରିଛି । ଏହି ଚାରବାହାଲ ତତ୍କାଳୀନ ଗଡ଼ଜାତ ବଡ ପହିଲିପାର ର ରାଜଧାନୀ ଭାବେ ପରିଚିତ। ସଂପୃକ୍ତ ଗ୍ରାମ ପଞ୍ଚାୟତର ପ୍ରତିନିଧି ଦଳ ଜିଲ୍ଲାରୁ ରାଜଧାନୀ ଭୁବନେଶ୍ଵର ଯାଏଁ ନିଜର ଦାବୀ କୁ ପହଞ୍ଚାଇବାକୁ ଅଞ୍ଚଲବାସି ଅଣ୍ଟା ଭିଡିଛନ୍ତି। କିଛି ଦିନ ତଳେ ଏକ ପ୍ରତନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି। ଚାରବାହାଲ ଅଞ୍ଚଳ କୁ ଏକ ବ୍ଲକ ଗଠନ ପାଇଁ ଯେଉ ସବୁ ମାପଦଣ୍ଡ ଦରକାର ତାହା ସବୁ ଭିତ୍ତିଭୂମି ଥିବା ସହିତ ଭୌଗଳିକ ଅବସ୍ଥିତି ମଧ୍ୟ ଅଛି।ଚାରବାହାଲ ଜନ ଗଣନା ଅନୁଯାୟୀ ୨୦ ହଜାର ରୁ ଉର୍ଦ୍ଧ ଜନସଂଖ୍ୟା,। ବ୍ୟାଙ୍କ ସେବା ପାଇଁ ଆଖ ପାଖ ଅଞ୍ଚଳର ପ୍ରାୟ ୧୦ ଗୋଟି ପଞ୍ଚାୟତ ନିର୍ଭର କରିଥାନ୍ତି। ପ୍ରାଥମିକ କୃଷି ସମବାୟ ସମିତି ୩ରୁ ୪ ପଞ୍ଚାୟତ ଚାଷୀ ମାନଙ୍କୁ ସେବା ଯୋଗାଇବା ସହତି କଳାହାଣ୍ଡି ର ସର୍ବ ବୃହତ୍ ଧାନ ମଣ୍ଡି ଅଛି। ରାଜସ୍ବ ନୀରକ୍ଷକ (R.I) ଙ୍କ କା ଆଖ ପାଖ ଅଞ୍ଚଳ ର ବ୧୦ ଖଣ୍ଡ ଗ୍ରାମର ଲୋକ ନିର୍ଭର କରିଥାନ୍ତି , ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ଚାରବାହାଲ ଏକ ମୁଖ୍ୟ ପେଣ୍ଠ ସ୍ଥଳୀ।ବିଗତ ଦିନରେ ଚାରବାହାଲ କୁ ଉପଖଣ୍ଡ କରିବାର ଥିଲା କିନ୍ତୁ ଛତିଶଗଡ଼ ପାଖ ହେବା ହେତୁ ଧର୍ମଗଡ଼କୁ ଉପଖଣ୍ଡ ମାନ୍ୟତା ଦିଆଗଲା।ବହୁ ପୁରାତନ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟ ଚାରବାହାଲ ସେହି ସମୟରେ ହଷ୍ଟେଲର ସୁବିଧା ସହିତ ଆଖ ପାଖ ଅଞ୍ଚଳରୁ ଶହ ଶହ ବିଦ୍ୟାର୍ଥୀ ରହି ଶିକ୍ଷା ଲାଭ କରୁଥିଲେ ଏହି ଅଞ୍ଚଳ ରେ ଦିର୍ଘ୍ର ବର୍ଷ ହେବ ଡାକ୍ତର ଖାନା ୭ଟି ପଞ୍ଚାୟତ ର ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛି । ଏଣୁ ଏହି ଅଞ୍ଚଳ ର ଲୋକଙ୍କୁ ପ୍ରଶାସନିକ ସେବା ସହଜରେ ଯୋଗାଇବା ସହିତ ଏହି ଅଞ୍ଚଳର ବିକାଶ ପାଇଁ ବ୍ଲକ ଗଠନ କରିବା ଆବଶ୍ୟକ ଅଛି ବୋଲି ବୁଦ୍ଧିଜୀବମାନେ ମତବ୍ୟକ୍ତ କରିଛନ୍ତି।ଏହି ପ୍ରତିନିଧି ଦଳରେ ସରପଞ୍ଚ ପ୍ରତିନିଧି ରାମ ନାରାୟଣ ପଣ୍ଡା, ମିନକେତନ ଦଳପତି,ପ୍ରାଣ ପଣ୍ଡା,ରବି ନାରାୟଣ ଚଲାନ,ରୁଚେନ୍ ବାଗ,ନିକୁଞ୍ଜ ଚଲାନ,ଆଦିତ୍ୟ ପଣ୍ଡା, ଭୀଷ୍ମ ଧ ମଝି, ମହେନ୍ଦ୍ର ସିଂ, ପ୍ରମୁଖ ଦଳରେ ସାମିଲ ହୋଇ ଦାବି ଦେଇଛନ୍ତି ।ଚାରବାହାଲ , କଲୋପଲା, ମହିଚଲା, ସନ୍ନ୍ୟାସୀ କୁଣ୍ଡମାଳ, ମାଲିଗୁଡ଼ା, ହାବସ୍ପୂର୍, ଗୌଡ ଚ୍ଛେଣ୍ଡିୟା,ଦାସୀ ଗାଁ, ମୁଣ୍ଡୁରା ଗୁଡା, ବଡ ତେମରି, ରଣମାଲ, ମୋଟେର, ଡହ ଗାଁ, ତାରାପୁର, ନନ୍ଦ ଗାଁ କୁ ନେଇ ବ୍ଳକ ଦାବି କରିଛନ୍ତି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବାଲିଗୁଡାରେ ବୈଷୟିକ ଶିକ୍ଷା ସଚେତନ ରଥ ପରିକ୍ରମା 

Sunil Chandra Nayak

ଜେକେ କାଗଜ କଳ ପ୍ରତିଷ୍ଠାତା ଙ୍କ 139 ତମ ଜନ୍ମଦିନ ପାଳନ 

masiha

ବଦାନ୍ୟ ବୀର ବିପିନ ମିଶ୍ର

Sunil Chandra Nayak

Leave a Comment

error: Content is protected !!