ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ଉପଭୋକ୍ତା ଦିବସ ପାଳିତ 

ବିଶ୍ବ ଉପଭୋକ୍ତା ଦିବସ ପାଳିତ 

ରାଉରକେଲା: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅନ୍ତର୍ଗତ ସୁନ୍ଦରଗଡ ଜିଲ୍ଲା ବୈଧ,ମାପ ଓ ବିଜ୍ଞାନ ତଥା ସ୍ବେଚ୍ଛାସେବୀ ସଙ୍ଗଠନ ଉତ୍ସର୍ଗ ଆନୁକୂଲ୍ୟରେ ସେକ୍ଟର ୧୬ କମ୍ୟୁନିଟି ସେଣ୍ଟର୍ ଠାରେ ବିଶ୍ବ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି। ଏଥିରେ ବୈଧ,ମାପ ଓ ବିଜ୍ଞାନର ସହକାରୀ ନିୟନ୍ତ୍ରକ ବିଦ୍ୟୁତପ୍ରଭା ନାଥ ସଭାପତିତ୍ବ କରିଥିଲେ। ରାଉରକେଲା ର ଅତିରିକ୍ତ ଯୋଗାଣ ଓ ବେସାମରିକ ଅଧିକାରୀ ସଞ୍ଜୟ କୁମାର ସାହୁ ମୁଖ୍ୟଅତିଥି, ଅଧିବକ୍ତା ଅକ୍ଷୟ କୁମାର ସାହୁ ମୁଖ୍ୟବକ୍ତା ଓ ଅନ୍ୟତମ ଅତିଥି ଭାବେ ଉତ୍ସବର ସଭ୍ୟ ନାଟ୍ୟକାର ନରେନ ଦାସ, ଅଧିବକ୍ତା ରେଖା ଗୁପ୍ତା, ଜଗନ୍ନାଥ କ୍ଲଷ୍ଟର ର ସଭାପତି ଅର୍ଚ୍ଚନା ସାହୁ, ସମାଜସେବୀ କାମିନୀ ମହନ୍ତ, ଏକତା ଗୃପର ସଭାପତି ବସୁମତୀ ମହାନ୍ତି,ବୈଧ ମାପ ବିଜ୍ଞାନ ର ଅମିତ କୁମାର ଟେଟେ ପ୍ରମୁଖ ଯୋଗଦେଇ ବିଶ୍ବ ଉପଭୋକ୍ତା ଦିବସ ପାଳନ ର ତାତ୍ପର୍ଯ୍ୟ,ଏ ବର୍ଷର ଶୀର୍ଷକ ଏକ ଜୀବନଶୈଳୀର ଦୀର୍ଘ ସ୍ଥାୟୀ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ଆମ ବ୍ୟବହାର ପଦ୍ଧତିରେ ନିରପେକ୍ଷତା, ଦାୟିତ୍ଵ, ସ୍ଥିରତା, ଦୀର୍ଘସ୍ଥାୟୀ, ବିଚାରବନ୍ତ ଓ ଭୟକୁ ଦୂର କରିବା ଏବଂ ନୈତିକ ବ୍ୟାବସାୟିକ ଅଭ୍ୟାସ କୁ ପ୍ରୋତ୍ସାହିତ କରିବାପାଇଁ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ କୁ ଉତ୍ସବର ସମ୍ପାଦିକା ଲକ୍ଷ୍ମୀପ୍ରିୟା ମୁଦୁଲି ପରିଚାଳନା କରିଥିବା ବେଳେ ନାରାୟଣ ପ୍ରସାଦ ମହାନ୍ତ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଯୋଗଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋ ପାଳନ ମାଧ୍ୟମରେ ଗ୍ରାମୀଣ ଜୀବିକାରେ ନୂଆ ଆଶା ଓସିପିଏଲ୍ ଓ ସେବକଙ୍କ ସଂଯୁକ୍ତ ପଦକ୍ଷେପରେ ହେମଗିରର ସରବାହାଲ ଗ୍ରାମରେ “ଗୋ ପାଳନ ପ୍ରକଳ୍ପ” ଶୁଭାରମ୍ଭ

Sunil Chandra Nayak

ଜୁନାଗଡ଼ରେ ମାଁ ଠାକୁରାଣୀଙ୍କ ଝାମୁ ଯାତ୍ରା ସମ୍ପନ୍ନ, ଝାଞ୍ଜି ମଡ଼ା ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

Sunil Chandra Nayak

ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ ଦୁଇ କିଲୋମିଟର

masiha

Leave a Comment

error: Content is protected !!