ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ଉପଭୋକ୍ତା ଦିବସ ପାଳିତ 

ବିଶ୍ବ ଉପଭୋକ୍ତା ଦିବସ ପାଳିତ 

ରାଉରକେଲା: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅନ୍ତର୍ଗତ ସୁନ୍ଦରଗଡ ଜିଲ୍ଲା ବୈଧ,ମାପ ଓ ବିଜ୍ଞାନ ତଥା ସ୍ବେଚ୍ଛାସେବୀ ସଙ୍ଗଠନ ଉତ୍ସର୍ଗ ଆନୁକୂଲ୍ୟରେ ସେକ୍ଟର ୧୬ କମ୍ୟୁନିଟି ସେଣ୍ଟର୍ ଠାରେ ବିଶ୍ବ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି। ଏଥିରେ ବୈଧ,ମାପ ଓ ବିଜ୍ଞାନର ସହକାରୀ ନିୟନ୍ତ୍ରକ ବିଦ୍ୟୁତପ୍ରଭା ନାଥ ସଭାପତିତ୍ବ କରିଥିଲେ। ରାଉରକେଲା ର ଅତିରିକ୍ତ ଯୋଗାଣ ଓ ବେସାମରିକ ଅଧିକାରୀ ସଞ୍ଜୟ କୁମାର ସାହୁ ମୁଖ୍ୟଅତିଥି, ଅଧିବକ୍ତା ଅକ୍ଷୟ କୁମାର ସାହୁ ମୁଖ୍ୟବକ୍ତା ଓ ଅନ୍ୟତମ ଅତିଥି ଭାବେ ଉତ୍ସବର ସଭ୍ୟ ନାଟ୍ୟକାର ନରେନ ଦାସ, ଅଧିବକ୍ତା ରେଖା ଗୁପ୍ତା, ଜଗନ୍ନାଥ କ୍ଲଷ୍ଟର ର ସଭାପତି ଅର୍ଚ୍ଚନା ସାହୁ, ସମାଜସେବୀ କାମିନୀ ମହନ୍ତ, ଏକତା ଗୃପର ସଭାପତି ବସୁମତୀ ମହାନ୍ତି,ବୈଧ ମାପ ବିଜ୍ଞାନ ର ଅମିତ କୁମାର ଟେଟେ ପ୍ରମୁଖ ଯୋଗଦେଇ ବିଶ୍ବ ଉପଭୋକ୍ତା ଦିବସ ପାଳନ ର ତାତ୍ପର୍ଯ୍ୟ,ଏ ବର୍ଷର ଶୀର୍ଷକ ଏକ ଜୀବନଶୈଳୀର ଦୀର୍ଘ ସ୍ଥାୟୀ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ଆମ ବ୍ୟବହାର ପଦ୍ଧତିରେ ନିରପେକ୍ଷତା, ଦାୟିତ୍ଵ, ସ୍ଥିରତା, ଦୀର୍ଘସ୍ଥାୟୀ, ବିଚାରବନ୍ତ ଓ ଭୟକୁ ଦୂର କରିବା ଏବଂ ନୈତିକ ବ୍ୟାବସାୟିକ ଅଭ୍ୟାସ କୁ ପ୍ରୋତ୍ସାହିତ କରିବାପାଇଁ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ କୁ ଉତ୍ସବର ସମ୍ପାଦିକା ଲକ୍ଷ୍ମୀପ୍ରିୟା ମୁଦୁଲି ପରିଚାଳନା କରିଥିବା ବେଳେ ନାରାୟଣ ପ୍ରସାଦ ମହାନ୍ତ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଯୋଗଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମଞ୍ଚାଗାଁ ଗ୍ରାମ ପାଞ୍ଚାୟତ ର ଜଳ ବନ୍ଦୀ ଅଞ୍ଚଳ ଅଧିକାରୀମାନଙ୍କ ପର୍ଯ୍ୟଟନ ସ୍ଥଳୀ :ବିକାଶ ସ୍ୱପ୍ନ ୬ ଗ୍ରାମ ବାସୀଙ୍କ ପାଇଁ

masiha

ଓଭରହେଡ଼ ଟେଙ୍କ କାମ ପ୍ରାରମ୍ଭରୁ ନିମ୍ନ ମାନର କାମ ଅଭିଯୋଗ  

masiha

ୱାକର୍ସ କ୍ଳବର ୨୩ତମ ପ୍ରତିଷ୍ଠା ଦିବସ ପାଳନ

Leave a Comment

error: Content is protected !!