ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିତ୍ୟକ୍ତ ସ୍ଥାନରେ ପଡିଛି ରକ୍ତ ନମୁନା, ତଦନ୍ତ ଦାବି 

ପରିତ୍ୟକ୍ତ ସ୍ଥାନରେ ପଡିଛି ରକ୍ତ ନମୁନା, ତଦନ୍ତ ଦାବି 

ମ.ରାମପୁର ପ୍ରାଣୀ ବିଭାଗରେ ବିଭିନ୍ନ ସମୟରେ ଅନିୟମିତତା ହେଉଥିବା ଦେଖିବାକୁ ମିଳୁଥିବା ବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି।ଗାଈ, ଛେଳି ଭଳି ଗୃହପାଳିତ ପଶୁଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ବିନା ପରୀକ୍ଷାରେ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦିଆଯାଉଥିବା ଦେଖିବାକୁ ମିଳିଛି। ଫଳରେ ଯେଉଁ ଚାଷୀଙ୍କ ଗାଈ କିମ୍ବା ଛେଳି ଭଳି ଗୃହପାଳିତ ପଶୁଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥାଏ ପରୀକ୍ଷା କରାନଯାଇ ଫିଙ୍ଗିବା ଦ୍ଵାରା ରୋଗ ଚିହ୍ନଟ ହୋଇପାରିବ ନାହିଁ। ଫଳରେ ଚିକିତ୍ସା ଅଭାବରୁ ସେମାନଙ୍କ ମୃତ୍ୟୁ ଘଟିବ। ତେଣୁ ଏଥିପାଇଁ ଦାୟୀ କିଏ ରହିବ ବୋଲି ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।।ମ.ରାମପୁର ଭ୍ରାମ୍ୟମାଣ ପ୍ରାଣୀ ୟୂନିଟରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷାନକରି ଅଫିସ୍ ପରିସରରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।ରକ୍ତ ନମୁନା ସଂଗ୍ରହ କରୁଛନ୍ତି ହେଲେ ପରୀକ୍ଷା ପାଇଁ ପଠାଉନଥିବା ଅଭିଯୋଗ ହେଉଛି।ପୂର୍ବରୁ ଏହି ଚିକିତ୍ସାଧିକାରୀଙ୍କ ନାଁ ରେ ଭ୍ରାମ୍ୟମାଣ ପ୍ରାଣୀ ୟୂନିଟ ଭ୍ୟାନରେ ଡ୍ରାଇଭଂ ଶିଖୁଥିବା ଓ ଅନିୟମିତତା କରୁଥିବା ଅଭିଯୋଗକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା।ପରେ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କୁ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ବିଧାୟିକା ଚିଠି ସଂଖ୍ୟା ୬୪/୮୧ରେ ୧୮/୦୮/୨୪ତାରିଖରେ ବିଭାଗୀୟ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଲିଖିତ ଭାବେ ଏ ସମ୍ପର୍କରେ ଅବଗତ କରାଇଥିଲେ। ହେଲେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଘଟଣାକୁ ଚପାଇ ଦେଇଥିଲେ। ଫଳରେ ସେ ପୁଣି ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷାନକରି ଅଫିସ୍ ପରିସରରେ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ହେଉଛି।ଏ ନେଇ ଭ୍ରାମ୍ୟମାଣ ପ୍ରାଣୀ ୟୂନିଟର ଚିକିତ୍ସାଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀଙ୍କୁ ପଚାରିବାରୁ ରକ୍ତ ନମୁନା ପରୀକ୍ଷା ପରେ ଫିଙ୍ଗି ଦିଆଯାଇଛି ବୋଲି ଉତ୍ତରରେ କହିଥିଲେ। ବିଭାଗୀୟ ବ୍ଳକ ପ୍ରାଣୀ ଚିକିତ୍ସାଧିକାରୀ ଆଶିଷ ପଟ୍ଟନାୟକଙ୍କୁ ପଚାରିବାରୁ ପ୍ରଥମେ ରକ୍ତ ନମୁନା ସଂଗ୍ରହ କରି ଭବାନୀପାଟଣା ସିଆଇଏଲ କୁ ପରୀକ୍ଷା ପାଇଁ ପଠାଯାଏ।ପରେ ରିପୋର୍ଟ ଆସିବା ନିୟମ ଥିବା ବେଳେ ମ.ରାମପୁରରେ କୈାଣସି ପରୀକ୍ଷା କରିବା କିମ୍ବା ଚିକିତ୍ସାଧିକାରୀ ପରୀକ୍ଷା କରିବା ନିୟମ ନାହିଁ ବୋଲି କହିଥିଲେ। ଏଭଳି ଘଟଣାର ତଦନ୍ତ କରାଯିବ ଯିଏ ଦୋଷୀ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ପ୍ରକାଶ କରିଛନ୍ତି। ତେଣୁ ଯଥାଶୀଘ୍ର ଏହାର ତଦନ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Related posts

ଧର୍ମଗଡ଼ ପଞ୍ଚାୟତ ସମିତି ବୈଠକ , ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ

ବ୍ରହ୍ମପୁର ଠାରେ ଛିଦ୍ରମୟ ଅସ୍ଥି (ଓଷ୍ଟିଓପୋରୋସିସ) ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ 

Sunil Chandra Nayak

ପାନୀୟ ଜଳ ପାଉନାହାନ୍ତି ଲୋକେ:ରାସ୍ତା ଉପରେ ଜମି ରହୁଥିବା ପାନୀୟ ଜଳ ବ୍ୟବହାର କରୁଛନ୍ତି କୁକୁର ଗାଇଗୋରୁ:କଂକ୍ରିଟ୍ ରସ୍ତା ହେଉଛି ଖରାପ:ପ୍ରଶାସନର ଅବହେଳାକୁ ସାହିବାସିନ୍ଦା କରୁଛନ୍ତି ନିନ୍ଦା

Sunil Chandra Nayak

Leave a Comment

error: Content is protected !!