ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାର୍ଷିକ ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପନ୍ନ 

ବାର୍ଷିକ ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପନ୍ନ 

ରାଉରକେଲା: ସେକ୍ଟର ୨ ଚିପଟାଇପ ମାର୍କେଟ ସ୍ଥିତ ଆଖଣ୍ଡଳମଣି ଓ ହନୁମାନ ମନ୍ଦିର କମିଟି ପକ୍ଷରୁ ବାର୍ଷିକ ଉତ୍ସବ ଓ ଅଷ୍ଟ ପ୍ରହରୀ ନାମ ଯଜ୍ଞ ସମ୍ପନ୍ନ ହୋଇଯାଇଛି । ଗତ ମାର୍ଚ୍ଚ ୧୧ ତାରିଖ ଦିନ ମନ୍ଦିର ର ବାର୍ଷିକ ଉତ୍ସବ ଓ ୧୩,୧୪,୧୫ ତାରିଖ ଅଷ୍ଟ ପ୍ରହରୀ ନାମ ଯଜ୍ଞ ମହା ଆଡମ୍ବର ସହକାରେ ପାଳନ କରାଯାଇଥିଲା। ବାର୍ଷିକ ଉତ୍ସବ ରେ ସୁଦର୍ଶନ ଜେନା କର୍ତ୍ତା ରହିଥିବା ବେଳେ ଅଷ୍ଟ ପ୍ରହରୀ ରେ ରବିକାନ୍ତ ସାହୁ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ । କୁଚିଣ୍ଡା ଓ ବଡ଼ଗାଁ ରୁ ସଂକୀର୍ତ୍ତନ ମଣ୍ଡଳୀ ଆସିଥିବା ବେଳେ ପ୍ରାୟ ୪ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।କାର୍ଯ୍ୟକ୍ରମ କୁ ମନ୍ଦିର କମିଟି ର ସୁରଥ ପଣ୍ଡା, ରଶ୍ମିତ ସାହାଣୀ, ରଜତ ସାହୁ, ବାବାଜୀ ସ୍ୱାଇଁ ପ୍ରଶାନ୍ତ ପଣ୍ଡା, ଲୁସି ଦାସ, ମାର୍କେଟ କମିଟି ପକ୍ଷରୁ ଚିନ୍ମୟ ସାମଲ, ଅରୁଣ ମିଶ୍ର, ରମେଶ ଜେନା,ସୁବ୍ରତ ସାମଲ ପ୍ରମୁଖ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ମହୁଲଡିହା ପଡ଼ିଆରେ ଦୁଇ ଦିବସୀୟ ଜନଜାତି କ୍ରୀଡା ଓ ଏସଡିସି ଫୁଟବଲ କପ୍ ପ୍ରତିଯୋଗିତା

masiha

ବୈରାଗି (ବୈଷ୍ଣବ) ସମାଜ ର ଜିଲ୍ଲା ସ୍ତରୀୟ ସମ୍ବିଳନୀ ଓ କର୍ମକର୍ତା ଚୟନ ଅନୁଷ୍ଠିତ

masiha

ନଗରିକ ବିକାଶ ସଂଗଠନ ତରଫରୁ ବିଭିନ୍ନ ସମସ୍ୟାନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!