ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ମାନଙ୍କୁ ରୋଜଗାର ଯୋଗାଉଛି ପାଚିଲା କେନ୍ଦୁ 

ଆଦିବାସୀ ମାନଙ୍କୁ ରୋଜଗାର ଯୋଗାଉଛି ପାଚିଲା କେନ୍ଦୁ 

ନବରଙ୍ଗପୁର:(୧୯|୩)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ବଣ ପାହାଡ଼ ଘେରା ପ୍ରକୃତିର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ l ଏଇ ବଣ ପାହାଡ଼ ଘେରା ଜଙ୍ଗଲ ଜାତ ଦ୍ରବ୍ୟ ଆଦିବାସୀ ମାନଙ୍କୁ ବିଭିନ୍ନ ରିତୁ ରେ ରୋଜଗାର ଯୋଗାଇ ଆସୁଛି l ଏତଦବ୍ୟତୀତ ଜଙ୍ଗଲ ଦ୍ରବ୍ୟ ବ୍ୟତୀତ ଫଳମୂଳ ଆଦିବାସୀ ମାନେ ସଂଗ୍ରହ କରି ନିଜେ ଖାଇବା ସହ ବଳକା ଫଳମୂଳ ବଜାରରେ ବିକ୍ରି କରି ବେଶ୍ ଦି ପଇସା ରୋଜଗାର କରି ପରିବାର ଚଳାଇ ଥାଆନ୍ତି l ଏବେ ଫାଲଗୁନ ମାସରେ ରିତୁ କାଳୀନ ଫଳ କେନ୍ଦୁ ଆଦିବାସୀ ଓ ବନବାସୀ ମାନଙ୍କୁ ରୋଜଗାର ଯୋଗାଉଛି l ଏଇ ସମୟରେ ପାଚୁ ଥିବା ଗଛର କେନ୍ଦୁ ଆଦିବାସୀ ସମ୍ପ୍ରଦାୟଙ୍କ ମନରେ ଖୁସି ଆଣିଦେଉଛି l ସ୍ଥାନୀୟ ଅଞ୍ଚଳର ଅଧିବାସୀ କହିଛନ୍ତି ଦୁଇ ମାସ ଧରି କେନ୍ଦୁ ଗଛରେ କେନ୍ଦୁ ଫଳୁ ଥିବାରୁ ଦୁଇ ମାସ ରୋଜଗାର ଆମକୁ ଜଙ୍ଗଲର ଗଛ ଯୋଗାଇ ଦେଉଛି l ସକାଳୁ ପିଲା ଠାରୁ ବୁଢା ବୁଢୀ ସମସ୍ତେ ଦଳ ଦଳ ହୋଇ ଟୋକେଇ, ବ୍ୟାଗ୍ ଧରି ଜଙ୍ଗଲ କୁ ଯାଉ ଥିବା ଦେଖିବାକୁ ମିଳୁଛି l ଏବେ ସ୍ଥାନୀୟ ବଜାର, ହାଟରେ କେନ୍ଦୁ ଭାଗ କୋଡ଼ିଏ ଟଙ୍କାରେ ବିକ୍ରି କରାଯାଉଛି l ଗୋଟିଏ ଭାଗରେ ୨୦ ରୁ ୨୫ ଟି କେନ୍ଦୁ ରହୁଛି l ପାଚିଲା କେନ୍ଦୁ ସାଇତି ରଖିବା ପାଇଁ କୌଣସି ସୁବିଧା ନ ଥିବାରୁ ଅନେକ ସମୟରେ ପାଚିଲା କେନ୍ଦୁ ତୋଷାଳୀ ମାନେ କ୍ଷତିରେ ପଡ଼ୁଛନ୍ତି l ବିକ୍ରି କରିବାକୁ ଆଣିଥିବା କେନ୍ଦୁ ବିକ୍ରି ହୋଇ ନ ପାରିଲେ ସେଗୁଡିକ ନଷ୍ଟ ହୋଇ ଯାଉଛି l ଜିଲ୍ଲାର ସମସ୍ତ ବଣ ଜଙ୍ଗଲରେ କେନ୍ଦୁ ଗଛ ରହିଛି l ପୂର୍ବରୁ ବହୁ ଗଛ ରହିଥିବା ବେଳେ ଏବେ ଜଙ୍ଗଲ କ୍ଷୟ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗଛ ନଷ୍ଟ ହୋଇ ଗଲାଣି l ସୂଚନା ଥାଉକି, କେନ୍ଦୁ ବୁଦାରୁ ତୋଳା ଯାଉଥିବା ପତ୍ରକୁ ବିଡି ପ୍ରସ୍ତୁତ ହେଉଛି l ଏଥିରେ ମଧ୍ୟ ପତ୍ର ତୋଳାରୁ କେନ୍ଦୁପତ୍ର ବିଭାଗକୁ ବିଡା ପିଛା ଟଙ୍କା ରୋଜଗାର କରିବା ସହ ସରକାରୀ ସୁବିଧା ପାଇ ପାରୁଛନ୍ତି l

ସରକାର ମଧ୍ୟ କେନ୍ଦୁପତ୍ର ରୁ ରାଜସ୍ଵ ପାଉଛନ୍ତି l ଅପରପକ୍ଷେ କେନ୍ଦୁ ଭାଲୁ, ବାରହା ଆଦି ବନ୍ୟଜନ୍ତୁଙ୍କର ପ୍ରିୟ ଖାଦ୍ୟ ହୋଇଥିବାରୁ ଅନେକ ସମୟରେ ଲୋକମାନେ ଆକ୍ରମଣର ଶିକାର ହୋଇ ଥାନ୍ତି l ଏହି ସମୟରେ ବନ୍ୟଜନ୍ତୁଙ୍କ ପ୍ରତି ସତର୍କ ରହିବାକୁ ବନବିଭାଗ ତରଫରୁ ସଚେତନ କରାଯାଉଛି l ଯଦିଭାଲୁ ଆକ୍ରମଣରେ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି, ସେମାନଙ୍କ ପରିବାରକୁ ସରକାରୀ ସହାୟତା ସରକାର ଯୋଗାଇ ଦେଉଛନ୍ତି l ଦୁର୍ଘଟଣାର ଶିକାର ନ ହେବା ପାଇଁ ସରକାର ଙ୍କ ତରଫରୁ ବ୍ୟାପକ ସଚେତନତା କରାଯାଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡାମରପୁର ଜେନାପାଟଣା ଗ୍ରାମର ଦୌପଦୀ ସାହୁ ଙ୍କ ପରଲୋକ

Sunil Chandra Nayak

ଟ୍ରାକ୍ଟର ଓଲଟି ଦୁର୍ଘଟଣା ୧୫ ଜଣ ଶ୍ରମିକ ଆହତ

Sunil Chandra Nayak

୭ମ ବର୍ଷ ରେ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ  ଝଲସୁଛି କଳାହାଣ୍ଡି ରାଜ ଦରବାର ଆକୃତି ମଞ୍ଚ

masiha

Leave a Comment

error: Content is protected !!