ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିମ୍ନ ମାନର ରେଙ୍ଗାଲି କାମ

ନିମ୍ନ ମାନର ରେଙ୍ଗାଲି କାମ

 କାମାକ୍ଷାନଗର (ମନିସ )24/3/25 // କାମାକ୍ଷାନଗର ଦେଇ ଯାଇଥିବା ରେଙ୍ଗାଲି ବାମ କେନାଲର ଆଳତୁମାଠାରୁ ରେକୁଳା ପର୍ଯ୍ୟନ୍ତ ଯାଇଥିବା ମାଇନର କେନାଲର ମରାମତି କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବାର ଅଭିଯୋଗ ହୋଇଛି । ରେଙ୍ଗାଲି ବାମ କେନାଲର ଆଳତୁମା ଠାରୁ ରେକୁଳା ପର୍ଯ୍ୟନ୍ତ ଏକ ମାଇନର କେନାଲ ରହିଛି । ହେଲେ ଗତ କିଛି ବର୍ଷ ଧରି ରକ୍ଷଣା ବେକ୍ଷଣ ଅଭାବରୁ ଏହି କେନାଲରେ ଜଳ ସେଚନରେ ବାଧା ସୃଷ୍ଟି ହେଉଥିଲା। ରେକୁଳା ଗ୍ରାମରେ ଏହି କେନାଲ ମାଧ୍ୟମରେ ପ୍ରାୟ ୩ ଶହ ଏକର ଜମିକୁ ଜଳସେଚନ ହୋଇଥାଏ । ଏହି ଜମି ଉପରେ ନିର୍ଭର କରୁଥିବା ଚାଷୀମାନେ ଏ ସଂକ୍ରାନ୍ତରେ ବହୁବାର ଦାବି ଆପତ୍ତି ପରେ ଚଳିତ ବର୍ଷ ବିଭାଗୀୟ ସ୍ତରରେ ପଦକ୍ଷେପ ନିଆଯାଇ ଟେଣ୍ଡରର ବ୍ୟବସ୍ଥା ହୋଇଥିଲା । ହେଲେ ଏହି ଟେଣ୍ଡର ତିରିଶ ଲକ୍ଷ୍ୟ ବ୍ୟୟ ଅଟକଳରେ ହୋଇଥିବାବେଳେ ଜନୈକ ଠିକାଦାର ୧୪. ୯୯ ରେ ଟେଣ୍ଡର ପକାଇ କାର୍ଯ୍ୟକୁ ଏଗ୍ରିମେଣ୍ଟ କରି ନେଇଛନ୍ତି । ହେଲେ ଦାୟିତ୍ୱ ନେଇଥିବା ଠିକାଦାର ଜଣଙ୍କ ୧୪. ୯୯ ରେ ନେଇ ନିଜର ଲାଭଖୋର ମନୋବୃତିରେ ନିମ୍ନମାନର କାର୍ଯ୍ୟ କରୁଥିବାର ଅଭିଯୋଗ ହୋଇଛି । କେନାଲରେ ବାଲିର ପରିଣାମ, ସିମେଣ୍ଟର ପରିଣାମ କମ ରହିଥିବା ବେଳେ ରଡ଼ ବାନ୍ଧିବାରେ ମଧ୍ୟ ଦୂରତା ଅଧିକ ରହୁଥିବା ନେଇ ସେହି କେନାଲ ଦେଇ ଯାତାୟାତ କରୁଥିବା ବ୍ୟକ୍ତି ବିଶେଷ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଦାୟିତ୍ୱରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଅମୀୟ ସାମଲ ଘଟଣାସ୍ଥଳକୁ ଯାଇ ତଦାରଖ କରି ଏହାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ସମଲ କ୍ୱାଲିଟି ବିଭାଗକୁ ପଠାଇଥିବାର ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ଏପଟେ ଦାୟିତ୍ୱରେ ଥିବା ଠିକାଦାର ଜଣଙ୍କ ନିଜର କାର୍ଯ୍ୟାଧାରାକୁ ବଞ୍ଚାଇବାକୁ ଯାଇ ନିଜେ ଜଣେ ଗଣମାଧ୍ୟମର ପ୍ରତିନଧି ବୋଲି ପ୍ରଚାର କରି ମୋର କେହି କିଛି କରିପାରିବେନି ବୋଲି ସାଧାରଣରେ ପ୍ରକାଶ କରିଥିବାର ଆଲୋଚ୍ୟର ବିଷୟ ହୋଇଛି। ବିଭାଗୀୟ ସ୍ତରରେ ରେକୁଳା ଗ୍ରାମକୁ କିପରି ସୁଚାରୁରୂପେ ଜଳସେଚନ ହୋଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେଇ ସଠିକ ଭାବେ କେନାଲ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସକାଶେ ସଂପୃକ୍ତ ଚାଷୀମାନଙ୍କ ମଧ୍ୟରେ ଦାବି ହେଉଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ହଳଦୀ ଗ୍ରାମରେ ବାଲିଯାତ୍ରା ହେଲା ଉଦ୍ ଯାପନ

Sunil Chandra Nayak

ପଂଚାୟତ ସରକାରୀ ହାଇସ୍କୁଲ ରେ ଜାତୀୟ ଗଣିତ ଦିବସ ପାଳିତ

Sunil Chandra Nayak

ଢେଙ୍କାନାଳ ମିନା ବଜାର ଗାନ୍ଧି ମନ୍ଦିର ରୋଡ ଠାରେ ସୈାନ୍ଦର୍ୟା ପ୍ରିମିୟମ ସ୍କ୍ରିନ ଆଣ୍ଡ ଲେଜର କ୍ଲିନିକ୍ ଉଦଘାଟିତ

masiha

Leave a Comment

error: Content is protected !!