ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୨୯ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୨୯ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ

ରାଉରକେଲା, ୨୫ ମାର୍ଚ୍ଚ ୨୦୨୫: ସୋମବାର ଦିନ ଭୁବନେଶ୍ଵର ସ୍ଥିତ ଲୋକସେବା ଭବନ ଠାରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୨୯ତମ ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ୍ ଡାଇରେକ୍ଟର) ବୈଠକ ଅନୁଷ୍ଠିତ ହୋଇଯାଇଛି। ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଅଧୀନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ସହରର ବିକାଶକୁ ଶୀର୍ଷରେ ପହଞ୍ଚାଇବା ସହ ବିକଶିତ ଓଡ଼ିଶା ଗଠନରେ ରାଉରକେଲା ଯେପରି ଏକ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବ ସେ ଉପରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ସହରରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରାଯାଇଥିଲା। ଏଥି ସହ ନିର୍ମାଣାଧୀନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯିବା ସହ ପ୍ରକଳ୍ପ କାର୍ଯ୍ୟରେ ସ୍ରୁଷ୍ଟି ସମସ୍ୟାକୁ ଦୂର ଦୂର କରି ସେଗୁଡିକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। 

ସେଥିମଧ୍ୟରେ ରାଉରକେଲା ୱାନ ଠାରେ ନିର୍ମାଣାଧୀନ ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କକ୍ଷ (ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର) ଓ ଆଦିବାସୀ ସଂଗ୍ରହାଳୟକୁ ଜୁନ୍ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କୋଏଲ ନଗର ଠାରେ ନିର୍ମାଣାଧୀନ ବିଗ୍ ରିକ୍ରିଏସନାଲ ପାର୍କ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତିର ସମୀକ୍ଷା କରିବା ସହ ପ୍ରସିଦ୍ଧ ବେଦବ୍ୟାସ ପୀଠର ଉନ୍ନତିକରଣ ଉପରେ ଆଲୋଚନା କରାଯାଇଥିଲା। 

ସେହିପରି ଭାବେ ଏହି ବୈଠକରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଷ୍ଟ୍ରମ୍ ୱାଟର ଡ୍ରେନେଜ୍ ସିଷ୍ଟମ, ନୂତନ ବସଷ୍ଟାଣ୍ଡ ଓ ଟିସ୍କୋ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟାରମ୍ଭକୁ ଅନୁମୋଦନ ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ, ଦୟାନନ୍ଦ ନଗର, ପିକେ ଦାସ କଲୋନୀ, ବୁରୁଟୋଲା ଓ ଜଗନ୍ନାଥ କଲୋନୀରେ ବର୍ଷାଦିନେ ଜଳ ନିଷ୍କାସନର ସ୍ଥାୟୀ ସମାଧାନ ପାଇଁ ଏହି ଷ୍ଟ୍ରମ୍ ୱାଟର ଡ୍ରେନେଜ୍ ସିଷ୍ଟମ କାର୍ଯ୍ୟକାରୀ କରାଯିବ। 

ଏଥିସହ ରାଉରକେଲା ସହରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବିଶ୍ରା ଛକଠାରେ ଥିବା ନୂତନ ବସଷ୍ଟାଣ୍ଡର ପୁନଃରୁଦ୍ଧାର କରାଯିବା ସହ ଯାତ୍ରୀମାନଙ୍କ ପାଇଁ ଆନୁଷଙ୍ଗିକ ପାଇଁ ଉପଲବ୍ଧ କରାଯିବ। 

ଏଥିସହ ଟିସ୍କୋ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟକୁ ମଧ୍ୟ ଏହି ବୈଠକରେ ଅନୁମୋଦନ ମିଳିଛି। ଟିସ୍କୋ ପୋଖରୀର ସୌନ୍ଦର୍ଯ୍ୟକରଣ କରାଯାଇ ଏହାକୁ ଏକ ପର୍ଯ୍ଯଟନ ସ୍ଥଳୀରେ ପରିଣତ କରାଯିବ। ଏଠାରେ ଜଙ୍ଗଲ ଟ୍ରେଲ ନିର୍ମାଣ କରାଯିବା ସହ ଫୁଟ୍ ଓଭର ବ୍ରିଜ ଓ ଫୁଡ୍ କୋର୍ଟ ମଧ୍ୟ ନିର୍ମାଣ କରାଯିବ। ଏହା ବ୍ୟତୀତ କଳିଙ୍ଗ ବିହାର ଠାରେ ପ୍ରତି ଶୁକ୍ରବାର ବସୁଥିବା ସାପ୍ତାହିକ ହାଟର ବ୍ୟବସାୟୀଙ୍କ ନିମନ୍ତେ ଟିସ୍କୋ ଠାରେ ପିଣ୍ଡି ମଧ୍ୟ ନିର୍ମାଣ କରାଯିବ। ବ୍ୟବସାୟୀମାନେ ରାସ୍ତା ଉପରେ ବ୍ୟବସାୟ କରୁଥିବାରୁ ବିଭିନ୍ନ ସମୟରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜୁଛି। ଏହାର ସ୍ଥାୟୀ ସମାଧାନ ନିମନ୍ତେ ପ୍ରାୟ ୪୦୦ ଜଣ ବ୍ଯବସାୟୀଙ୍କ ଲାଗି ଏହି ଟିସ୍କୋ ପିଣ୍ଡି ନିର୍ମାଣ କରାଯିବାକୁ ଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ରାଉରକେଲା ସ୍ମାର୍ଟ ସିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଷମ କଟକ ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ଚିଠା ଭୋଟର ତାଲିକା ପ୍ରକାଶିତ, ଶନିବାର ଓ ରବିବାର ଦିନ ମଧ୍ୟ ସ୍ଵତନ୍ତ୍ର ଦିବସରେ ବୁଥରେ ଦାଖଲ କରିପାରିବେ ଫର୍ମ

masiha

ମୁଣ୍ଡରା ଗୁଡ଼ାରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!