ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ 

ଆସିକା ରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ 

ଆସିକା, ୨୭/୩/୨୫ ଏନ୍‌ଏନ୍‌ଏସ୍ ଆସିକା ଥାନାର ନୂତନ ଥାନା ଅଧିକାରୀ ରୂପେ ପୋଲିସ ପ୍ରଶାସନର ଦକ୍ଷ, ସଚ୍ଚୋଟ ତଥା କର୍ଭବ୍ୟନିଷ୍ଠ ଅଫିସର ରୂପେ ପରିଚିତ କୁଳମଣି ସେଠୀ ଦାୟିତ୍ଵ ଗ୍ରହଣ କରିଥୁବା ଜଣାପଡିଛି। ଜିଲ୍ଲା ପୁଲିସ ବିଭାଗର ନିର୍ଦ୍ଦେଶ କ୍ରମେ କୁଳମଣି ସେଠୀ ଆସିକା ଥାନା ଅଧୁକାରୀ ରୂପେ ଦାୟିତ୍ଵ ଗ୍ରହଣ କରିବା ପରେ ଥାନାର ସମସ୍ତ କର୍ମଚାରୀ ଓ ବହୁ ସଚେତନ ନାଗରିକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି। ଆସିକା ଥାନା ପରିସର ଭୁକ୍ତ ଅଞ୍ଚଳରେପୁଲିସ ପ୍ରଶାସନ ପକ୍ଷରୁ ଅପରାଧ ଦମନ, ଆଇନ ଶୃଙ୍ଖଳା ରକ୍ଷା, ଜନସାଧାରଣଙ୍କୁ ତ୍ୱରିତ୍ ନ୍ୟାୟ ପ୍ରଦାନ, ଅପରାଧ ନିୟନ୍ତ୍ରଣ ଦିଗରେ ଦୃଢ ପଦକ୍ଷେପ, ପେଟ୍ରୋଲିଂ ଓ ଟ୍ରାଫିକ୍ ସମସ୍ୟାକୁ ସୁବ୍ୟସ୍ଥିତ କରିବା ଓ ଅସାମାଜିକ କାର୍ଯ୍ୟକଳାପକୁ ଦମନ ପାଇଁ ଅଭିଯାନ ଜାରି ରହିବ ବୋଲି କହିଛନ୍ତି। ଏଥିସହ ଶାନ୍ତିଶୃଙ୍ଖଳା ରକ୍ଷା, ତାଫିକ ସମସ୍ୟା ସମାଧାନ ଦିଗରେ ମଧ୍ଯ ପଦକ୍ଷେପ ନିଆଯିବ ବୋଲି ଆସିକା ଥାକାର ନୂତନ ଥାନା ଅଧିକାରୀ କୁଳମଣି ସେଠୀ ପ୍ରକାଶ କରିଛନ୍ତି।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଆଜି ଖୋଲିଲା ବିଦ୍ୟାଳୟ:ବିଦ୍ୟାଳୟରେ ପିଲା ସଂଖ୍ୟା ଶୁନ

Sunil Chandra Nayak

ଓଡ଼ିଶା ମହାମହିମ ରାଜ୍ୟପାଳ ରଘୁବର ଦାସ ଙ୍କ ନୂଆପଡ଼ା ଗସ୍ତ

masiha

ସାହିତ୍ୟ ଜୀବନ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!