ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଭାର ସାମ୍ୟ ହରାଇ ୧୦ଫୁଟ ତଳକୁ ଖସିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ ସହ ହେଲପର , ୨- ଆଇନ ସଚେତନତା ଶିବିର ଅନୁଷ୍ଠିତ 

ଭାର ସାମ୍ୟ ହରାଇ ୧୦ଫୁଟ ତଳକୁ ଖସିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ ସହ ହେଲପର 

ବନ୍ଧୁଗାଁ ତା,୨୭/୩/୨୬, ବନ୍ଧୁଗାଁ ଥାନା ଅନ୍ତର୍ଗତ ଗାରିଡି ଗ୍ରାମ ପଞ୍ଚାୟତର ତୁରୁଗୁଡ଼ି ନିକଟ ଗଡାଣିଆରେ ଏକ ଟ୍ରକ ଟି ୧୦ଫୁଟ ତଳ ଖାଲରେ ଖସି ପଡି ରହିଥିବା ଦେଖିବାକୁ ମିଳିଛି । ଖାଲିର ୧୪ ଚକିଆ ଟ୍ରକ ଟି ଭିଶାଖା ପାଟମରୁ ଟିକିରି ର କମ୍ଫାନୀ ଅଭିମୁଖେ ଗତକାଲି ରାତ୍ର ପ୍ରାୟ ୯. ୩୦ ମିନିଣ୍ଟ ସମୟରେ ଯାଉଥିଲା । ଉକ୍ତ ଦୁର୍ଘଟଣା ଗସ୍ତ ଟ୍ରକ ନଂ-ଏପି ୩୯ୟୁଏମ୨୮୦୯ । ଆଜି ଅପରାହ୍ନ ରେ ଟ୍ରକ ଡ୍ରାଇଭର ସୂଚନା ଦେଇଛନ୍ତି ଯେ ଟ୍ରକରେ ଡ୍ରାଇଭର ଜାମ୍ପା ପ୍ରକାଶ ଯାହାଙ୍କର ବୟସ ୪୯ ଏବଂ ହେଲପର ଜାମ୍ପା ରାଜେସ ଯାହାଙ୍କର ବୟସ ୨୫ । ଉଭୟ ଗତ ରାତିରେ ଗାଡି ଚଲାଇ ଯାଉଥିବା ସମୟରେ ଦୁରୁଗୁଡା ନିକଟରେ ଆଖି ପଡିଯିବାରୁ ଭାରସାମ୍ୟ ହରାଇ ୧ଓ ଫୁଟ ତଳକୁ ଖସିପଡିଲା ଟ୍ରକ । ଦୁର୍ଘଟଣାରେ ଉଭୟ ଡ୍ରାଇଭର ଓ ହେଲଫର ସୁରକ୍ଷିତ ଥିବା ଦେଖିବାକୁ ମିଳିଛି ।

======================

ଆଇନ ସଚେତନତା ଶିବିର ଅନୁଷ୍ଠିତ 

ବନ୍ଧୁଗାଁ ତା ୨୭/୩/୨୫ ବନ୍ଧୁଗାଁ ବ୍ଲକ କାର୍ଯ୍ୟଳୟ ପରିସରରେ ଥିବା କନଫେରେନ୍ସ ହଲ ଠାରେ ଜିଲ୍ଲା ସି,ଏସ,ଏନ,ଆର ଆଇନ ପରାମର୍ଶ ଓ ସହାୟତା କେନ୍ଦ୍ର ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଶିଶୁ, ମହିଳା, ଶାରୀରିକ ଭିନ୍ନକ୍ଷମ , ଅନୁସୂଚିତ ଜାତି ବା ଜନଜାତିର ବ୍ୟକ୍ତି ଓ ମାନବ ଚାଲାଣର ଶିକାର ହୋଇଥିବା ବ୍ୟକ୍ତି ନ୍ୟାୟ ପାଇବା ରୁ ବଞ୍ଚିତ ହୋଇଥାନ୍ତି, ସେମାନଙ୍କୁ ଆଇନଗତ ସହାୟତା ଦେବା ପାଇଁ ନେଇ ଆଲୋଚନା କରାଯାଇଥିଲା । ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳୀ ପିଡିକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବନ୍ଧୁଗାଁ ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ର, ସିଡ଼ିପିଓ ଗୀତାଞ୍ଜଳୀ ମହାରଣା, ଜିପିଡିଓ ଅମୀର ଅକ୍ଷୟ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଇନ ସଚେତନତା ସମ୍ବନ୍ଧରେ ନିଜର ବକ୍ତବ୍ୟ ରଖି ଆଲୋକପାତ କରିଥିଲେ । ସି, ଏସ, ଏନ, ଆର ଆଇନ ପରାମର୍ଶ ଓ ସହାୟତା କେନ୍ଦ୍ରରୁ ଆଇନଜୀବୀ ଅଜୟ ଖୋସଲା , କାନସଲଟେଣ୍ଟ ସୁନୀଲ ମିଶ୍ର ଓ ଆଡଭୋକେଶି ଅଫିସର ଜ୍ଞାନରଞ୍ଜନ ନାୟକ ଉପସ୍ଥିତ ରହି ବାଲ୍ୟବିଭାହ ନିଷେଧ ଆଇନ, ଯୌତୁକ ନିବାରଣ ଆଇନ, କର୍ମ ସ୍ଥଳରେ ମହିଳାଙ୍କୁ ଯୌନ ଶଷଣ ନିବାରଣ ଆଇନ ଓ ଘରେଇ ହିଂସା ନିବାରଣ ଆଇନ ଉପରେ ସଚେତନତା କରି ଥିଲେ। ଏହି କାର୍ଯ୍ୟକ୍ରମରେ ବନ୍ଧୁଗାଁ ବ୍ଲକରୁ ଆସିଥିବା ସରପଞ୍ଚ ଭାସ୍କର ୱାଟାକା, ଲକ୍ଷ୍ମୀ କାଡ୍ରାକା, ଶେଖର କଣ୍ଡାଗରି,ସୁନ୍ଦୂରୁ ପିଡିକା, ୱାଟାକା ଜାଗାନା, ମେଲେକା ଆକାମା ଓ ସୁସ୍ମିତା ପିଡିକା , ସମିତି ସଭ୍ୟ ସିନାଜି ପିଡିକାଙ୍କ ସମେତ, ଆଇସିଡ଼ିଏସ ସୁପର ଭାଇଜର , ଏମବିକେ ଓ ସିଆରପି ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଥିଲେ।

  ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ବନ୍ଧୁଗାଁରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ, ପଞ୍ଚାୟତ ମାନଙ୍କରେ ଗ୍ରାମସଭା

Sunil Chandra Nayak

୩୦ ମିନିଟ୍ ଧରି ମହୁମାଛି ଙ୍କ ଆତଙ୍କ 

Sunil Chandra Nayak

SPREADING LIGHT BEYOND THE WALLS

Sunil Chandra Nayak

Leave a Comment

error: Content is protected !!