ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତହସିଲ ପ୍ରଶାସନ ପକ୍ଷରୁ ବେଆଇନ ଇଟା ଭାଟି ଭଙ୍ଗା ଅଭିଯାନ ଆରମ୍ଭ

ତହସିଲ ପ୍ରଶାସନ ପକ୍ଷରୁ ବେଆଇନ ଇଟା ଭାଟି ଭଙ୍ଗା ଅଭିଯାନ ଆରମ୍ଭ

ଆସିକା ,୨୯/୩/୨୫ // ଧରାକୋଟ ତହସିଲ ତରଫରୁ ବେଆଇନ ପୋଡ଼ା ଇଟା ଭାଟି ଭାଙ୍ଗିବା ଅଭିଯାନ ଆରମ୍ଭ ହୋଇଛି। ଆଜି ତହସିଲଦାର ଲମ୍ବୋଦର ମାରାଣ୍ଡି,ଅତିରିକ୍ତ ତହସିଲଦାର ଗଣେଶ ଦଳାଇ,ରାଜସ୍ବ ନୀରିକ୍ଷକ ରଞ୍ଜନ ବରଡ,ମନୋଜ ମାଝି,ଅମିନ ନିରଞ୍ଜନ ଶବର,କନିଷ୍ଠ କିରାଣି ସିମାଞ୍ଚଳ ମଲିକ, ବଳରାମ ନାୟକ ଙ୍କ ଉପସ୍ଥିତିରେ ଋଷିକୂଲ୍ୟା ନଦୀ ତଟରେ ଥିବା ଭାଲିଆ ପଲି, ଜଗମୋହନ, ପୁଟୁ ଏବଂ ଚାଞ୍ଚରାପଲି ପ୍ରଭୃତି ସ୍ଥାନରେ ଥିବା ଛଅ ଗୋଟି ଇଟା ଭାଟି କୁ ଜେ ସି ବି ଲଗାଇ ଭଙ୍ଗା ଯାଇଛି । ପ୍ରଥମ ଦିନର ଏହି ଅଭିଯାନରେ ହଜାର ହଜାର ପୋଡ଼ା ଇଟା ନଷ୍ଟ ହୋଇ ମାଟିରେ ମିଶିଯାଇଛି । ଏ ସମ୍ପର୍କରେ ତହସିଲଦାର ଙ୍କ ସହ ଯୋଗାଯୋଗ ବେଳେ ପୋଡ଼ା ଇଟା ଭାଟି ଦ୍ଵାରା ଉତ୍ତାପ ବଢ଼ି ପ୍ରଦୂଷଣ ପ୍ରଦୂଷିତ ହେଉଛି ଯାହାର କୁଫଳ ଜନବସତି ଉପରେ ପଡୁଛି। ବର୍ତମାନ ପାଇଁ ଇଟା ଭାଟି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଗକୁ ଏହି ଅଭିଯାନ ଜାରୀ ରହିବ ବୋଲି ସେ ସୂଚନା ଦେଇଛନ୍ତି। ଆଜିର ଅଭିଯାନରେ ଧରାକୋଟ ଥାନା ତରଫରୁ ଏ ଏସ ଆଇ ଅନିଲ ଶବର ଙ୍କ ସହ ଅନ୍ୟାନ୍ୟ ଥାନା କର୍ମଚାରୀ ଉପସ୍ଥିତ ରହିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଜିଲ୍ଲା ସ୍ତରୀୟ ମିଲେଟ ଖାଦ୍ୟ ମେଳା

କାଳୀକୃଷ୍ଣ ସଂଘ ପକ୍ଷରୁ ସତ୍ୟାନନ୍ଦ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର

Sunil Chandra Nayak

ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ହାଟବାଦଡା ପଞ୍ଚାୟତର ସରପଞ୍ଚକୁ ‘ ଆତ୍ମନିର୍ଭର ପଞ୍ଚାୟତ ସ୍ପେସିଆଲ ଆଓ୍ବାର୍ଡ’ ଦ୍ଵାରା ସମ୍ବର୍ଦ୍ଧିତ , ପୁରସ୍କୃତ ଓ ସମ୍ମାନୀତ 

masiha

Leave a Comment

error: Content is protected !!