ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତହସିଲ ପ୍ରଶାସନ ପକ୍ଷରୁ ବେଆଇନ ଇଟା ଭାଟି ଭଙ୍ଗା ଅଭିଯାନ ଆରମ୍ଭ

ତହସିଲ ପ୍ରଶାସନ ପକ୍ଷରୁ ବେଆଇନ ଇଟା ଭାଟି ଭଙ୍ଗା ଅଭିଯାନ ଆରମ୍ଭ

ଆସିକା ,୨୯/୩/୨୫ // ଧରାକୋଟ ତହସିଲ ତରଫରୁ ବେଆଇନ ପୋଡ଼ା ଇଟା ଭାଟି ଭାଙ୍ଗିବା ଅଭିଯାନ ଆରମ୍ଭ ହୋଇଛି। ଆଜି ତହସିଲଦାର ଲମ୍ବୋଦର ମାରାଣ୍ଡି,ଅତିରିକ୍ତ ତହସିଲଦାର ଗଣେଶ ଦଳାଇ,ରାଜସ୍ବ ନୀରିକ୍ଷକ ରଞ୍ଜନ ବରଡ,ମନୋଜ ମାଝି,ଅମିନ ନିରଞ୍ଜନ ଶବର,କନିଷ୍ଠ କିରାଣି ସିମାଞ୍ଚଳ ମଲିକ, ବଳରାମ ନାୟକ ଙ୍କ ଉପସ୍ଥିତିରେ ଋଷିକୂଲ୍ୟା ନଦୀ ତଟରେ ଥିବା ଭାଲିଆ ପଲି, ଜଗମୋହନ, ପୁଟୁ ଏବଂ ଚାଞ୍ଚରାପଲି ପ୍ରଭୃତି ସ୍ଥାନରେ ଥିବା ଛଅ ଗୋଟି ଇଟା ଭାଟି କୁ ଜେ ସି ବି ଲଗାଇ ଭଙ୍ଗା ଯାଇଛି । ପ୍ରଥମ ଦିନର ଏହି ଅଭିଯାନରେ ହଜାର ହଜାର ପୋଡ଼ା ଇଟା ନଷ୍ଟ ହୋଇ ମାଟିରେ ମିଶିଯାଇଛି । ଏ ସମ୍ପର୍କରେ ତହସିଲଦାର ଙ୍କ ସହ ଯୋଗାଯୋଗ ବେଳେ ପୋଡ଼ା ଇଟା ଭାଟି ଦ୍ଵାରା ଉତ୍ତାପ ବଢ଼ି ପ୍ରଦୂଷଣ ପ୍ରଦୂଷିତ ହେଉଛି ଯାହାର କୁଫଳ ଜନବସତି ଉପରେ ପଡୁଛି। ବର୍ତମାନ ପାଇଁ ଇଟା ଭାଟି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଗକୁ ଏହି ଅଭିଯାନ ଜାରୀ ରହିବ ବୋଲି ସେ ସୂଚନା ଦେଇଛନ୍ତି। ଆଜିର ଅଭିଯାନରେ ଧରାକୋଟ ଥାନା ତରଫରୁ ଏ ଏସ ଆଇ ଅନିଲ ଶବର ଙ୍କ ସହ ଅନ୍ୟାନ୍ୟ ଥାନା କର୍ମଚାରୀ ଉପସ୍ଥିତ ରହିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ପାଢେଲ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ରେ ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ

masiha

ଆଲମଣ୍ଡା ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଭିତିପ୍ରସ୍ତର ସ୍ଥାପନ 

Sunil Chandra Nayak

ଯୋଗ-୩୬୫’ ନିମିତ୍ତ ସଂକଳ୍ପ ପାଠ ରାଉରକେଲା କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!