ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦ୍‍ଘାଟିତ

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦ୍‍ଘାଟିତ

ଭବାନୀପାଟଣା: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଓ ଏନ୍‍ ଏସ୍‍ ଏସ୍‍ ପ୍ରଭାଗ, ମା ମାଣୀକେଶ୍ୱରୀ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦ୍‍ଯାପିତ ହୋଇଯାଇଛି । ଏହି ଉଦ୍‍ଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ନିବେଦିତା ନାଥ ଅଧ୍ୟକ୍ଷତା କରି ସମସ୍ତ ପ୍ରତିଯୋଗୀଙ୍କୁ ଭୁୟଂସୀ ପ୍ରଶଂସା କରିବା ସହିତ 150 ଜଣ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ 10 ଜଣ ପ୍ରତିଯୋଗୀ ଚୟନ ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ପ୍ରମାଣପତ୍ର ସହ ସ୍ମାରକ ଦେଇ ପୁରଷ୍କୄତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପାଞ୍ଚଜଣ ଜୁରି ମେମ୍ବରଙ୍କ ଦ୍ୱାରା ଭାରତ ସରକାରଙ୍କ ନିୟମ ଅନୁଯାଇ ମୋଟ 10 ଜଣ କୄତୀ ପ୍ରତିଯୋଗୀ କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଥିଲା । କାର୍ଯ୍ୟକ୍ରମରେ କଳାହାଣ୍ଡି, ରାୟଗଡା, ନୁଆପଡା ଜିଲ୍ଲାରୁ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି “ଗୋଟିଏ ଦେଶ, ଗୋଟିଏ ନିର୍ବାଚନ” ଶୀର୍ଷକ ବିଷୟ ବସ୍ତୁ ଉପରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ସମ୍ମାନୀତ ଅତିଥିରୁପେ କୁଳ ସଚିବ ଶ୍ରୀ ପିତାମ୍ବର ଭୋଇ, ନେହେରୁ ଯୁବା କେନ୍ଦ୍ର ସଂଗଠନ ର ଯୁବ ଅଧିକାରୀ, ଶ୍ରୀ ପ୍ରସନ୍ନ ମେହେର, ମେଜର ଡକ୍ଟର ଜୟଦେବ ସାହୁ, ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଜୟନ୍ତ କୁମାର ଦନସନା ସଂଯୋଜନା କରିଥିବା ବେଳେ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ ଏହି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ସଭା ଶେଷରେ ସମସ୍ତ ପ୍ରତିଯୋଗୀ, ଜୁରି ମେମ୍ବର, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ସ୍ୱେଚ୍ଚାସେବୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

( ମ ନି ସ ) 

Related posts

ବରିଷ୍ଠ ନାଗରିକ ତୀର୍ଥଯାତ୍ରା , ତୀର୍ଥଯାତ୍ରୀ ଗାଡିକୁ ପତାକା ଦେଖାଇ ଶୁଭରମ୍ଭ କଲେ ମାନ୍ୟବର ମାନ୍ତ୍ରୀ

Sunil Chandra Nayak

ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ଗୋଷ୍ଠୀ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” -୨୦୨୫ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!