ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ ୬୦୦ କି.ଗ୍ରା. ମହୁଲ ଜବତ 

ଅବକାରୀ ଚଢାଉ ୬୦୦ କି.ଗ୍ରା. ମହୁଲ ଜବତ 

ଡାବୁଗାଁ, ୩୧/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ବିଭିନ୍ନ ଗ୍ରାମରେ ସୋମବାର ଡାବୁଗାଁ ଅବକାରୀ ବିଭାଗ ଚଢାଉ କରି ୬୦୦ କି.ଗ୍ରା. ମହୁଲ ଜବତ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚେପଟିଆମ୍ବ ଗ୍ରାମରେ ଜଣ ଙ୍କ ଘରେ ମହୁଲ ରହିଥିବା ଖବର ପାଇ ଡାବୁଗାଁ ଅବକାରୀ ବିଭାଗ ଚଢାଉ କରିଥିଲା | ଉକ୍ତ ଘରେ ବସ୍ତାରେ ମହୁଲ ରଖାଯାଇଥିଲା | ଉକ୍ତ ମହୁଲ ଜବତ କରି ଓଜନ କରିବାରୁ ୬୦୦ କିଗ୍ରା ବୋଲି ଜଣା ପଡିଥିଲା | ଜବତ ହୋଇଥିବା ମହୁଲ ସେହି ଗ୍ରାମର ଅରୁଣ କୁମାର ଗୁପ୍ତା ଙ୍କର ବୋଲି ଜଣାପଡିଥିଲା | ପରେ ଅବକାରୀ ବିଭାଗ ଜବତ ମହୁଲ ସହ ଅରୁଣ କୁମାର ଗୁପ୍ତା ଙ୍କୁ ଗିରଫ କରି ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କୁ ଆଣିଥିଲେ | ସେଠାରେ ତାଙ୍କୁ ନୋଟିସ ଏଇ ଛାଡି ଦିଆଯାଇଥିଲା | ଏନେଇ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୨୨୩/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଅବକାରୀ ଅଧିକ୍ଷକ ପ୍ରତାପ ଦାଶ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଅବକାରୀ ଉପ ନିରିକ୍ଷକ ସମୀର କୁମାର ସ୍ଵାଇଁ ଙ୍କ ସମେତ ଅବକାରୀ କର୍ମଚାରୀ ଶ୍ରୀକାନ୍ତ ବିଶୋଇ, ଗତୁଲ ନାୟକ, ବିବେକା ସାହୁ ଓ ସୁରେଖା ଭତ୍ରା ପ୍ରମୁଖ ଚଢାଉରେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବସ୍ତା ପୋଲିସକୁ ବଡ଼ ସଫଳତା,ଡକାୟତ ଗ୍ୟାଙ୍ଗର ୪ ଯୁବକ ସହ ଜଣେ ମହିଳା ଗିରଫ 

masiha

ଧର୍ମଗଡ଼: ଦେଶୀ ମଦ ଭାଟିରେ ସଶସ୍ତ୍ର ଡ଼କାୟତି ଘଟଣା। ୧୧ ଟି ଜିଲ୍ଲାର ପୋଲିସ ସହାୟତାରେ ୮ ଆନ୍ତଃ ରାଜ୍ୟ ଡକାୟତ ଗିରଫ। ୩କୋଟି ୫୧ ହଜାର ଟଙ୍କା ଉଦ୍ଧାର।

masiha

ଅବକାରୀ ବିଭାଗକୁ ମିଳିଲା ବଡ଼ ସଫଳତା

masiha

Leave a Comment

error: Content is protected !!