ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ ୬୦୦ କି.ଗ୍ରା. ମହୁଲ ଜବତ 

ଅବକାରୀ ଚଢାଉ ୬୦୦ କି.ଗ୍ରା. ମହୁଲ ଜବତ 

ଡାବୁଗାଁ, ୩୧/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ବିଭିନ୍ନ ଗ୍ରାମରେ ସୋମବାର ଡାବୁଗାଁ ଅବକାରୀ ବିଭାଗ ଚଢାଉ କରି ୬୦୦ କି.ଗ୍ରା. ମହୁଲ ଜବତ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚେପଟିଆମ୍ବ ଗ୍ରାମରେ ଜଣ ଙ୍କ ଘରେ ମହୁଲ ରହିଥିବା ଖବର ପାଇ ଡାବୁଗାଁ ଅବକାରୀ ବିଭାଗ ଚଢାଉ କରିଥିଲା | ଉକ୍ତ ଘରେ ବସ୍ତାରେ ମହୁଲ ରଖାଯାଇଥିଲା | ଉକ୍ତ ମହୁଲ ଜବତ କରି ଓଜନ କରିବାରୁ ୬୦୦ କିଗ୍ରା ବୋଲି ଜଣା ପଡିଥିଲା | ଜବତ ହୋଇଥିବା ମହୁଲ ସେହି ଗ୍ରାମର ଅରୁଣ କୁମାର ଗୁପ୍ତା ଙ୍କର ବୋଲି ଜଣାପଡିଥିଲା | ପରେ ଅବକାରୀ ବିଭାଗ ଜବତ ମହୁଲ ସହ ଅରୁଣ କୁମାର ଗୁପ୍ତା ଙ୍କୁ ଗିରଫ କରି ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କୁ ଆଣିଥିଲେ | ସେଠାରେ ତାଙ୍କୁ ନୋଟିସ ଏଇ ଛାଡି ଦିଆଯାଇଥିଲା | ଏନେଇ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୨୨୩/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଅବକାରୀ ଅଧିକ୍ଷକ ପ୍ରତାପ ଦାଶ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଅବକାରୀ ଉପ ନିରିକ୍ଷକ ସମୀର କୁମାର ସ୍ଵାଇଁ ଙ୍କ ସମେତ ଅବକାରୀ କର୍ମଚାରୀ ଶ୍ରୀକାନ୍ତ ବିଶୋଇ, ଗତୁଲ ନାୟକ, ବିବେକା ସାହୁ ଓ ସୁରେଖା ଭତ୍ରା ପ୍ରମୁଖ ଚଢାଉରେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପାଣି ମାଗି ପିଇବା ପରେ ଜଙ୍ଗଲ କାଟିବା କୁ ବିରୋଧ କରି ଗୁଳି କରି ଯୁବକକୁ ହତ୍ୟା ,ରାଇଘର ଅଂଚଳ ରେ ପୁଣି ମାଓ ହିଂସା 

Sunil Chandra Nayak

ଅର୍ଥ ଲଗାଣକାରୀ ସଂସ୍ଥା ଜନସନ ଏଣ୍ଡ ଜନସନ ଫେରାର। କମ ଅର୍ଥ ବିନିଯୋଗ କରି ପ୍ରଚୁର ଲାଭ ପାଇବା ଆଶା ମଉଳିଲା

Sunil Chandra Nayak

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ ଗାଙ୍ଗପୁର ଥାନା ଅଞ୍ଚଳର ନାହାଡ଼ା ଗ୍ରାମରେ ଚାଞ୍ଚଲ୍ୟ — ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ

Sunil Chandra Nayak

Leave a Comment

error: Content is protected !!