ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ 

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ 

ଡାବୁଗାଁ, ୧/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟ ରେ ମଙ୍ଗଳବାର ଓଡିଶା ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ କୋଇଲାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଓଡିଶା ଦିବସ ପାଳିତ ହୋଇଛି | ଏଥିର ଛାତ୍ରୀ ଛାତ୍ର ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା | ପରେ ସଭାରେ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ବେହେରା ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ସୂତ୍ରଧାର ମହାପୁରୁଷ ମାନଙ୍କ ଜୀବନୀ ଓ ଓଡିଶା ପ୍ରଦେଶ ଗଠନ ହେବାରେ ସେମାନଙ୍କ ଭୂମିକା ଉପରେ ଛାତ୍ରୀଛାତ୍ର ମାନଙ୍କୁ କହିଥିଲେ | ଏହାସହ ଛାତ୍ରୀ ଛାତ୍ର ମନକୁ ପୋଷଣଯୁକ୍ତ ମାଣ୍ଡିଆ ଲଡୁ ବଣ୍ଟନ କରାଯାଇଥିଲା | ଏହି ସଭାରେ ଶିକ୍ଷୟତ୍ରୀ ପୁଷ୍ପଲତା ସାମଲ, ଶର୍ମୀଳା ଜେନା, ସବିତା ଦାଶ, ପରିଚିତା ନାୟକ, ଶିକ୍ଷକ ବଲ୍ଲଭ ନାରାୟଣ ପଣ୍ଡା, ଭକଚନ୍ଦ ମାଝି, ଗୋବିନ୍ଦ ଭତ୍ରା, ରାମାକାନ୍ତ ସାହୁ, ପୁରୋହିତ ବାଗ ଓ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳିତ

masiha

ଦାଣ୍ଡବୋଷ ଏୟାରଷ୍ଟ୍ରିପ ନିର୍ମାଣ ନେଇ ସରକାରୀ ଜମିରେ ୪୩ ପରିବାରଙ୍କୁ ବିସ୍ଥାପନ ସରଜମିନ ତଦନ୍ତ ନେଇ କଂଗ୍ରେସ ଦଳର ଏକ ପ୍ରତିନିଧି ଦଳଙ୍କ ସରଜମିନ ତଦନ୍ତ ଓ ସାମ୍ବାଦିକ ସମ୍ମିଳନୀ 

masiha

ପି ଆଇ କଲେଜର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!