ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ଭବନ ରେ ଉତ୍କଳ ଦିବସ ଓ ୩୭ ତମ ପ୍ରତିଷ୍ଠା ଦିବସ ପାଳନ 

ଅବସର ଭବନ ରେ ଉତ୍କଳ ଦିବସ ଓ ୩୭ ତମ ପ୍ରତିଷ୍ଠା ଦିବସ ପାଳନ 

ରାଉରକେଲା: ନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଉତ୍କଳ ଦିବସ ଓ ଅନୁଷ୍ଠାନର ୩୭ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଇଂ ଅଭୟ କୁମାର ଦାସ ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ପ୍ରେମାନନ୍ଦ ସାମଲ ଙ୍କ ଆବାହକତ୍ଵ ଓ ରାଧାମୋହନ ନାୟକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ଇତିହାସ ବିଭାଗର ପ୍ରାଧ୍ୟାପକ ଡ଼ଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳ ଦିବସ ପାଳନ ଆଭିମୁଖ୍ୟ ଓ ଏହାର ଇତିହାସ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ସମ୍ପ୍ରତି ଉତ୍କଳ ଦିବସ ଏକ ସ୍ପର୍ଶ କାତର ବିଷୟ ପାଲଟିଛି। ଉତ୍କଳ, ଓଡ଼ିଶା ବା କଳିଙ୍ଗ ଆମ ଆବେଗ ସହିତ ଜଡ଼ିତ। ଉତ୍କଳର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରି କହିଲେ ଯେ ଜଣଙ୍କର ମତ ଗଣଙ୍କର ମତ ହୋଇପାରେନି। ଓଡିଶା ଓ ଉତ୍କଳ ପରଷ୍ପର ର ପରିପୂରକ। ସାମ୍ବିଧାନିକ ପ୍ରବନ୍ଧନରେ ଓଡିଶା ଗଠନ ହୋଇଛି।ତାପସୁ ଓ ଭଲ୍ଲୁକ ଙ୍କ ଉଦାହରଣ ଦେଇ ତଥା ତ୍ରିଭୁବନ ମହଦେବୀ କିପରି ଭାରତର ପ୍ରଥମ ମହିଳା ଶାସିକା ଓ ବିଭିନ୍ନ ତଥ୍ୟ ଭିତ୍ତିକ ଉତ୍କଳ ପ୍ରଦେଶ ଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଶ୍ରୀ ନାୟକ ଅନୁଷ୍ଠାନର ଆଭିମୁଖ୍ୟ ଓ ଉତ୍କଳ ଦିବସ ପାଳନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ଦାସ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ଓ ସାଧାରଣ ସମ୍ପାଦକ ଶ୍ରୀ ସାମଲ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ାରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା କଲେ ଜିଲ୍ଲାପାଳ l ଜିଲ୍ଲାରେ ଆରମ୍ଭ ହେବ” ଦିବ୍ୟାଙ୍ଗ ସହାୟତା ଅଭିଯାନ” l ପ୍ରଥମ “ଦିବ୍ୟାଙ୍ଗ ମିତ୍ର ପୁରସ୍କାର ” ରେ ପିଲାଲାଲ ଜଗତ ସମ୍ମାନିତ ହେଲେ 

Sunil Chandra Nayak

ମୋ ଘର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବଡାମତଳିଆ ଲ୍ଯାମ୍ପରେ ୭୦ ତମ ଲ୍ଯାମ୍ପ ସ୍ତରୀୟ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳିତ

masiha

Leave a Comment

error: Content is protected !!