ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା’ ବାଟମଙ୍ଗଳାଙ୍କ ପ୍ରଥମ ବାର୍ଷିକୋତ୍ସବର ପୂର୍ଣାହୁତି ଓ ରାଜରାଜେଶ୍ବରୀ ବେଶ

ମା’ ବାଟମଙ୍ଗଳାଙ୍କ ପ୍ରଥମ ବାର୍ଷିକୋତ୍ସବର ପୂର୍ଣାହୁତି ଓ ରାଜରାଜେଶ୍ବରୀ ବେଶ

ଢେଙ୍କାନାଳ, ୧/୪: ଢେଙ୍କାନାଳ ସ‌ହରରସ୍ଥିତ ବାଜିଚୌକ ଠାରେ ମା’ବାଟମଙ୍ଗଳାଙ୍କର ପ୍ରଥମ ବାର୍ଷିକୋତ୍ସବର ପୂର୍ଣାହୁତି ଓ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଯାଇଅଛି । ଗତକାଲି କମଗରା ଘାଟ ଠାରୁ ପୂଜାର୍ଜନା କରାଯାଇ ଘଂଟବାଦ୍ୟ ଦ୍ବାରା ସହର ପରିକ୍ରମା କରି ଏକ ଶୋଭାଯାତ୍ରାରେ ଜଳସଯାତ୍ରା କରିଥିଲେ । ୧୫୦ରୁ ଉର୍ଦ୍ଧ ଭକ୍ତମାନେ ସହର ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ପହଁଚିଲା ପରେ ଅଧୁବାସ ପୂଜା ଆରମ୍ଭ ହୋଇଥିଲା । ଆଜି ପ୍ରତଃରୁ ମଙ୍ଗଳଆଳତି, ମହାସ୍ନାନ, ନୂତନ ବସ୍ତ୍ର ପରିଧାନ ଓ ବିଭିନ୍ନ ଫୁଲଦ୍ୱାରା ମା’ଙ୍କୁ ସୁସଜିତ କରାଯାଇ ସୂର୍ଯ୍ୟପୂଜା, ଗୋ-ପୂଜା, କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାର ପୂଜା ସହିତ ବିଭିନ୍ନ ପଣାଭୋଗ ଲାଗି କରାଯାଇଥୁଲା । ଚଣ୍ଡିପାଠ, ସପ୍ତଚଣ୍ଡୀ ଆହୁତି ସହିତ ପୂର୍ଣାହୁତି ଅନୁଷ୍ଠିତ ହୋଇଥିଲା । ପ୍ରାୟ ୩ ହଜାରୁ ଅଧିକ ଭକ୍ତମାନେ ପ୍ରସାଦ ସେବନ କରିଥିଲେ । ସମାଜସେବୀ ତ‌ଥା ଶିଳ୍ପପରୀ ଗଙ୍ଗାଧର ସାମଲ ଓ ତାଙ୍କ ସହିତ ଦେବାଶିଷ ମିଶ୍ର ଉପସ୍ଥିତ ରହି ମା’ଙ୍କ କୃପାଲାଭ କରିବା ସହିତ ମନ୍ଦିର ବିଷୟରେ ଆଲୋଚନା କରିଥିଲେ । ପଣ୍ଡିତ ଅଶୋକ କୁମାର କର ଓ ପଣ୍ଡିତ ବିନୋଦ କୁମାର କର ପୂଜାକୁ ସୂଚାରୁ ରୂପେ ତୁଲାଇଥିଲେ । କର୍ତା ସୁମୋନ୍ତ ଓଝା, କର୍ତୀ ଲକ୍ଷ୍ମୀପ୍ରିୟା ଓଝା, ସଦସ୍ୟ ଶ୍ରୀକାନ୍ତ ରଣା, ଗୁନିଆ ସାହୁ, ନିର୍ମଳ ରାଉତ, ମେଘନାଦ ସାହୁ, ବ୍ରହ୍ମାନନ୍ଦ ସାହୁ, ମନୋରଞ୍ଜନ ଜେନା, ଜିତେନ୍ଦ୍ର ବେହେରା, ଆଶୁତୋଷ ଦାସ, ଶଶି ପାଣ୍ଡେ ଓ ଟିକୁ ପାଣ୍ଡେଙ୍କ ସମେତ ସମସ୍ତ କର୍ମକର୍ତାଙ୍କ ଉପସ୍ଥିତ ରହି ବାର୍ଷିକୋତ୍ସବକୁ ସଫଳ କରାଇଥିଲେ । ଶତାଧିକ ଭକ୍ତ ଯୋଗଦେଇ ମା’ଙ୍କ କୃପାଲାଭ କରିଥିଲେ । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସବ ପୂର୍ଣ୍ଣାହୁତି ଦିବସରେ ମା’ଙ୍କ ସୂନାବେଶ 

କୁଳେରଗୁଡା ଠାରେ ମା ବସ୍ତରେନ ମାଉଲିଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

Sunil Chandra Nayak

କୁଟ୍ରାବାହାଲି ଗ୍ରାମରେ ଅଷ୍ଟପହରୀ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!