ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ୍ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଶୁଭାରମ୍ଭ ତଥା ଶିକ୍ଷା ସଚେତନତା ରଥର ଉଦଘାଟନ 

ବ୍ଲକ୍ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଶୁଭାରମ୍ଭ ତଥା ଶିକ୍ଷା ସଚେତନତା ରଥର ଉଦଘାଟନ 

ରୁପ୍ରା, ୨/୪ (ଅଜୟ ସେନାପତି ) : ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆହ୍ୱାନ ‘ସଭିଏଁ ସ୍କୁଲ୍ ଯିବା’ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ନର୍ଲାବ୍ଲକ୍ ଠାରେ ମଧ୍ୟ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ବ୍ଲକ୍ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଶିଶୁ ବାଟିକାର ଶୁଭାରମ୍ଭ ବୁଧବାର ଦିନ  ପିପଲପଦର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ବାଗପୁର ସରପଞ୍ଚ ଗୋପାଳ ହାତୀ ମୁଖ୍ୟ ଅତିଥି, ଏବିଇଓ ଗୋବର୍ଦ୍ଧନ ମାଝୀ ଆବାହକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଟାର୍ଜନ୍ ରଣା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବୀନ୍ଦ୍ର ନାଥ ସେଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂଜକ ଭାବରେ ଅସୁରଗଡ ସ୍କୁଲର ଶିକ୍ଷକ ଅର୍ଜୁନ ମିଶ୍ର ଯୋଗଦେଇ ଥିଲେ। ସେହିପରି ଶିକ୍ଷା ସଚେତନତା ରଥର ମଧ୍ୟ ଶୁଭାରମ୍ଭ କରାଯାଇଥିଲା, ଉକ୍ତ ରଥ ବ୍ଲକ୍ ଅଧିନ ସମସ୍ତ ଗ୍ରାମ ପରିକ୍ରମା କରି ଶିକ୍ଷା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିବ। ରୁପ୍ରା CRCC ଡମ୍ବରୁଧର ସାହୁ, ଶ୍ରୀପୁର୍ CRCC ରଘୁପତି ନାଏକ, ଭୀମକେଲା CRCC ବିଜୟ ସୁନାଙ୍କ ସମେତ ସମସ୍ତ CRCC ଓ ବ୍ଲକ୍ ଅନ୍ତର୍ଗତ ଅନ୍ୟାନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ତଥା ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।  କାର୍ଯ୍ୟକ୍ରମ ପରିଚାଳନା CRCC ନୀଳମଣି ସାହୁ କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ  CRCC ଦୁର୍ଗାମାଧବ କୁମାର ପ୍ରଦାନ କରିଥିଲେ। 

Related posts

ଇମ୍ଫାରେ ୫୧ ତମ ବିଶ୍ଵ ପରିବେଶ ଦିବସ ପାଳିତ

ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

masiha

ମସିହା NEWS ର ମହାପ୍ରଭାବ , ଖବର ପ୍ରକାଶ ପରେ, କଙ୍କଡ଼ାହାଡ଼ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିକାରୀଣି ସୋପାନ ଟଙ୍କା ହେରେଫେର ବାବଦରେ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

Sunil Chandra Nayak

Leave a Comment

error: Content is protected !!