ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସିଙ୍ଗିରେ ମଙ୍ଗଳା ପୂଜା ଉପଲକ୍ଷେ ଝୁମର ପ୍ରୋଗ୍ରାମ

ବାସିଙ୍ଗିରେ ମଙ୍ଗଳା ପୂଜା ଉପଲକ୍ଷେ ଝୁମର ପ୍ରୋଗ୍ରାମ 

 ମୟୂରଭଞ୍ଜ- ୨/୦୪ // ଚଇତ୍ର ମାସ ତୃତୀୟ ମଙ୍ଗଳବାର ପାଳିରେ ମା’ ମଙ୍ଗଳା ପୂଜା ଵହଳଦା ଵ୍ଳକର ଵାସିଙ୍ଗି ଗ୍ରାମରେ ଘରେ ଘରେ ଆନନ୍ଦ ଓ ଉଲ୍ଲାସର ପାଳିତ ହୋଇଯାଇଛି । ବ୍ରତଧାରୀମାନେ ଘର ଦୁଆର ସଫା କରି ଗୋବର ଲିପି ମନ୍ଦାର ଗୁଆ,ଅରୁଆ ଚାଉଳ ଦେଇ ପୂଜା କରିଥିଲେ ।ପରେ ମା’ ମଙ୍ଗଳା ମନ୍ଦିରକୁ ଯାଇ ମା’ ଙ୍କଚୁ ଧୂପ,ଦୀପ,ନେଵେଦ୍ଯ ଦେଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ଥିଲେ ।ଏହି ଉପଲକ୍ଷେ ଵାସିଙ୍ଗି ଗ୍ରାମର‌ ଧର୍ମପରାୟଣ ଶଙ୍କର କାରୁଆଙ୍କ ଘରେ‌ ମଙ୍ଗଳା ମାଆ ପୂଜା କରାଯାଇଥିଲା ।ରାତିରେ ଗ୍ରାମ୍ୟ ପୂଜା କମିଟି ତରଫରୁ ଝୁମର ପ୍ରୋଗ୍ରାମ ଆୟୋଜନ କରାଯାଇଥିଲା । ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଖ୍ୟାତନାମା ଝୁମର କଳାକାରଙ୍କ ଦ୍ଵାରା ଆକର୍ଷଣୀୟ ଢୋଲ,ମାଧବ,ଧୂମସା,ତୁରୀ ବାଦ୍ୟରେ ଝୁମର ନୃତ୍ଯ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା ।ବହୁ ସଂଖ୍ୟାରେ ଦର୍ଶକ ଭରପୁର ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଏଥିରେ ମୁକେଶ ବାବଲୁ,ସତ୍ୟ,ପବନ ,ଟିଙ୍କା,ବିଜୟ,ମଣ୍ଟୁ ପ୍ରିୟାଂଶୁ, ଅମିତ୍,ଝୁଣ୍କୁ, ପିଣ୍ଟୁ ପରିଚାଳନା ରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବଡ଼ ପୋଡ଼ାଗୁଡା ପଂଚାୟତକୁ ମରୁଡି ଘୋଷଣା କର, ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ଚାଷି

masiha

ଇଣ୍ଡୋର ଭାଣ୍ଡାରି ରିସଟ ଠାରେ ସର୍ବଭାରତୀୟ ସ୍ତରୀୟ ଆବାକସ ପ୍ରତିଯୋଗିତା: ଯୋଗଦେଲେ କଳାହାଣ୍ଡିର ୨୨ ଛାତ୍ରଛାତ୍ରୀ  

masiha

ରାଉରକେଲା ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ପକ୍ଷରୁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଉଦ୍ଘାଟିତ ରାଉରକେଲା ସହରର ନଜର ରଖିବ ୨୨୦ ପୋଲିସ୍ ସିସିଟିଭି କ୍ୟାମେରା

Sunil Chandra Nayak

Leave a Comment

error: Content is protected !!