ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସିଙ୍ଗିରେ ମଙ୍ଗଳା ପୂଜା ଉପଲକ୍ଷେ ଝୁମର ପ୍ରୋଗ୍ରାମ

ବାସିଙ୍ଗିରେ ମଙ୍ଗଳା ପୂଜା ଉପଲକ୍ଷେ ଝୁମର ପ୍ରୋଗ୍ରାମ 

 ମୟୂରଭଞ୍ଜ- ୨/୦୪ // ଚଇତ୍ର ମାସ ତୃତୀୟ ମଙ୍ଗଳବାର ପାଳିରେ ମା’ ମଙ୍ଗଳା ପୂଜା ଵହଳଦା ଵ୍ଳକର ଵାସିଙ୍ଗି ଗ୍ରାମରେ ଘରେ ଘରେ ଆନନ୍ଦ ଓ ଉଲ୍ଲାସର ପାଳିତ ହୋଇଯାଇଛି । ବ୍ରତଧାରୀମାନେ ଘର ଦୁଆର ସଫା କରି ଗୋବର ଲିପି ମନ୍ଦାର ଗୁଆ,ଅରୁଆ ଚାଉଳ ଦେଇ ପୂଜା କରିଥିଲେ ।ପରେ ମା’ ମଙ୍ଗଳା ମନ୍ଦିରକୁ ଯାଇ ମା’ ଙ୍କଚୁ ଧୂପ,ଦୀପ,ନେଵେଦ୍ଯ ଦେଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ଥିଲେ ।ଏହି ଉପଲକ୍ଷେ ଵାସିଙ୍ଗି ଗ୍ରାମର‌ ଧର୍ମପରାୟଣ ଶଙ୍କର କାରୁଆଙ୍କ ଘରେ‌ ମଙ୍ଗଳା ମାଆ ପୂଜା କରାଯାଇଥିଲା ।ରାତିରେ ଗ୍ରାମ୍ୟ ପୂଜା କମିଟି ତରଫରୁ ଝୁମର ପ୍ରୋଗ୍ରାମ ଆୟୋଜନ କରାଯାଇଥିଲା । ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଖ୍ୟାତନାମା ଝୁମର କଳାକାରଙ୍କ ଦ୍ଵାରା ଆକର୍ଷଣୀୟ ଢୋଲ,ମାଧବ,ଧୂମସା,ତୁରୀ ବାଦ୍ୟରେ ଝୁମର ନୃତ୍ଯ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା ।ବହୁ ସଂଖ୍ୟାରେ ଦର୍ଶକ ଭରପୁର ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଏଥିରେ ମୁକେଶ ବାବଲୁ,ସତ୍ୟ,ପବନ ,ଟିଙ୍କା,ବିଜୟ,ମଣ୍ଟୁ ପ୍ରିୟାଂଶୁ, ଅମିତ୍,ଝୁଣ୍କୁ, ପିଣ୍ଟୁ ପରିଚାଳନା ରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପରିଗଣନା ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ ‘ଏସ ଆଇଆର’ କୁ ନେଇ ବାଲିଗୁଡା ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ଇ-ଆଡ଼ମିଶନ ଟ୍ରେନିଂରେ ଥିଲେ ଅନୁପସ୍ଥିତ ଥିବାରୁ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସହ ୮ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି

ଅଭାବୀ ବର୍ଷା ଯୋଗୁଁ ଚାଷକାମ ଅସମ୍ପୂର୍ଣ୍ଣ,ଚିନ୍ତାରେ ଚାଷୀ

masiha

Leave a Comment

error: Content is protected !!