ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ପକ୍ଷ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ 

ଓଡିଆ ପକ୍ଷ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ 

ନବରଙ୍ଗପୁର :(୦୩-୦୪-୨୦୨୫ )(ରବି ନାରାୟଣ ମହାନ୍ତି)ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ, ଏପ୍ରିଲ ୧ ତାରିଖ ଠାରୁ ୧୪ ପର୍ଯ୍ୟନ୍ତ ଓଡ଼ିଶା “ଓଡିଆ ପକ୍ଷ” ପାଳନ କରିବା ନିମନ୍ତେ ନିଷ୍ପତ୍ତି ହୋଇଛି l ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଅଶୋକ ମେହେଟା ସଭାଗୃହ ରେ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଏପ୍ରିଲ ୩ ତାରିଖକୁ ପାରମ୍ପରିକ ପୋଷାକ ପରିଧାନ ଦିବସ ଭାବେ ପାଳନ କରାଯିବା ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଅନ୍ତତଃପକ୍ଷେ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କୁ ପାରମ୍ପରିକ ପୋଷାକ ପରିଧାନ କରିବା ପାଇଁ ଜିଲ୍ଲାପାଳ ଡଃ ମହାପାତ୍ର ଅନୁରୋଧ କରିଥିଲେ l ଆଗାମୀ ୧୩ ତାରିଖ ରବିବାର ଦିନ ଜିଲ୍ଲା କାର୍ଯ୍ୟାଳୟ ମଧ୍ୟରେ ଏକ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କରିବା ପାଇଁ ସ୍ଥିରୀକୃତ ହୋଇଥିଲା | ବୈଠକ ଶେଷରେ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ ଏବଂ କର୍ମଚାରୀ ମାନେ ଫଟୋ ଉତ୍ତୋଳନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ବଜିତ ଚନ୍ଦ୍ର ବର୍ମନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ନବରଙ୍ଗପୁର, ବିରଞ୍ଚି ନାରାୟଣ ଦର୍ବାନ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ନବରଙ୍ଗପୁର ଯଦୁମଣି ନାୟକ, ପ୍ରକଳ୍ପ ପ୍ରଶାସକ, ସମ୍ବନୀତ ଅଧିବାସୀ ଉନ୍ନୟନ ସଂସ୍ଥା, ରାଜୀବ କୁମାର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁଧାଂଶୁ ଶେଖର ପାତ୍ର, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ଶ୍ରୀମତୀ ଦ୍ରୌପଦୀ କହଁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ମନୋଜ କୁମାର ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ, ଅଜୟ କୁମାର ମଲ୍ଲିକ, ଡେପୁଟି କଲେକ୍ଟର ଶ୍ରୀମତୀ ମୀରା ନାୟକ, ଚଇନୁ ଗଣ୍ଡ, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ଅଶ୍ଵିନୀ ମାଝୀ, ହେମନ୍ତ ସୌରା, ବିନାୟକ ଖଡଙ୍ଗା, ଶିବ ଶଙ୍କର ପାଢି, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଜରୁରୀ କାଳୀନ ବିଭାଗ, ହିମାଂଶୁ ଶେଖର ପଟନାୟକ ଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରି ଉପସ୍ତିତ ଥିଲେ | ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ପରିଚାଳନା କରିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗୋଲାମୁଣ୍ଡା ବ୍ଲକର କର୍ପା ଠାରେ ମିଳିତ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯୋରନ୍ଦା ରେ ରଜ ମହୋତ୍ସବ ପାଳିତ କଲେ ସରପଞ୍ଚ ଆରତୀ ନାୟକ

Sunil Chandra Nayak

ଆସ୍ଥା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ 

masiha

Leave a Comment

error: Content is protected !!