ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାରଣା ଆଶ୍ରମ ବିଦ୍ୟାଳୟରେ ଶିକ୍ଷାରଥକୁ ସ୍ବାଗତ

ତାରଣା ଆଶ୍ରମ ବିଦ୍ୟାଳୟରେ ଶିକ୍ଷାରଥକୁ ସ୍ବାଗତ

ମୟୂରଭଞ୍ଜ;ତା/୦୪/୦୪/୨୦୨୫ // ମୟୂରଭଂଜ ଜିଲ୍ଲା ଆଦିବାସୀ ବହୁଳ ଅଞ୍ଚଳ ଭାବରେ ଜାମଦା ବ୍ଲକ ପରିଚିତ |ଏହି ବ୍ଲକରେ ଶିକ୍ଷାରଥକୁ ବିଦ୍ୟାଳୟ ଗୁଡ଼ିକରେ ବିପୁଳ ଭାବରେ ସ୍ବାଗତ କରାଯାଉଥିବା ଲକ୍ଷ୍ୟ କରାଯାଉଛି |ତାରଣା ଆଶ୍ରମ ସ୍କୁଲରେ ଶିକ୍ଷାରଥକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ଜରିଆରେ ଅଭିଭାବକ,ଛାତ୍ରଛାତ୍ରୀ ଶଙ୍ଖ ଓ ହୁଳହୁଳି ଦେଇ ସ୍ବାଗତ କରାଯାଇଥିବା ସିଆରସିସି ବୁଧୁରାୟ ହେମ୍ବ୍ରମ କହିଛନ୍ତି |ସିଆରସିସି ଶଂକର ପାତ୍ର ଓ ବୁଧୁରାୟ ହେମ୍ବ୍ରମ ଶିକ୍ଷାରଥକୁ ବିଦ୍ୟାଳୟ ପ୍ରାଗଣକୁ ପ୍ରବେଶ କରାଇଥିବାବେଳେ ପ୍ର.ଶି. ସୁଦାମ ଚନ୍ଦ୍ର ଦତ୍ତ,ସହକାରୀ ଶିକ୍ଷକ ଦୀପକ କୁମାର କାନ୍ତ,ବିଜୟ କୁମାର ସିଂ,ବାନାଊ ହାଁସଦାଃ ସମେତ ଅଭିଭାବକ,ବିଦ୍ୟାର୍ଥୀମାନେ ଶିକ୍ଷାରଥକୁ ସ୍ବାଗତ କରିଥିଲେ |ପରେ ପ୍ରବେଶ ଉତ୍ସବ ନିମନ୍ତେ ମଂଚରେ ସୁନ୍ଦର ନାଚ ପ୍ରଦର୍ଶିତ ହୋଇଥିଲା |ସିଆରସିସି ଓ ପ୍ରଧାନ ଶିକ୍ଷକ ଶିକ୍ଷାରଥ ଓ ପ୍ରବେଶ ଉତ୍ସବ ଉପରେ ସରକାରଙ୍କର ଯୋଜନା ଉପରେ ସଚେତନ କରିବା ସହ ବକ୍ତବ୍ୟ ପ୍ରଦାନ କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଶୋଇରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ

masiha

ଜାନୁଆରୀ 28ରେ ବିଶାଳ ଆଦିବାସୀ ମହାମେଳି 

masiha

ଲାଞ୍ଜିଗଡରେ ଶେଷ ହେଲା ଶ୍ୟାମାକାଳୀ ପୂଜା

masiha

Leave a Comment

error: Content is protected !!