ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟ ହୃଦୟ ବିଦ୍ୟାଳୟ ର ଛାତ୍ରୀ ଙ୍କୁ ମିଳୁନି ଆହାର

ଦିବ୍ୟ ହୃଦୟ ବିଦ୍ୟାଳୟ ର ଛାତ୍ରୀ ଙ୍କୁ ମିଳୁନି ଆହାର

ନବରଙ୍ଗପୁର:(୫/୪)(ରବିନାରାୟଣମହାନ୍ତି) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ସମ୍ମୁଖରେ ଥିବା ଦିବ୍ୟ ହୃଦୟ ବାଳିକା ବିଦ୍ୟାଳୟ ଟି ତତ୍କାଳୀନ ନବରଙ୍ଗପୁର ଜିଲ୍ଲାପାଳ ସନ୍ତୋଷ କୁମାର ଷଡ଼ଙ୍ଗୀ ଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା। ବିଦ୍ୟାଳୟ ତେନ୍ତୁଳିଖୁଣ୍ଟି କ୍ୟାଥଳିକ୍ ମିଶନ ତରଫରୁ ଚାଲିଥିଲା।ଏହା ବ୍ରହ୍ମପୁର ଧର୍ମ ପ୍ରଦେଶ ଅଧିନରେ ରହିଥିଲା। ଏହି ବିଦ୍ୟାଳୟ ରେ ୬ ଷ୍ଠ ରୁ ୧୦ମ ଯାଏ ଛାତ୍ରୀ ମାନେ ବିଦ୍ୟା ଅଧ୍ୟୟନ କରୁଛନ୍ତି।କିଛି ବର୍ଷ ପରେ ଏହା ରାଜ୍ୟ ସରକାରଙ୍କ ବ୍ଲକ୍ ଗ୍ରାଣ୍ଟ ରେ ଅନ୍ତର୍ଭୁକ୍ତ ହୋଇଥିଲା। ସରକାରୀ ବିଦ୍ୟାଳୟ ରେ ଯେମିତି ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା ,ଏହି ବିଦ୍ୟାଳୟ ର ୬ଷ୍ଠ ରୁ ୮ମ ଶ୍ରେଣୀ ଯାଏ ପଢୁଥିବା ଛାତ୍ରୀ ମାନେ ଦିନରେ ମଧ୍ୟାହ୍ନ ଭୋଜନ କରୁଥିଲେ।ଏବେ ରାଜ୍ୟ ରେ ସରକାର ବଦଳିବାର ପ୍ରାୟ ୯ ମାସ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଦେଉଥିବା ବେଳେ, ହଠାତ୍ ଏପ୍ରିଲ ମାସରୁ ୬ଷ୍ଠ ରୁ ୮ମ ଶ୍ରେଣୀ ଯାଏଁ ବନ୍ଦ ହୋଇଯାଇଛି। ଅପରପକ୍ଷରେ ବିଦ୍ୟାଳୟ ୟୁଡି କୋଡ଼ ୨୧୨୮୦୯୦୬୯୫୧ ଏହି ବିଦ୍ୟାଳୟ ରେ ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଚାଲୁ ରହିଥିବା ଜଣାପଡିଛି।ଏ ନେଇଁ ଆମେ ଦିବ୍ୟ ହୃଦୟ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଇନ୍ଦ୍ରା ପଟ୍ଟନାୟକ ଙ୍କୁ ଯୋଗା ଯୋଗ କରିବାରୁ ସେ ଗୋଷ୍ଠୀ ଶିକ୍ଷା ବିଭାଗ ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିବାକୁ କହିଥିଲେ।ଆମେ ଏ ନେଇଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହୋଦୟ ମଧୁ ସୁଦନ ବାଗ ଙ୍କୁ ଯୋଗା ଯୋଗ କରିବାରୁ ଦିବ୍ୟ ହୃଦୟ ବାଳିକା ବିଦ୍ୟାଳୟ ଟି ଖ୍ରୀଷ୍ଟିଆନ୍ ମିଶନ ତରଫରୁ ପଞ୍ଜି କରଣ ହୋଇନାହିଁ। ପଣସପଦର କିମ୍ବା ତେନ୍ତୁଳିଖୁଣ୍ଟି ଯେ ଇ ଏଲ୍ ଚର୍ଚ୍ଚ ପଞ୍ଜୀ କରଣ ହୋଇଥିବାରୁ ସେ ବିଦ୍ୟାଳୟ ଗୁଡ଼ିକୁ ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି।ଏହି ବିଦ୍ୟାଳୟ ର ଅନୁମତି ପାଇଁ ଆବେଦନ କରିଥିଲେ ସତ ,ହେଲେ ଏହା ଅନୁମତି ପାଇଁ ପାରି ନାହିଁ। ଏଠାରେ ପ୍ରଶ୍ନ ଉଠେ ଯେ, ଶିକ୍ଷା ବିଭାଗ ଅଧିକାରୀ କିଭଳି ଅନ୍ଧ ମୁକ ଭଳି ବର୍ଷ ବର୍ଷ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଥିଲେ। ଅନୁମତି ନାହିଁ କହି , ପୁଣି କହିଛନ୍ତି କେବଳ ୯ମ ଓ ୧୦ମ କୁ ଅନୁମତି ରହିଛି ବୋଲି କହୁଛନ୍ତି।ଯାହା ଫଳ ରେ ୪ ଦିନ ହେଲା ବିଦ୍ୟାଳୟ ର ୬ଷ୍ଠ ରୁ ୮ମ ଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ କରି ନାହାଁନ୍ତି।୯ମ ୧୦ମ ଶ୍ରେଣୀ ଛାତ୍ରୀ ମାନେ ହିଁ ଭୋଜନ କରିବେ। ଏହାକୁ ନେଇଁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୧୨ ବାଟାଲିୟନ ସିଆରପିଏଫ ପକ୍ଷରୁ ଆନ୍ତର୍ଜାତୀୟ ତୃତୀୟ ଦିନରେ ଯୋଗ ଦିବସ 

masiha

ରାୟଗଡ଼ା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

masiha

ଏସଏଚଜି ମହିଳା ମାନଙ୍କୁ ତାଲିମ , ପ୍ରମାଣପତ୍ର ବଣ୍ଟନ ଓ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ସଚେତନତା ସଭା

Sunil Chandra Nayak

Leave a Comment

error: Content is protected !!