ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଠାରେ ଆନ୍ତର୍ଜାତୀୟ ସମବାୟ ଦିବସ ପାଳିତ

ସୁନ୍ଦରଗଡ଼ ଠାରେ ଆନ୍ତର୍ଜାତୀୟ ସମବାୟ ଦିବସ ପାଳିତ

ସୁନ୍ଦରଗଡ଼, ୦୫/୦୪/୨୫: ଆଜି ସ୍ଥାନୀୟ ସଂସ୍କୃତି ଭବନରେ ଆନ୍ତର୍ଜାତିକ ସମବାୟ ବର୍ଷ, ୨୦୧୫ ପାଳନ ଅବସରରେ “ସମବାୟ ମାଧ୍ୟମରେ ମହିଳା ସଶକ୍ତିକରଣ” ବିଷୟକୁ ଭିତ୍ତି କରି ଜ଼ିଲ୍ଲାସ୍ଥରୀୟ ଉତ୍ସବ ପାଳିତ ହୋଇଯାଇଅଛି |

     ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଯୋଗ ଦେଇଥିଲେ ଏବଂ ସମ୍ମlନ୍ୱିତ ଅତିଥିରୂପେ ଜ଼ିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ,ଟି ଡି ସି ସି ରାଜ୍ୟ ସଭାପତି ଶ୍ରୀମତୀ ଚେମେଲୀ ଓରାମ,ଜ଼ିଲ୍ଲା ସମବାୟ ଅଧିକାରୀ ଶ୍ରୀ ଉମାଶଙ୍କର ଦାସ ,କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ , ୟୁନିୟନ ସଭାପତି, ଡି ଡି ଏମ ନାବାର୍ଡ ଶ୍ରୀ ତାପସ ବେହେରା ,ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ,ଶ୍ରୀ ଧର୍ମେନ୍ଦ୍ର ସାବତ, ଅଧ୍ୟକ୍ଷ କୃତାର୍ଥ ଆଚାର୍ଯ୍ୟ ସମବାୟ ପ୍ରଶିକ୍ଷଣ କେନ୍ଦ୍ର, ବରଗଡ଼, ସହକାରୀ ନିବନ୍ଧକ ସମବାୟ ସମିତି ସୁନ୍ଦରଗଡ, ପାନପୋଷ ଓ ବଣାଇ , ଅନ୍ୟ ବିଭାଗର ଜ଼ିଲ୍ଲା ମୁଖ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ମଞ୍ଚ ପରିଚାଳନା କରିଥିଲେ ପ୍ରଦ୍ୟୁମ୍ନ ନନ୍ଦ | 

     ମହିଳାମାନେ ହେଉଛନ୍ତି ସମବାୟ ଆନ୍ଦୋଳନର ଏକ ପ୍ରମୁଖ ଅଙ୍ଗ | ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ସମବାୟ ମାଧ୍ୟମରେ ଋଣ ନେଇ ବିଭିନ୍ନ କ୍ଷେତ୍ରରେ ନିଜକୁ ସ୍ୱାବଲମ୍ବୀ କରି ପାରିଛନ୍ତି | ଲିଙ୍ଗଗତ ଅସମାନତା ଦୂରୀକରଣ, ବୈଷମ୍ୟମୁକ୍ତ ତଥା ଶ୍ରେଣୀହୀନ ସମାଜ ଗଠନରେ ସମବାୟ ତା ସଂଗ୍ରାମ ଜାରିରଖିଛି | ଆନ୍ତର୍ଜାତିକ ସମବାୟ ବର୍ଷରେ ତଥା ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶା କ୍ଷେତ୍ରରେ ଏହାର ଆବଶକ୍ୟତା, ଆଧୁନିକତା,ସଂସ୍କୃତି ଓ ପରମ୍ପରାକୁ ପାଥେୟ କରି ସମବାୟ ଆନ୍ଦୋଳନକୁ ଗତିଶୀଳ କରି ଶୀର୍ଷରେ ପହଂଚାଇବା ନିମନ୍ତେ ମୁଖ୍ୟ ଅତିଥି ଶ୍ରୀ ଓରାମ ଆହ୍ବାନ କରିଥିଲେ | ଏହି ପରିପ୍ରେକ୍ଷୀରେ ସମବାୟରେ ମହିଳାମାନଙ୍କ ଭାଗିଦାରୀ ସକ୍ରିୟ କରିବା ନିମନ୍ତେ ଉତ୍ସାହିତ କରାଯାଇଥିଲା | କାମଧେନୁ ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ କୁ ତ୍ୱରାନ୍ୱିତ କରିବା ପାଇଁ ବାର୍ତ୍ତା ଦିଆଯାଇଥିଲା | ପ୍ରତ୍ୟୟ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀକୁ ଭୁରି ଭୁରି ପ୍ରସଂଶା କରାଯାଇଥିଲା | ଏହି ଅବସରରେ ସମବାୟ କ୍ଷେତ୍ରରେ ଯୋଡି ହୋଇ ରହିଥିବା ୧୯ ଲକ୍ଷ ଟଙ୍କାର ଚେକ ୪ ଏସ ଏଚ ଜ଼ି ମାନଙ୍କୁ ବିତରଣ କରାଯାଇଥିଲା ଏବଂ ସ୍ୱାବଲମ୍ବୀ ୧୯ ଏସ.ଏଚ. ଜ଼ି. ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମାସିକ ସାରସ୍ଵତ ସମାବେଶ

Sunil Chandra Nayak

୩୫ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସ      ପ୍ରାର୍ଥନା, ପ୍ରଚେଷ୍ଟା, ପ୍ରତୀକ୍ଷା, ପ୍ରେରଣା କୁ ଗୁରୁତ୍ୱାରୋପ

Sunil Chandra Nayak

ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

Leave a Comment

error: Content is protected !!