ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମ ନବମୀରେ ଦେବାଳୟ ଓ ଐତିହ୍ୟ ସ୍ଥଳୀର ସ୍ଵଚ୍ଛତା ଅଭିଯାନ

ରାମ ନବମୀରେ ଦେବାଳୟ ଓ ଐତିହ୍ୟ ସ୍ଥଳୀର ସ୍ଵଚ୍ଛତା ଅଭିଯାନ

କୋରାପୁଟ,୬/୪/ ଓଡ଼ିଆ ପକ୍ଷ ପାଳନ ଅବସରରେ କୋରାପୁଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦେବାଳୟ ଓ ଐତିହ୍ୟ ସ୍ଥଳୀର ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ଝାଡୁ ନେଇ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ରାମ ନବମୀ ଭଳି ପବିତ୍ର ଦିନରେ ଦେବାଳୟ ସଫେଇ କାର୍ଯ୍ୟ କରିବାକୁ ସୁଯୋଗ ମିଳିଲା ବିଭିନ୍ନ ସମୟରେ କିଛି ସମୟ କାଢ଼ି ଦେବାଳୟ କିମ୍ବା ଐତିହ୍ୟ ସ୍ଥଳୀର ସଫେଇ କରିବା ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି ପ୍ରତିକ୍ରିୟା ରଖିଥିଲେ। ଦେବାଳୟ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନ ପରିଷ୍କାର ରଖିବା ଆମ କର୍ତ୍ତବ୍ୟ ତେଣୁ ନିଜେ ସଚେତନ ହୋଇ ଏହି ସବୁ ସ୍ଥଳୀକୁ ସଫା ରଖିବାକୁ ଅତିରିକ୍ତ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରିତୀ ସୁଦ୍ଧା ଜେନା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତାଲିନା ପ୍ରଧାନୀ , କୋରାପୁଟ ତହସିଲଦାର ସବିର ଶାହା ଉପସ୍ଥିତ ଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ଅସହାୟ ଲୋକଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ  ୧୦ଟି ପଞ୍ଚାୟତରେ ୩୩୦୦ ରୁ ଉର୍ଦ୍ଧ ଲୋକଙ୍କୁ ଶୀତ ବସ୍ତ୍ର ବା କମଳ ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ଭାଲୁପିଆ ଠାରେ ମାଣ୍ଡିଆ ମଣ୍ଡି ଉଦଘାଟନ ସମାରୋହ 

masiha

ବାହାନଗା ରେଳ ଦୁର୍ଘଟଣା ଗ୍ରସ୍ତ ପରିବାରଙ୍କୁ ସାହାଯ୍ଯାର୍ଥେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏଡିଶା ବ୍ରାହ୍ମଣ ମହାସଭାର,ଵାମନଘାଟି ତରଫରୁ ସହାୟତା

Sunil Chandra Nayak

Leave a Comment

error: Content is protected !!