ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ରାମ ନବମୀ ପାଳନ ଅବସରରେ ଶୋଭାଯାତ୍ରା 

ଡାବୁଗାଁ ରେ ରାମ ନବମୀ ପାଳନ ଅବସରରେ ଶୋଭାଯାତ୍ରା 

ଡାବୁଗାଁ, ୬/୪ (ମ.ନି.ସ.)- ରବିବାର ଅପରାହ୍ନରେ ରାମ ନବମୀ ଉପଲକ୍ଷେ ନବରଙ୍ଗପୁର ଜିଲା ଡାବୁଗାଁ ରେ ମୋଟରସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ମାଁ ଠାକୁରାଣୀ ମନ୍ଦିରରେ ଏକତ୍ରିତ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ଜୟ ଶ୍ରୀରାମ ଧ୍ୱନି ଦେଇ ଡାବୁଗାଁ, ନୂଆଗୁଡା, ଡ଼ଙ୍ଗରିଗୁଡା ଓ ଜୟନ୍ତୀନଗର ପରିକ୍ରମା କରି ମୁଖ୍ୟ ଛକରେ ଥିବା ମାଁ ତାରିଣୀ ମନ୍ଦିର ସମ୍ମୁଖରେ ପହଞ୍ଚି ଥିଲେ | ଏହି ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଡାବୁଗାଁ ବଜାର ଓ ଗ୍ରାମ | ମଧ୍ୟାନ୍ନରେ ଡାବୁଗାଁ ଗ୍ରାମବାସୀ ମାନଙ୍କ ତରଫରୁ ମା ତାରିଣୀ ମନ୍ଦିର ଛକ ନିକଟରେ ଅନ୍ନ ପ୍ରସାଦ ସେବନ ଶ୍ରଦ୍ଧାଳୁ, ପଥଚାରୀ ମାନଙ୍କୁ ବଣ୍ଟନ କରଯାଇଥିଲା | ଏହି ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ଭୁଜବଳ ମାଝି ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ | ଏହି ଶୋଭାଯାତ୍ରାରେ ଦିବ୍ୟରଞ୍ଜନ ରାୟପାତ୍ର, ଭଗବାନ ମହାନ୍ତି, ଏ. ଶିବପ୍ରସାଦ, ସଞ୍ଜୟ ଶତପଥୀ, ସୁରେଶ ଚନ୍ଦ୍ର ବେହେରା, ଶୁଭଜିତ ପାଣିଗ୍ରାହୀ ଙ୍କ ବହୁ ଯୁବକ ଓ ଗ୍ରାମବାସୀ ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରଥମ ଥର ପାଇଁ ରାୟଗଡା ଠାରେ ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ସଫଳତାର ସହ ଅନୁଷ୍ଠିତ ହେଲା ରାୟଗଡା ଟେଲେଣ୍ଟ ଆୱାର୍ଡ 2024

masiha

ଡାକ୍ତର ବୀରକିଶୋର ଦେବତାଙ୍କ ବିୟୋଗ

masiha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , କାଦୁଆଣି – ଦୁମାତାଣ୍ଡି ରାସ୍ତା ରେ ବାଇକ୍ – ବାଇକ୍ ମୁହାଁମୁହିଁ, ଦୁଇ ମୃତ , ଜଣେ ଗୁରୁତର

Leave a Comment

error: Content is protected !!