ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାମରା ସଂଘ ର ବସନ୍ତ କବିତା ଆସର

ଧାମରା ସଂଘ ର ବସନ୍ତ କବିତା ଆସର

ରାଉରକେଲା : ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଧାମରା ସାହିତ୍ଯ ସଂସଦର ବସନ୍ତ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି | ସାଧାରଣ ସଂପାଦକ ଭଗବାନ ରାଉତଙ୍କ ସଭାପତିତ୍ବରେ ଓ ସାଂସୃତିକ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି ଆସରରେ ମୁଖ୍ଯବକ୍ତା ଭାବେ ଡ.ଅଶ୍ବିନୀ କୁମାର ରାୟ ଯୋଗ ଦେଇ ତାଙ୍କ ବକ୍ତବ୍ଯରେ କହିଲେ କହିଲେ ସ୍ବପ୍ନ ପ୍ରୀତି ସମ୍ଭାବନାର ଋତୁ ହେଉଛି ବସନ୍ତ , ଋତୁରାଜ ବସନ୍ତର ଆଗମନରେ ଧରା ହୁଏ ଆନମନା । ଜୀବନ ଓ ଜଗତକୁ ଚଳ ଚଞ୍ଚଳ ଓ ମଧୁମଗ୍ନା କରିବାରେ,ସୃଷ୍ଟିର ସ୍ରୁଜନଶୀଳତାର ତୂଳୀକୁ ରସାଣିତ କରିବାରେ ବସନ୍ତ ଋତୁର ଭୁମିକା ଅବର୍ଣ୍ଣନୀୟ । ଅନ୍ଯତମ ବକ୍ତା ଡ. ନାରାୟଣ ସେନାପତି ତାଙ୍କ ବକ୍ତବ୍ଯରେ କହିଲେ ବସନ୍ତର ବିରହ ବେଦନା ପ୍ରୀତିର ଅନନ୍ଯ ସ୍ବାକ୍ଷର ଏ ଧରାରେ ଛାଡିଦେଇ ଅଭିଷିକ୍ତ ହୁଏ ଋତୁରାଜ । ଅନେକ ପୁରାତନ ଓ ନୂତନ କବିଙ୍କର ବସନ୍ତ ଆଧାରିତ କବିତାକୁ ସେ ସୁନ୍ଦର ଭାବରେ ଆବୃତ୍ତି କରିଥିଲେ । ମୁଖ୍ଯ ଅତିଥି ଇଂ.ଅଭୟ କୁମାର ଦାସ କହିଲେ ଯେ ପ୍ରଜାପତି ଡେଣାରେ ଫୁଲର କ୍ଷତାକ୍ତ ରକ୍ତ ଜ୍ବାଳା ଅଧିକ ବଢେଇ ଦିଏ ଋତୁ ବସନ୍ତ ,ଆଜିର ବିଷାଦ ଶୋକ ସନ୍ତାପିତ ଧରା ଓ ଧରାବାସୀଙ୍କ ପ୍ରାଣରେ ଏକ ମଧୁର ରସମୟ ଅମୃତ ମକରନ୍ଦ ବିଂଚିଦେଉ ଋତୁ ବସନ୍ତ । ସଭାପତିତ୍ବ କରୁଥିବା ଶ୍ରୀ ରାଉତ ତାଙ୍କର ଅଭିଭାଷଣରେ କହିଲେ କବିତା ଯଦି ହ୍ରୁଦୟସ୍ପର୍ଶି ନ ହେଲା ତାହା କଦାପି କାଳଜୟୀ ହୋଇ ପାରିବନି । ପ୍ରାରମ୍ଭରେ ଜ୍ଯୋତିର୍ମୟ ଆଚାର୍ଯ୍ଯ ଓ ସାଥିଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା । ସାହିତ୍ଯ ସଂପାଦିକା ନିରୁପମା ପତି ମଂଚ ପରିଚାଳନା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।

ଦ୍ବିତୀୟ ପର୍ଯ୍ଯାୟରେ ପଞ୍ଚାନନ ସାହୁଙ୍କ ସଭାପତିତ୍ବରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ନୀନାରାଣୀ ଜେନା ସମ୍ମାନୀତ ଅତିଥି ,ସଂଯୋଜିକା ଭାବରେ ରୀନାରାଣୀ ସ୍ବାଇଁ,ସୁଚିସ୍ମିତା ପଣ୍ଡା ନିରୁପମା ନାୟକ କବିତା ଗୁଡ଼ିକ ସଂଯୋଜନା କରିଥିଲେ । ସର୍ବଶ୍ରୀ କବି ସଂଜିବ ଭୋଇ,ବଳରାମ ରାଉଳ, କାଶୀନାଥ ନନ୍ଦୀ,ତ୍ରିଲୋଚନ ସ୍ବାଇଁ, ଡ.କୃପାସିନ୍ଧୁ ନାୟକ, କୁଞ୍ଜବିହାରୀ ରାଉତ,ଉପେନ୍ଦ୍ର ବସ୍ତିଆ,ଦିବାକର ଦାସ,ସସ୍ମିତା ପ୍ରଧାନ,ଉର୍ବଶୀ ଦାଶପତି, ଚିନ୍ମୟୀ ପୁରୋହିତ,ତପସ୍ବିନୀ ସାହୁ, ନିରଞ୍ଜନ କରଣ,ଗଦାଧର ରଥ,ବକ୍ରମ ଆଚାର୍ଯ୍ଯ,ଅଭିରାମ ପ୍ରଧାନ,ଅକ୍ଷୟ କୁମାର ସାମଲ ,ଡ.ଅଶ୍ବିନୀ ରାୟ,ସୁକାନ୍ତ ମହାପାତ୍ର, ନିରୁପମା ପତି, ଆଦି ୪୩ ଜଣ କବି କବିତା ପାଠ କରିଥିଲେ | ଶେଷରେ କବି ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜମି ଜାଲିଆତି କରି ମାଫିଆ ମାଲାମାଲ

Sunil Chandra Nayak

ଯୁବତୀ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ 

Sunil Chandra Nayak

ଧର୍ମଗଡ:ଧାନ ମଣ୍ଡି ଶୀଘ୍ର ଚାଲୁ କରିବାକୁ କଂଗ୍ରେସ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!