ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ରେ ୪୦ ତମ ୫ ଦୀଵସୀୟ ବାସନ୍ତୀକ ଦଶମୀ ପୂଜା ସଂପନ୍ନ

ରାଇରଙ୍ଗପୁର ରେ ୪୦ ତମ ୫ ଦୀଵସୀୟ ବାସନ୍ତୀକ ଦଶମୀ ପୂଜା ସଂପନ୍ନ

ମୟୂରଭଞ୍ଜ – ୭/୦୪ // ରାଇରଙ୍ଗପୁର ସହରର ମେଡିକାଲ ଛକ ନିକଟସ୍ଥ ଵାସନ୍ତୀପୂଜା ମଣ୍ଡପରେ ୪୦ ତମ ୫ ଦୀବସୀୟ ବାସନ୍ତୀକୁ ପୂଜା,ଅପରାଜିତା ପୂଜା,ଦଶମୀ ପୂଜା ମହାସମାରୋହରେ ଆଜି ସମ୍ପନ ହୋଇଛି । ଆକର୍ଷଣୀୟ ତୋରଣ, ସୁସଜ୍ଜିତ ଆଲୋକ ସଜ୍ଜା,ମା’ ବାସନ୍ତୀ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି, ପାର୍ଶ୍ଵ ଦେବାଦେବୀ, ଲକ୍ଷ୍ମୀ,ଗଣେଶ , କାର୍ତ୍ତିକ,ସରସ୍ବତୀ ଲୋଭନୀୟ ମୂର୍ତ୍ତି ଦେଖିବାକୁ ଆଖପାଖ ଅଂଚଳରୁ ହଜାର ହଜାର ମାନସିକଧାରୀ ଛୁଟି ଆସି ପୂଜାର୍ଚ୍ଚନା କରି ମା’ ଙ୍କ ଆଶୀର୍ବାଦ ନେବା ସହ ପରିବାରର ଓ ସମାଜର ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିଥିଲେ ।ବାସନ୍ତୀ ପୂଜା କମିଟି ତରଫରୁ ଅଷ୍ଟମୀ ଏବଂ ନବମୀ ଦୁଇ ଦିନ ଧରି ଭକ୍ତମାନଙ୍କୁ ଖିଚୁଡି , ତରକାରୀ ପ୍ରସାଦ ବଣ୍ଟନ କରା ଯାଇଥିଲା । ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର,ସହଯୋଗୀ ଜନନ ରଂଜନ ଦାସ ଏବଂ ଅନ୍ୟମାନେ ପୂଜାକାର୍ଯ୍ୟ କାର୍ଯ୍ୟକ୍ରମ କୁ ଯଥାରୀତି ନିତି ଅନୁସାରେ କରିଥିଲେ ।ଆଜି ଦଶମୀ ତିଥିରେ ଅପରାଜିତା ପୂଜା ଓ ପୂର୍ଣ୍ଣାହୁତି ଅପରାହ୍ନ ୧ ଘଟିକା ରେ ସମ୍ପନ୍ନ ହୋଇଥିଲା । ସମସ୍ତଙ୍କ ଆଖିରେ ଆଖିରେ ଜଳ ଜଳ ଲୁହ ପୁଣି ମା ‘ କେବେ ଆସିବ !ବାସନ୍ତୀ ପୂଜା କମିଟିର ସମସ୍ତ ସଦସ୍ୟ ଦିର୍ଘ ମାସେ ହେଲା ପୂଜା ପ୍ରସ୍ତୁତି ଆରମ୍ଭ କରି କଠିନ ପରିଶ୍ରମ କରି ଶେଷରେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ ସମସ୍ତେ ବେଶ୍ ଖୁସ୍ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମା’ ବିଲେଇସୁଣୀଙ୍କ ଶକ୍ତିପୀଠ

Sunil Chandra Nayak

ବୃନ୍ଦାବାହାଲ ଠାରେ ଶ୍ରୀମଦ ଭାଗବତ ପାରାୟଣ ଉଦଯାପିତ

Sunil Chandra Nayak

ବାଲିଗୁଡ଼ା ବନଖଣ୍ଡ ରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରା ରେ ରଥ ନିର୍ମାଣ ପାଇଁ କାଠ ଗଲା

Sunil Chandra Nayak

Leave a Comment

error: Content is protected !!