ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ପାଳନ ଅବସରରେ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ପକ୍ଷ ପାଳନ ଅବସରରେ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ୧୨/୦୪/୨୫: ଓଡ଼ିଆ ପକ୍ଷ ପାଳନ ର ୧୨ତମ ଦିବସରେ ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ଜିଲ୍ଲା ତଥା ଓଡ଼ିଶା ର ବରପୁତ୍ର ମାନଙ୍କ ଆତ୍ମଜୀବନୀ ଉପରେ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି।

କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ଜିଲ୍ଳାର ସାହିତ୍ୟିକ, ଗାଳ୍ପିକ, ଲେଖକ ଲେଖିକା ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ୱାଗତିକା ପଣ୍ଡା ସଂଯୋଜନା କରିଥିଲେ। 

   ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ” ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଆମେ ଆଜି ଆମ ସୁନ୍ଦରଗଡ଼ ତଥା ଓଡ଼ିଶା ମାଟିର ବରପୁତ୍ର ମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛୁ, ନିଜ ନିଜ ଅଞ୍ଚଳ ର ବରପୁତ୍ର ମାନଙ୍କ ସମ୍ବନ୍ଧରେ ସମସ୍ତେ ଜାଣିବା ଆବଶ୍ୟକ ଏବଂ ସମାଜ ପାଇଁ ସେମାନେ ନିଜ ଜୀବନ କୁ ମଧ୍ୟ ଜଳାଞ୍ଜଳି ଦବାକୁ ପଛେଇ ନାହାନ୍ତି ସେହି ବୀର ବରପୁତ୍ର ମାନଙ୍କୁ ନେଇ ଆମେ ସର୍ବଦା ଗର୍ବିତ” ବୋଲି ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ।

   କାର୍ଯ୍ୟକ୍ରମ ରେ ଆଲୋଚକ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ, ବରିଷ୍ଠ ସାହିତ୍ୟିକ ଶ୍ରୀ ଗୋପ କୃଷ୍ଣ ନାୟକ, ଅଧ୍ୟାପିକା ଶ୍ରୀମତୀ ସୁସ୍ମିତା ଭୋଇ, ଗାଳ୍ପିକ ଶ୍ରୀ ଶିବାଶିଷ ପାଢ଼ୀ, ଶିକ୍ଷକ ଶ୍ରୀ ଗଣେଶ ତ୍ରିପାଠୀ ଯୋଗ ଦେଇ ବରପୁତ୍ର ମାନଙ୍କ ଜୀବନ, ଦର୍ଶନ, ଅବଦାନ ଏବଂ ଉପଲବ୍ଧି ଉପରେ ଉପସ୍ଥାପନ କରିଥିଲେ।

  ଏହି ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ ଓଡ଼ିଶାର ବରପୁତ୍ର ମାନଙ୍କ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଆମେ ସମସ୍ତେ ସେହି ବରପୁତ୍ର ମାନଙ୍କ ଜୀବନ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସମାଜର ବିକାଶ ଦିଗରେ ଆଗଭର ହେବାକୁ ଏବଂ ପ୍ରତ୍ୟେକ ମଣିଷଙ୍କ କିଛି ନା କିଛି ବିଶେଷତ୍ଵ ରହିଛି , ସେହି ବିଶେଷତା ସହିତ ସେ ନିଜର ମାହାତ୍ମ୍ୟ ପ୍ରତିପାଦନ କରି ପାରିବ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ସେହିଭଳି ଶିକ୍ଷାବିତ୍ ତଥା ସାହିତ୍ୟିକ ଶ୍ରୀ ଗଣେଶ ତ୍ରିପାଠୀ ସୁନ୍ଦରଗଡ଼ ଜିଲ୍ଲା ର ବରପୁତ୍ର ବିଶିଷ୍ଟ କବି ବିନୋଦ ଚନ୍ଦ୍ର ନାୟକ ଙ୍କ ଉପରେ ଆଲୋଚନା କରିବା ସହିତ ତାଙ୍କର କାଳଜୟୀ ଲେଖା ଗ୍ରାମପଥ ଉପରେ ବିଶେଷ ଉପସ୍ଥାପନ କରିଥିଲେ। ଶିକ୍ଷାବିତ ତଥା ଗାଳ୍ପିକ ଶ୍ରୀ ଶିବାଶିଷ ପାଢ଼ୀ ଐତିହାସିକ ଶିଶିର କୁମାର ନାଏକ ଙ୍କ ଉପରେ ଆଲୋଚନା କରିଥିଲେ ଏବଂ ତାଙ୍କ ଦ୍ଵାରା ଲିଖିତ ହେମଗିରିଗଡ ଉପରେ ବିଶେଷ ଆଲୋକପାତ କରିଥିଲେ। ସେହିଭଳି ଲେଖିକା ତଥା ଅଧ୍ୟାପିକା ଶ୍ରୀମତୀ ଭୋଇ ଐତିହାସିକ ମୁକ୍ତେଶ୍ଵର ପଟେଲଙ୍କ ଉପରେ ଏବଂ ସାହିତ୍ୟିକ ଶ୍ରୀ ଗୋପ କୃଷ୍ଣ ନାୟକ ନାଟ୍ୟକାର ଚୁଡ଼ାମଣି ନାଏକ ଙ୍କ ଉପରେ ଆଲୋଚନା କରିଥିଲେ। 

   ଏହି ଅବସରରେ ଜିଲ୍ଲା ର ଲେଖକ ଲେଖିକା ମାନେ କବିତା ପାଠ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନେ ମଧ୍ୟ ବରପୁତ୍ର ମାନଙ୍କ ଜୀବନୀ ଉପରେ ବକ୍ତୃତା ପ୍ରଦାନ କରିଥିଲେ। ପରେ ପରେ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥର ୮ମ ବାର୍ଷିକ ଜିଲ୍ଲା ପରିକ୍ରମା

masiha

କବୟିତ୍ରୀ ଲୋପାମୁଦ୍ରା ଜେନା ସମ୍ମାନିତ

masiha

ରାୟଗଡା ଜିଲ୍ଳା ଉତ୍କଳ ଗୋପାଳ ଗଉଡ ସମାଜ ପକ୍ଷରୁ ୩ ପରିବାରଙ୍କୁ ସହାୟତା ପ୍ରଦାନ

Leave a Comment

error: Content is protected !!