ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିପୁଳ ପରିମାଣର ମହୁଲ ଫୁଲ ଜବତ, ଜଣେ ଗିରଫ

ବିପୁଳ ପରିମାଣର ମହୁଲ ଫୁଲ ଜବତ, ଜଣେ ଗିରଫ 

 ମୟୂରଭଞ୍ଜ – ୧୫/୦୪ //  ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ବାଦାମପାହାଡ଼ ଥାନା ଅନ୍ତର୍ଗତ ରାହାଡ଼ିବେଡା ଗ୍ରାମରେ ଚଢ଼ାଉ କରାଯାଇ ୨୯୦ କିଲୋଗ୍ରାମ ମହୁଲ ଫୁଲ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ରାହାଡ଼ିବେଡା ଗ୍ରାମର ସଲମା ହେମ୍ବ୍ରମ ଙ୍କୁ ଗିରଫ କରାଯାଇଛି l ଜବତ ହୋଇଥିବା ମହୁଲ ଫୁଲର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଣଜିତ ସବର, ସହ ଉପ-ନିରୀକ୍ଷକ ସୁଧାଂଶୁ ବେହେରା, କନେଷ୍ଟବଳ ବିପ୍ଳବ କୁମାର ମଲ୍ଲିକ, ଅରୁଣ କୁମାର ମୁଦୁଲି, ତମନ ପରିଡ଼ା, ବୁଦ୍ଧଦେବ ମହନ୍ତ, ରାଜେନ୍ଦ୍ର ସେନାପତି, ସୁରେନ୍ଦ୍ର ସୋରେନ, ଫୁଲମଣୀ ହାଁସଦା ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ କେସ ନଂ: ୧୦/୨୦୨୫-୨୬ ମୂଳେ ମାମଲା ରୁଜ୍ଜୁ କରାଯାଇଛି l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅବକାରୀ ଚଢାଉ ,ମଦ ଜବତ ଓ ୨ ଗିରଫ

Sunil Chandra Nayak

ଭିଜିଲାନସ୍ ଜାଲରେ ଭବାନୀପାଟଣା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସହକାରୀ ପ୍ରିୟଙ୍କା ଜେନା ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ…

ଚୋର ନେଇଗଲା ସୁନା ଓ ଟଙ୍କା, ଅଭିଯୋଗ ପରେ ତଦନ୍ତ ଆରମ୍ଭ

masiha

Leave a Comment

error: Content is protected !!