ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନାରୀ ନିର୍ଯାତନା,୬୦ ହଜାର ମହିଳା ନିଖୋଜ ନେଇ ବାଦାମ ପାହାଡ଼ରେ କଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା 

ନାରୀ ନିର୍ଯାତନା,୬୦ ହଜାର ମହିଳା ନିଖୋଜ ନେଇ ବାଦାମ ପାହାଡ଼ରେ କଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା 

ମୟୂରଭଞ୍ଜ – ୧୫/୦୪ // ଓଡିଶାରେ ଅତ୍ୟାଚାରିତା,ଧର୍ଷତା,, ବ୍ଯଭିଚାରିତା, ନିର୍ଯାତିତା, ଓ ହତ୍ୟା ହୋଇଥିବା ମହିଳାଙ୍କ ପାଇଁ ରାଜ୍ୟ କଂଗ୍ରେସ ଦଳର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ କଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା କରାଯାଇଛି ।ଏହି ପରିପ୍ରେକ୍ଷୀରେ ଯଶିପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁସୁମି ବ୍ଳକର ବାଦାମପାହାଡଠାରେ କଂଗ୍ରେସ ଦଳ ତରଫରୁ ବିଶିଷ୍ଟ କଂଗ୍ରେସ ନେତା ଭରତ ଚନ୍ଦ୍ର ବାରିକଙ୍କ ନେତୃତ୍ୱରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆଜି ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି ।ନାରୀ ମାନଙ୍କୁ ନ୍ୟାୟ ପାଇଁ କୁସୁମି ବ୍ଳକ କଂଗ୍ରେସ ଦଳ ପକ୍ଷରୁ ଦଳୀୟ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ବାଦାମ ପାହାଡ଼ ବଜାର ପରିକ୍ରମା କରି ୬୦ ହଜାର ନିଖୋଜ ମହିଳାଙ୍କୁ ଠାବ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ନାରା ସହିତ ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ସ୍ଳୋଗାନ ଦେଇଥିଲେ ।ଓଡ଼ିଶାରେ ଦିନକୁ ଦିନ ନାରୀ ନିର୍ଯାତନା ବଢ଼ି ଚାଲିଛି । ତେଣୁ ସେମାନଙ୍କ ପାଇଁ ସୁରକ୍ଷା ଆଇନ କଡ଼ା କରାଯାଉ ବୋଲି ଦାବି କରିଥିଲେ ।ଏହି ରାଲିରେ ଯୁବ ନେତା ଅମିତାବ ମହାନ୍ତି,,ବୁଲୁ ମହାନ୍ତ,ଏସ କେ ମବିନ ଏବଂ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

 

Related posts

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲା ବିଜେଡି ସଭାପତି ଓ ପ୍ରତିନିଧି ଦଳ

Sunil Chandra Nayak

ଭାଜପା କାର୍ଯ୍ୟାଳୟ ରେ ପୂର୍ବତନ ଭାଜପା ବିଧାୟକ ଧର୍ମୁ ଗଣ୍ଡ ଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ 

masiha

ଧର୍ମଗଡ ଜିଲ୍ଲା ଗଠନ ଦାବୀ , ସମର୍ଥନରେ ବସିଲେ ବିଜୁ ଜନତା ଦଳ

masiha

Leave a Comment

error: Content is protected !!