ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନାରୀ ନିର୍ଯାତନା,୬୦ ହଜାର ମହିଳା ନିଖୋଜ ନେଇ ରାଇରଙ୍ଗପୁରରେକଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା 

ନାରୀ ନିର୍ଯାତନା,୬୦ ହଜାର ମହିଳା ନିଖୋଜ ନେଇ ରାଇରଙ୍ଗପୁରରେକଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା 

 ମୟୂରଭଞ୍ଜ -୧୫/୦୪ // ଓଡିଶାରେ ଅତ୍ୟାଚାରିତା,ଧର୍ଷତା,, ବ୍ଯଭିଚାରିତା, ନିର୍ଯାତିତା, ଓ ହତ୍ୟା ହୋଇଥିବା ମହିଳାଙ୍କ ପାଇଁ ରାଜ୍ୟ କଂଗ୍ରେସ ଦଳର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ କଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା କରାଯାଇଛି ।ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁ ରାଇରଙ୍ଗପୁର ଠାରେ କଂଗ୍ରେସ ଦଳ ତରଫରୁ ବ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆଜି ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି ।ନାରୀ ମାନଙ୍କୁ ନ୍ୟାୟ ପାଇଁ ରାଇରଙ୍ଗପୁର କଂଗ୍ରେସ ଦଳ ପକ୍ଷରୁ ଦଳୀୟ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ରାଇରଙ୍ଗପୁର ବଜାର ପରିକ୍ରମା କରି ୬୦ ହଜାର ନିଖୋଜ ମହିଳାଙ୍କୁ ଠାବ କରିବାରେ ରାଜ୍ୟ ସରକାର ବିଫଳ ସୋଇଥିବା ନାରା ସହିତ ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ସ୍ଳୋଗାନ ଦେଇଥିଲେ ।ଓଡ଼ିଶାରେ ଦିନକୁ ଦିନ ନପାରି ନିର୍ଯାତନା ବଢ଼ି ଚାଲିଛି । ତେଣୁ ସେମାନଙ୍କ ପାଇଁ ସୁରକ୍ଷା ଆଇନ କଡ଼ା କରାଯାଉ ବୋଲି ଦାବି କରିଥିଲେ ।ଏହି ରାଲିରେ ରାଇରଙ୍ଗପୁର ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ରାଇରଙ୍ଗପୁର ପ୍ରାକ୍ତନ କଂଗ୍ରେସ ବିଧାୟକ ଶ୍ଯାମ ଚରଣ ହାଁସଦା,ଵହଳଦା ନିର୍ବାଚନ ମଣ୍ଡଳୀ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତୀ,ଅଶୋକ ଅଗ୍ରୱାଲ,ବସନ୍ତ ପଟ୍ଟନାୟକ, କିରଣ ବାଲ୍ମିକୀ ଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ରର ସକ୍ରିୟ ସଦସ୍ୟ ସମ୍ମୀଳନୀ ଅନୁଷ୍ଠିତ 

masiha

ମୁସଲମାନ ଅତିବାଦୀଙ୍କ ଦ୍ବାରା ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଓ ସାଂପ୍ରଦାୟିକ ଉତେଜନାକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

Sunil Chandra Nayak

ପାଟଣାଗଡ଼ କଂଗ୍ରେସ ପ୍ରାର୍ଥୀ ଅନିଲ ମେହେର ଙ୍କ ନିର୍ବାଚନୀ ପ୍ରଚାର

masiha

Leave a Comment

error: Content is protected !!