ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସଚେତନତା ଓ କାର୍ଯ୍ୟକାରିତା ଆଲୋଚନାଚକ୍ର

ପରିବେଶ ସଚେତନତା ଓ କାର୍ଯ୍ୟକାରିତା ଆଲୋଚନାଚକ୍ର 

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଏକ ପରିବେଶ ସଚେତନତା ସମ୍ପର୍କୀତ ଏକ ଆଲୋଚନାଚକ୍ର ଏନ୍ଆଇଟି ଆରଇସି କ୍ୟାମ୍ପସ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଅଧ୍ୟକ୍ଷା ତଥା ବରିଷ୍ଠ ଶିକ୍ଷୟିତ୍ରୀ ରୋଟାରିଆନ ନିରୁପମା ପତି ଙ୍କ ସଂଯୋଜନା ,ଭାଇବ୍ରାଣ୍ଟ ର ସଭାପତି ରୋଟାରିଆନ ପ୍ରଶାନ୍ତ ରଞ୍ଜନ ପାତ୍ର ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବସନ୍ତ କୁମାର ତନ୍ତୀ ଙ୍କ ଆବାହକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦୀପ୍ତା ବେହେରା ମୁଖ୍ୟ ଅତିଥି ଓ ରୋଟାରିଆନ ଅଜିତ ମୋହନ ପୁଝାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ପରିବେଶ ସଚେତନତା ଓ କାର୍ଯ୍ୟକାରିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଶ୍ରୀ ପୁଝାରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ସମ୍ପ୍ରତ୍ତି ପରିବେଶ ପ୍ରଦୂଷଣର ହାର ବୃଦ୍ଧି ପାଉଥିବାବେଳେ ଏହାକୁ ପ୍ରତିହତ କରି ଏକ ସବୁଜ ସୁନ୍ଦର ପୃଥିବୀ ଗଠନ କରିବା ସମସ୍ତଙ୍କ ପାଇଁ ଆହ୍ବାନ ଓ ପ୍ରତିବଦ୍ଧତା କୁ ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ ସେ ଛାତ୍ର ସମାଜକୁ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଥିଲେ। ମୁଖ୍ୟଅତିଥି ଶ୍ରୀମତୀ ବେହେରା ଏଭଳି ଆଲୋଚନା ଚକ୍ର କେବଳ ଛାତ୍ର ଛାତ୍ରୀ କାହିଁକି, ସମସ୍ତଙ୍କ ପାଇଁ ଉପାଦେୟ ବୋଲି ମତ ରଖିଥିଲେ। ଏହି ଅବସରରେ ଶ୍ରୀ ପୂଝାରୀ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରି ସଠିକ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ସଭାପତି ରୋଟାରୀଆନ ପାତ୍ର ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମର ଅଧ୍ୟକ୍ଷା ରୋଟାରିଆନ ପତି ଅତିଥି ମାନଙ୍କ ପରିଚୟ ସହ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ ଡ଼ଃ ମୀନତି ପଣ୍ଡା, ଡ଼ଃ କ୍ରିଷ୍ଣା ପରମାଣିକ, ସବିତା ମହାନ୍ତି, ଅନିତା ନାୟକ ଓ ବିଦ୍ୟାଳୟ ତରଫରୁ ମୀନତି ଖମାରୀ, ପ୍ରମିଳା ଡୁଙ୍ଗଡୁଙ୍ଗ,ହରିଶଙ୍କର କାମିଲା ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ରୋଟାରିଆନ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଶ୍ଵ ମାତୃଭାଷା ଦିବସ ପାଳନ 

Sunil Chandra Nayak

ପଙ୍ଗୁ କରିଦେଲା ସ୍ପାଇନଲ କଡ,ଗାଁ ଗାଁ ବୁଲି ଭିକ ମାଗି ଚଳୁଛି, ପ୍ରଶାସନ କି ମନ୍ତ୍ରୀ ଶୁଣିଲେନି ଦୁଃଖ

Sunil Chandra Nayak

ଆମ୍ବୁଲାନ୍ସରେ ଲାଗିଲା ନିଆଁ

masiha

Leave a Comment

error: Content is protected !!