ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଶ୍ବରୀୟ ବିଶ୍ବବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ଦାଦି ରତନ ମୋହିନୀଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧାଞ୍ଜଳୀ ସଭା

ଇଶ୍ବରୀୟ ବିଶ୍ବବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ଦାଦି ରତନ ମୋହିନୀଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧାଞ୍ଜଳୀ ସଭା

ଆସିକା, ୨୦/୪/୨୫ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନର ସଭାଗୃହରେ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ଦିବଂଗତ ମୁଖ୍ୟ ପ୍ରଶାସିକା ରାଜ ଯୋଗିନୀ ଦାଦି ରତନ ମୋହିନୀ ଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି l 

ଉକ୍ତ ସଭାରେ ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଦାଦି ରତନ ମୋହିନୀ ଙ୍କ ଆଧ୍ଯାତ୍ମିକ ଜୀବନ ବିଷୟରେ ସ୍ମୃତି ଚାରଣ କରିବା ଅବସରରେ ପ୍ରକାଶ କରିଥିଲେ ଯେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ର ସଂସ୍ଥାପକ ପ୍ରଜାପିତା ବ୍ରହ୍ମା ବାବାଙ୍କ ସହିତ ପରମାତ୍ମା ପିତା ଙ୍କ ଶାନ୍ତି, ମୈତ୍ରୀ ତଥା ବିଶ୍ୱ ଭାଇଚାରାର ସନ୍ଦେଶ ସମଗ୍ର୍ ବିଶ୍ୱରେ ପହଞ୍ଚାଇବା ପାଇଁ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ର ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଆଦି ରତ୍ନଙ୍କ ମଧ୍ୟରେ ଦାଦି ରତନ ମୋହିନୀ ଅନନ୍ୟ ପ୍ରତିଭାର ଅଧିକାରିଣୀ ଥିଲେ l ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଯୁବା ବର୍ଗର ନେତୃତ୍ୱ ନେଇ ସାରା ବିଶ୍ବରେ ଯୁବ ଶକ୍ତିକୁ ଆଧ୍ଯାତ୍ମିକ ମାର୍ଗରେ ପରିଚାଳିତ ହେବା ପାଇଁ ଦାଦି ଙ୍କ ଦିଗ୍ ଦର୍ଶନ ତଥା ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସହସ୍ରାଧିକ ଭଉଣୀ ଭାଇଙ୍କୁ ବିଶ୍ଵ ସେବାରେ ସମର୍ପିତ ହେବା ପାଇଁ ଦାଦିଙ୍କ ଭୂମିକା ବିଶ୍ଵ ଆଦୃତ l 

ଆସିକା ସହରରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ କରି ଏହି ଅଞ୍ଚଳର ସମସ୍ତ ଭଉଣୀ ଭାଇଙ୍କ କଲ୍ୟାଣ ନିମନ୍ତେ ବ୍ରହ୍ମପୁର ସବ ଜୋନ୍ ର ଦିବଂଗତ ମୁଖ୍ୟ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦି ଓ ରାଜ ଯୋଗିନୀ ମାଳା ଦିଦିଙ୍କ ସଂକଳ୍ପ କୁ ସାକାର ରୂପ ଦେବା ପାଇଁ 2003 ମସିହାରେ ଶାନ୍ତି ଶକ୍ତି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରି ଦାଦି ରତନ ମୋହିନୀ ଆମ ସହର ବାସୀଙ୍କ ପାଇଁ ଆଧ୍ଯାତ୍ମିକ ଚେତନାରେ ସମୃଦ୍ଧ ହେବା ପାଇଁ ଅନନ୍ୟ ସୁଯୋଗ ପ୍ରଦାନ କରି ଛନ୍ତି l

କାର୍ଯ୍ୟକ୍ରମରେ ଆସିକା ବାର୍ ଆସୋସିଏସନ ର ସଭାପତି ଅଜିତ୍ କୁମାର ଚୌଧୁରୀ,ବାର୍ ଆସୋସିଏସନର ପୂର୍ବତନ ସଭାପତି ସୁଧାଂଶୁ କୁମାର ପଣ୍ଡା,ଆସିକା ଏନ୍. ଏ. ସି ର ପୂର୍ବତନ ଅଧ୍ୟକ୍ଷା ମଧୁସ୍ମିତା ପୋଲେଇ, ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗା ପ୍ରସାଦ ପଣ୍ଡା ଅତିଥିଭାବେ ଯୋଗଦେଇ ଦାଦି ରତନ ମୋହିନୀ ଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ରାଜ ଯୋଗିନୀ ବ୍ରହ୍ମାକୁମାରୀ ସୁଜ୍ଞାନୀ ସହଜ ରାଜଯୋଗ ଅଭ୍ୟାସ କରାଇ ଥିବାବେଳେ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସମସ୍ତ ଭଉଣୀ ଭାଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ପଞ୍ଚାୟତସ୍ତରୀୟ ନବମ ଯାଦବ ମହାସଭା ବୈଠକ ଅନୁଷ୍ଠିତ

masiha

ଜୁନାଗଡ଼ରେ ପଣ୍ଡରାମାଳି ସମାଜର ନୂଆଖାଇ ଭେଟଘାଟ

masiha

ବାସନ୍ତୀ ସାଂସ୍କୃତିକ ପରିଷଦର ରଜ ପର୍ବ ପାଳନ

masiha

Leave a Comment

error: Content is protected !!