ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ପ୍ରତୀକ୍ଷା

ପ୍ରତୀକ୍ଷା

ଜୀବନ ଯାତ୍ରାରେ ଏ ଜୀବ କେବଳ

       ପ୍ରତୀକ୍ଷାରେ ଥାଏ ରହି

ଚଲାପଥେ ପାଦ ପକାଇବା ନିତି

         ସତର୍କ ସଜାଗ ହୋଇ ।।

ଗ୍ରୀଷମେ ଧରଣୀ ପ୍ରତୀକ୍ଷା କରଇ

       ବରଷା ଆସିବା ପାଇଁ

ଜଳେ ଉବୁଟୁବୁ ହୋଇଗଲା ପରେ

        ଶୀତ ଆସିଥାଏ ଧାଇଁ ।।

ପ୍ରତୀକ୍ଷାର କଷ୍ଟ ସହିଅଛି ଯିଏ

       ପାଇଛି ମୂଲ ତାହାର

ଜ୍ଞାନୀ ଗୁଣୀ ଜନେ ଉତ୍ତମ ଚିନ୍ତନେ

        ଅପେକ୍ଷାରେ ଥାନ୍ତି ତାର ।।

ଭକତ ଜନର ଅନ୍ତ ପ୍ରତୀକ୍ଷାର

             ପ୍ରଭୁ ଦରଶନ ପାଇ

ଜନମ ପ୍ରତୀକ୍ଷା କରଇ ମୃତ୍ୟୁକୁ

            ପ୍ରଭାତ ଭାସ୍କର ପାଇଁ ।।

ଶ୍ରମଣା ଶବରୀ ପ୍ରତୀକ୍ଷା ଶେଷରେ

          ପ୍ରଭୁ ଶ୍ରୀରାମ ଭେଟିଲା

ଗୁରୁଙ୍କର ବାକ୍ୟ ଅନ୍ୟଥା ହୁଏନି

         ଏ କଥା ପ୍ରମାଣ ହେଲା ।।

ଯୁଗେ ଯୁଗେ ହୁଏ ଧରମର ଜୟ

         ଧରମ ପଥରେ ଥିଲେ

ପାଣ୍ଡବଙ୍କ ବ୍ୟଥା ଦୂର କଲେ ପ୍ରଭୁ

          ବିଜୟ ମୁକୁଟ ଦେଲେ ।।

ଉତ୍ତମ କରମେ ପ୍ରତୀକ୍ଷା କରିଲେ

         ଶାନ୍ତି ମୁକ୍ତି ଫଳ ମିଳେ

ଅକରମେ ଥିଲେ ସମୟ ଚାବୁକୁ

       ବସିଥାଏ ଆସି ବଳେ ।।

ପ୍ରତୀକ୍ଷା କାହାକୁ ନକରି ଜୀବନେ

         ଉତ୍ତମେ ବ୍ରତିଯେ ହୁଏ

ପ୍ରଭୁ କୃପା ନିଶ୍ଚେ ଝରିବ ମସ୍ତକେ

         ସଫଳତା ଆସେ ଛାଏ ।।

ରତିନାରାୟଣ ରାଉତ 

ହରିଚନ୍ଦନପୁର, କେନ୍ଦୁଝର 

 

Related posts

ଶୁଭଦର୍ଶିନୀ ସଂଯୁକ୍ତl ସାହୁ ଙ୍କ ଗଳ୍ପ ରୋଡ ରୋମିଓ

Sunil Chandra Nayak

ଚିଲିଗୁଡା ସରକାରୀ ନୀଳ ମାଧବ ହାଇ ସ୍କୁଲ ସ୍ମାର୍ଟ ସ୍କୁଲ ଭାବରେ ଲୋକାର୍ପିତ

ବାସନ୍ତୀ ପାଠାଗାର ଆନୁକୂଲ୍ୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ

Leave a Comment

error: Content is protected !!