ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ କବିଙ୍କ ଜୟନ୍ତୀ ପାଳନ

ଜାତୀୟ କବିଙ୍କ ଜୟନ୍ତୀ ପାଳନ

ରାଉରକେଲା : ସହରର ଅଗ୍ରଣୀ ସାହିତ୍ଯ ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଧାମରା ସଂଘ ତା’ର ନିଜସ୍ବ କାର୍ଯ୍ଯାଳୟ ପରିସରରେ ଜାତୀୟ କବି ବାଞ୍ଛାନିଧିଙ୍କ ୧୨୯ତମ ଜନ୍ମ ଜୟନ୍ତୀ ଉପସଭାପତି ଶ୍ରୀବତ୍ସ କୁଅଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ସାଧାରଣ ସଂପାଦକ ଭଗବାନ ରାଉତ ତାଙ୍କ ବକ୍ତବ୍ଯରେ କହିଲେ ପ୍ରାକ୍ ସ୍ବାଧିନତା କାଳରେ ଉତ୍କଳର ଜାତୀୟ ଜୀବନରେ ଦେଖାଦେଇଥିବା ବିପତ୍ତି ବେଳେ କବି ବାଞ୍ଛାନିଧି ଜଣେ ଜାଗ୍ରତ ପ୍ରହରୀର ଭୂମିକା ଗ୍ରହଣ କରିଥିଲେ । ବାଞ୍ଛାନିଧି ଥିଲେ ଗାନ୍ଧିଜୀଙ୍କର ପ୍ରିୟ ଶିଷ୍ଯ,ଗାନ୍ଧିଜୀଙ୍କ କର୍ମଧାରା ଓ ଚିନ୍ତା ଚେତନାରେ ସେ ଥିଲେ ଆନ୍ତରିକ ସମର୍ଥକ ଓ ଗାନ୍ଧଜୀଙ୍କ ନୀତି ଆଦର୍ଶର ପ୍ରଚାର କରିବାରେ ସେ ଅଗ୍ରଦୂତ ସାଜୁଥିଲେ । ଅସହଯୋଗ ଆନ୍ଦୋଳନ ବେଳେ ଗୋପବନ୍ଧୁଙ୍କର ଦକ୍ଷିଣହସ୍ତ ସ୍ବରୂପ ତାଙ୍କୁ ପୂର୍ଣ୍ଣପ୍ରାଣରେ ସହଯୋଗ କରୁଥିଲେ । ସାଂସ୍କୃତିକ ସଂପାଦକ ସୁଶାନ୍ତ ନାୟକ କବିଙ୍କର ସୁନିର୍ବାଚିତ ଓ ଲୋକପ୍ରିୟ କିଛି କବିତା ଆବୃତ୍ତି କରିବା ସହିତ କବିଙ୍କର ଅଗ୍ନୀବର୍ଷି ଜାତୀୟ ସଂଗୀତ କିପରି ଜନତାଙ୍କ ହୃଦୟରେ ଜାତୀୟତା ସୃଷ୍ଟି କରୁଥିଲା ତାହା ବର୍ଣ୍ଣନା କରିଥିଲେ । ଶେଷରେ କାର୍ଯ୍ଯକାରୀ ସଦସ୍ଯ ବଳରାମ ମଲ୍ଲିକ୍ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ଜ୍ଞାନ ରଞ୍ଜନ କର,ବାଳକୃଷ୍ଣ ସ୍ବାଇଁ,ସଂଜୟ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ | 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସ୍ତରୀୟ ନିଯୁକ୍ତି ପ୍ରକ୍ରିୟାକୁ ବିରୋଦ୍ଧ ଓ ଜିଲା ଭିତ୍ତିକ ନିଯୁକ୍ତି ଦାବି ନେଇ ବୈଠକ

masiha

ଓକିଲ ସଂଘ ନିର୍ବାଚନ : ୨ ପଦବୀରେ ପ୍ରାର୍ଥୀତ୍ଵ ପ୍ରତ୍ୟାହାର 

Sunil Chandra Nayak

ନୂଆପଡାରେ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସଭା ସହିତ “ସ୍ବଚ୍ଛଉତ୍ସବ “ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!