ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକ୍ଟାର ବାର୍ଷିକ ଉତ୍ସବରେ ବିଦ୍ୟା ଷ୍ଟଡ଼ି ପଏଣ୍ଟ ସମ୍ମାନିତ

ଓକ୍ଟାର ବାର୍ଷିକ ଉତ୍ସବରେ ବିଦ୍ୟା ଷ୍ଟଡ଼ି ପଏଣ୍ଟ ସମ୍ମାନିତ

ରାଉରକେଲା :ଓଡ଼ିଶା କୋଚିଂ ଏକାଡ଼େମୀ ସଂଘର( ଓକ୍ଟା)ର ବାର୍ଷିକ ଉତ୍ସବ ଭୁବେନେଶ୍ୱର ସ୍ଥିତ ସୋଆ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଂଟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାରନଗରୀ ସ୍ଥିତ ବିଦ୍ୟା ଷ୍ଟଡ଼ି ପଏଂଟ କୋଚିଙ୍ଗ୍ ସେଂଟରକୁ ସମ୍ମାନିତ କରାଯାଇଥିଲ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ପରିବେଶ ସମିତିର ସମ୍ପାଦକ ତଥା ଶିକ୍ଷାବିତ୍ ଜୟକୃଷ୍ଣ ପାଣିଗ୍ରାହୀ,ସମ୍ମାନୀତ ଅତିଥି ଭାବେ ସୋଆ ସ୍କୁଲ ଅଫ ହୋଟେଲ ମ୍ୟାନେଜମ୍ୟାଂଟ ଡ଼ିନ୍ ଡ଼.ଏସଆର ଚଇନି,ଶିକ୍ଷାବିତ୍ ଡ଼.ଏସ୍‌.କେ କଲ୍ଲିମୁଲା,ମୁଖ୍ୟବକ୍ତା ଭାବେ ଭୁବେନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ମ୍ୟାଥମେଟିକସର ନିର୍ଦ୍ଦେଶକ ଡ଼.ହାଡ଼ିବନ୍ଧୁ ପଟ୍ଟନାୟକ,ଓକ୍ଟାର ସଭାପତି ପ୍ରସନ୍ନ ଚୌଧୁରୀ,ସମ୍ପାଦକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ବିଦ୍ୟା ଷ୍ଟଡି ପଏଣ୍ଟ ର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ମହାବିଦ୍ଯାଳୟରେ +୩ ପ୍ରଥମ ପର୍ଯ୍ଯାୟ ନାମଲେଖା ଆରମ୍ଭ

Sunil Chandra Nayak

କୋକସରା ଝଙ୍କଡ଼ ପାଇକ ସମାଜର କର୍ମକର୍ତ୍ତା ମନୋନୀତ

Sunil Chandra Nayak

ରାୟଗଡ଼ ପୌରପରିଷଦ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ “ଅଙ୍ଗୀକାର-୨୦୨୫” ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!