ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଧା କୃଷ୍ଣ ଗୋପାଳ ସମାଜ ଚତୁର୍ଥ ବାର୍ଷିକ ଉତ୍ସବ ଓ଼ ଗୀତା ଯଜ୍ଞ ଅନୁଷ୍ଠିତ 

ରାଧା କୃଷ୍ଣ ଗୋପାଳ ସମାଜ ଚତୁର୍ଥ ବାର୍ଷିକ ଉତ୍ସବ ଓ଼ ଗୀତା ଯଜ୍ଞ ଅନୁଷ୍ଠିତ 

କୋଇଡା  ୨୨/୦୪/୨୦୨୫ // କୋଇଡା ତେହେରାଇ ଗ୍ରାମ ଠାରେ ଓଁ ଶ୍ରୀ ଶ୍ରୀ ରାଧା କୃଷ୍ଣ ଗୋପାଳ ସମାଜ କୋଇଡା ପକ୍ଷରୁ ଚତୁର୍ଥ ବାର୍ଷିକ ବିଶ୍ୱ ଶାନ୍ତି ଗୀତା ଯଞ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚତୁର୍ଭୁଜ ନନ୍ଦଗୋପାଳ ସମାଜ ସଭାପତି ମିତ୍ରଭାନୁ ମହାକୁଡ , ସମ୍ମାନିତ ଅତିଥି ଭାବେ କୋଇଡା ଗ୍ରାମପଞ୍ଚାୟତ ସରପଞ୍ଚ ହୃଷିକେଶ ଦେହୁରୀ ପ୍ରମୁଖ ଯୋଗଦେଇ ଆରାଧ୍ୟ ଦେବତା ପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବ ର ଶୁଭାରମ୍ଭ କରିଥିଲେ । ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ତେହେରେଇ ଇନ୍ଦୁପୁର , ରାଣୀଶାଳ, କୁଲା ,କାଦୋଡିହା ଆଦି ଅଞ୍ଚଳରୁ ସଂକୀର୍ତ୍ତନ ଦଳ ଆସି ବିଶ୍ୱଶାନ୍ତି ଗୀତା ଯଞ ଓ ଅହରାତ୍ର ନାମ ସଂକୀର୍ତ୍ତନ କରିଥିଲେ, ଏଥିସହ ରାଜ୍ୟର ସୁନାମ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରବଚକ ମନୋଜ ପ୍ରଧାନ ଯୋଗଦେଇ ନିଜ ଆଧ୍ୟାତ୍ମିକ ପ୍ରବଚନରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଉଦଯାପନୀ ଉତ୍ସବରେ କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର ଜିଲ୍ଲା ମାନଙ୍କରୁ ବହୁ ଗୋପାଳ ସମାଜ ପଦାଧିକାରୀ ଙ୍କ ଉପସ୍ଥିତିରେ କୋଇଡ଼ା ଓଁ ଶ୍ରୀ ଶ୍ରୀ ରାଧା କୃଷ୍ଣ ଗୋପାଳ ସମାଜ ସଭାପତି ମିତ୍ରଭାନୁ ପଲେଇ , ଉପ ସଭାପତି ମୋହନ ମହାକୁଡ , ସାଧାରଣ ସମ୍ପାଦକ ସନ୍ତୋଷ କୁମାର ବାରିକ , ସମ୍ପାଦକ ବାନ୍ଛାନିଧି ଘଣା , କୋଷାଧ୍ୟକ୍ଷ ଆନନ୍ଦ ବାରିକ ,ଅନାଦି ପଲେଇ , ଠୁଳୁ ବାରିକ , କୁମୁଦ ବାରିକ , ସନ୍ତୋଷ ବାରିକ ,ବଲ ବାରିକ , ହୃଷିକେଶ ବାରିକ ବୈରାଗୀ ବାରିକ , ପ୍ରଫୁଲ୍ଲ ବାରିକ ,ପାତୁ ବାରିକ , ଗୋବିନ୍ଦ ପଲେଇ ,ଲକ୍ଷ୍ମୀଧର ବାରିକ ,ଚରଣ ବେହେରା , କାଜଲ ବେହେରା ପ୍ରମୁଖ ଙ୍କ ସମେତ ଗୋପାଳ ସମାଜ ଅନ୍ୟ ସଦସ୍ୟଗଣ ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଲାଇଥିଲେ । ପୁରୀ ରୁ ଆସିଥିବା ଆଚାର୍ଯ୍ୟ ମାନଙ୍କ ମନ୍ତ୍ରଧ୍ୱନୀ ରେ ଗୀତାଯଞ ଅନୁଷ୍ଠିତ ହେବା ସହ ପ୍ରତ୍ୟକ ଦିନ ପାଞ୍ଚ ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଚତୁର୍ଥ ଶ୍ରାବଣୀ ସୋମଵାରଦିନରେ ବାବା ପୂର୍ଣେଶ୍ଵର ମନ୍ଦିରରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କୁ ଗହଳି; ସାଗର ସିମେଣ୍ଟ ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ

masiha

ଚୁଡ଼ା ପାହାଡ଼ ପାଦଦେଶ ଗଦଲାଝରଣ ପର୍ଯ୍ୟଟନ ସ୍ଥଳୀ ଶ୍ରୀ ଶ୍ରୀ ଧବଳେଶ୍ବର ମନ୍ଦିରରେ ମହାଶିବରାତ୍ରି ପାଳିତ

Sunil Chandra Nayak

ରାଧାକୃଷ୍ଣ ମନ୍ଦିର,ନାଗଭଣ ଗ୍ରାମରେ ୨୨ ତମ ରାଧାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ 

masiha

Leave a Comment

error: Content is protected !!