ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

ଧର୍ମଗଡ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବରେ ବରିଷ୍ଠ ଦେୱାନୀ ବିଚାରପତି ଇପ୍ସି ମହାନ୍ତି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର, ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର ଓ ରଶ୍ମିତା ମହାନନ୍ଦ, ରିଟେନର କଲ୍ୟାଣୀ ନାଏକ, ବରିଷ୍ଠ ଓକିଲ ମିହିର ରଞ୍ଜନ ପଟ୍ଟଯୋଶୀ, ସିଡିପିଓ ଧରିତ୍ରୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ପୋଷ ଅଧିନିୟମ କଣ, ଜଣେ ପୀଡିତ କେମିତି ଭାବରେ ଅଭିଯୋଗ କରିପାରିବିବେ ଏବଂ ସେହି ଅଭିଯୋଗ ର କିଭଳି ଭାବରେ ସମାଧାନ କରାଯାଇପାରିବ ତାହା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ସରକାରୀ ଓକିଲ ଶ୍ରୀ ପାତ୍ର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପାଇଁ ଅଭିନୀତ ଅଟ୍ରୋସିଟି ଅଧିନିୟମ ଉପରେ ସମ୍ୟକ ଧାରଣ ଦେବା ସହ ତାହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ କୁ ଆଇନଜୀବୀ ଶ୍ରୀମତୀ କଲ୍ୟାଣୀ ନାଏକ ପରିଚାଳନା କରିଥିବା ବେଳେ ବରିଷ୍ଠ ଓକିଲ ମିହିର ରଞ୍ଜନ ପଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁଳମାତ୍ରାରେ ଅଙ୍ଗନବାଡି କର୍ମୀ, ଆଇ.ସି.ଡି .ଏସ ସୁପରଭାଇଜର ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନବରଙ୍ଗପୁର ଠାରେ ଦିଶା କମିଟି ବୈଠକ ଅନୁଷ୍ଠିତ 

Sunil Chandra Nayak

ଉମରକୋଟ ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ନ୍ୟାସନାଲ କ୍ଲବ ଆନୁକୂଲ୍ୟରେ ପ୍ରତିଭା ଅନ୍ୱେଷଣ ଉତ୍ସବ-2023

Sunil Chandra Nayak

Leave a Comment

error: Content is protected !!