ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାମୁଁ ଘର ବୁଲି ଆସି ପୋଖରୀରେ ପଡ଼ି ଶିଶୁ ମୃତ

ମାମୁଁ ଘର ବୁଲି ଆସି ପୋଖରୀରେ ପଡ଼ି ଶିଶୁ ମୃତ 

 ମୟୂରଭଞ୍ଜ – ୨୧/୦୪ // ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମକୁ ଝାରଖଣ୍ଡ ରାଜ୍ୟର ପରଶୁଡିହି ଥାନା ଅନ୍ତର୍ଗତ ଗଳାପତି ଗ୍ରାମର ରାଜେଶ ପାତ୍ରଙ୍କ ପୁଅ ଅଭିଷେକ ପାତ୍ର (୧୧)ମାମୁଁ ଘରକୁ ଖରା ଛୁଟିରେ ବୁଲିବାକୁ ଆସିଥିଲେ ।ଆଜି ୧୧ ଟା ପାଖରେ ମାମୁଁ ଘର ଗାଁ ପାଖକୁ ଶୌଚ ପାଇଁ ଯାଇ ପୋଖରୀ ଭିତରକୁ ଆସି ପଡ଼ି ବୁଡ଼ି ଯାଇଥିଲେ ।ଘରେ ଲୋକେ ଖୋଜାଖୋଜି କରି ପୋଖରୀରୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ପରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ଭଣଜାକୁ ହରାଇ ମାମୁଁ ଘର ଗାଁ ରେ ଏକ ଵୋକାକୁଳ ପରିବେଶ ହୋଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଡାବୁଗାଁ ରେ ମାଟ୍ରିକ ପରୀକ୍ଷା ଆରମ୍ଭ 

Sunil Chandra Nayak

ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର ତଥା ଢେ଼ଙ୍କାନାଳର ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ

Sunil Chandra Nayak

ସର୍ବୋତ୍ତମ ପ୍ରତିଭା ସମ୍ମାନ ପାଇଲେ ସୁରେଶ ଚୋୖଧୁରୀ

Sunil Chandra Nayak

Leave a Comment

error: Content is protected !!