ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଲିହାରୀ ଠାରେ ବ୍ଲକ ସ୍ତରୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ

କୁଲିହାରୀ ଠାରେ ବ୍ଲକ ସ୍ତରୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ

ଜୁନାଗଡ଼,୨୫/୪(ମନୀ ସ) ଜୁନାଗଡ଼ ଅଞ୍ଚଳରେ ମ୍ୟାଲେରିଆ ମୁକ୍ତ କରି ସୁସ୍ଥ ବାତାବରଣରେ ଲୋକେ ଜୀଵନ ଯାପନ କରିବା ହେଉଛି ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବୋଲି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲେଇଗାଁ ପଞ୍ଚାୟତର କୁଲିହାରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବ୍ଲକ ସ୍ତରୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମରେ କଲେଇଗାଁ ସରପଞ୍ଚ ମଳୟ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟବକ୍ତା ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ଭଗବାନ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଵିସିସି ବ୍ୟାଙ୍କ ସଭାପତି ଗିରିଶଚନ୍ଦ୍ର ବେହେରା , ଚାଷୀନେତା ଲକ୍ଷ୍ମଣ ରଣବିର, ପରମାନନ୍ଦ ପୁଝାରି, ଅନ୍ତରାମ ବାଗ, ସମାଜସେବୀ ପ୍ରଶାନ୍ତ ନାଏକ ପ୍ରମୁଖ ଉଦବୋଧନ ଦେଇଥିଲେ । ପରେ ଜନସାଧାରଣଙ୍କୁ ଅତିଥି ମାନଙ୍କ ଦ୍ୱାରା ମଶାରୀ ବଣ୍ଟନ କରାଯାଇଥିଲା । ଜୁନାଗଡ଼ ବ୍ଲକ ଓ ଏନଏସି ରେ ୧ ଲକ୍ଷ ୯୮ ହଜାର ୪୯୮ ଟି ମଶାରୀ ବଣ୍ଟନ କରାଯିବ ବୋଲି ଡା ଭଗବାନ ପଣ୍ଡା କହିଛନ୍ତି । ଭିବିଡିଟିଏସ ପ୍ରିୟ ରଞ୍ଜନ ମୁଣ୍ଡ ମଞ୍ଚ ପରିଚଳନା କରିଥିବା ବେଳେ କାର୍ଯ୍ୟକ୍ରମ ରେ ବିପିଏମ ଏମ. ରାଜଶେଖର, ପିଏଚଇଓ ଭାରତୀ ବ୍ରହ୍ମା, ବିଏଏମ ସୁଧୀର ବ୍ରହ୍ମା, ଉଦିତ ଯୋଶୀ, ସଂଗୀତା ପଣ୍ଡା, ତାପସ ବାଗ, ରଜନୀ ପ୍ରଭା ସେଠୀ, ସମସ୍ତ ଅଙ୍ଗନୱାଡି ଓ ଆଶା କର୍ମୀ ସହଯୋଗ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସାହାପୁର ପଞ୍ଚାୟତ ବିଭିନ୍ନ ବୁଥରେ ଏସ.ଆଇ.ଆର କାର୍ଯ୍ୟ ତଦାରଖ କରି ପରିଗଣନା ଫର୍ମ ବଣ୍ଟନ କଲେ ହିଞ୍ଜିଳି ବିଡ଼ିଓ

ମୋଟର ସାଇକେଲ ଦୁର୍ଘଟଣା ୩ ଯୁବକ ଗୁରୁତ୍ତର

masiha

ଶ୍ରୀ ରାମେଶ୍ୱର ମନ୍ଦିର ର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉପଲକ୍ଷେ ବିଶ୍ୱ ଶାନ୍ତି ମହାଯଜ୍ଞ ଏବଂ ଶିବ ବିବାହ 

masiha

Leave a Comment

error: Content is protected !!