ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଶ୍ରା ଥାନା ଅନ୍ତର୍ଗତ ସାରୁବାହାଲର ଢ଼ାବା ମାଲିକଙ୍କୁ ଗୁଳି କରି ସଶସ୍ତ୍ର ଡକାୟତି… ପୁଲିସ ର ତ୍ଵରିତ କାର୍ଯ୍ୟନୁଷ୍ଠାନ…

ବିଶ୍ରା ଥାନା ଅନ୍ତର୍ଗତ ସାରୁବାହାଲର ଢ଼ାବା ମାଲିକଙ୍କୁ ଗୁଳି କରି ସଶସ୍ତ୍ର ଡକାୟତି…

ପୁଲିସ ର ତ୍ଵରିତ କାର୍ଯ୍ୟନୁଷ୍ଠାନ…

ରାଉରକେଲା ୨୫/୪, ଗୁରୁବାର ୨୪ ତାରିଖ ରାତି ପ୍ରାୟ ୧୧ଟା ସମୟରେ, ବିଶ୍ରା ଥାନା ଅନ୍ତର୍ଗତ ସାରୁବାହଲରେ ଥିବା ଡୁଗୃ ଢାବାରୁ ଡକାୟତି କରିବାକୁ ୪ ଜଣ ବ୍ୟକ୍ତି ଆସି ବନ୍ଧୁକ ଓ ଛୁରୀ ଦେଖାଇ ଡକାୟତି କରିଥିଲେ। ସେମାନେ ସେଠାରୁ ୨୦ହଜାର ଟଙ୍କା ନେଇ ପଳାଇ ଯାଉଥିବା ସମୟରେ ଢାବା ମାଲିକ ପ୍ରତିବାଦ କରିବାରୁ ତାଙ୍କୁ ଡକାୟତମାନେ ଗୁଳି ଚଳାଇ ଆହତ କରିଥିଲେ। ଢାବା ମାଲିକଙ୍କ ଗୋଡରେ ଗୋଟିଏ ରାଉଣ୍ଡ ଗୁଳିବା ପରେ, ଢାବା ମାଲିକଙ୍କ ସ୍ତ୍ରୀ ପୋଲିସକୁ ଫୋନ୍ କରିଥିଲେ। ପୋଲିସ୍ ପହଞ୍ଚିବା ପୂର୍ବରୁ ଡକାୟତମାନେ ପଳାଇ ଯାଇଥିଲେ। 

      ଏହି ରିପୋର୍ଟ ଆଧାରରେ ବିଶ୍ରା ଥାନାରେ କେସ୍ ନମ୍ବର ୧୬୦/୨୫-୪-୨୦୨୫ ରୁଜୁ କରାଯିବା ସହ ବିଏନ୍ଏସର ଧାରା ୩୧୦(୨)/୩୧୧ ଏବଂ ୨୫/୨୭ ଆର୍ମସ୍ ଆକ୍ଟରେ ମାମଲା ପଞ୍ଜିକୃତ ହୋଇଥିଲା ଏବଂ ଏହି ଡକାୟତି ଘଟଣାରେ ବିଶ୍ରା ଥାନାର ଇନିସପେକ୍ଟର ଏମ୍ କୁମ୍ଭାର ମାମଲାର ତଦନ୍ତ କରିଥିଲେ।

   ବିଶ୍ରା ଥାନା ଅଧିକାରୀଙ୍କର ତ୍ୱରିତ, ନିର୍ଣ୍ଣାୟକ ଏବଂ ଚତୁର କାର୍ଯ୍ୟାନୁଷ୍ଠାନ ଯୋଗୁଁ, ଗୋଟିଏ ବାଇକରେ ଆସୁଥିବା ୪ ଜଣ ଯୁବକଙ୍କୁ ଅଟଇବାରୁ ସେମାନେ ପୋଲିସ୍ ଉପରକୁ ଗୁଳି ଚାଳନା କରିଥିଲେ। ଅଭିଯୁକ୍ତ ଏବଂ ପୋଲିସଙ୍କ ମଧ୍ଯରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଆତ୍ମରକ୍ଷା ପାଇଁ ପୋଲିସ ଦଳ ମଧ୍ୟ ଗୁଳି ଚଳାଇ ଦୁଇ ଜଣ ଅଭିଯୁକ୍ତଙ୍କୁ ଆହତ କରିଥିଲେ। ସେହି ଦୁଇ ଅଭିଯୁକ୍ତ ହେଲେ ବିଶ୍ରା ଥାନା ଜାତଟୋଲା ର ଉଡୁଶୁ ଗ୍ରାମର ବାଣେଶ୍ୱର ସିଂହ (୨୦) ପିତା – ଦେବା ନାରାୟଣ ସିଂହ ଏବଂ ଅଭିଯୁକ୍ତ ଶିବନାଥ ସିଂହ (୨୬) ପିତା- ପେଙ୍ଗୁ ସିଂହ ଙ୍କ ଗୋଡ଼ରେ ଗୁଳି ବାଜିଛି। ଅନ୍ଯ ଜଣେ ଅଭିଯୁକ୍ତ ଗାଡ଼ି ସହିତ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲା ବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି ଏବଂ ଅଧିକ ତଦନ୍ତ ଜାରି ରହିଛି ବୋଲି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସପି ନିତେଶ ୱାଧୱାନୀ ସୂଚନା ଦେଇଛନ୍ତି । 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଜଣା ବ୍ୟକ୍ତି ଙ୍କ ବ୍ୟଗରୁ ୨ ଲକ୍ଷ ୬୮ ହଜାର ୭ ସହ ୭୪ ଟଙ୍କା ସହ 19 ଗୋଟି ବିଦେଶୀ ମୁଦ୍ରl ଜନତ 

Sunil Chandra Nayak

ପ୍ରଧାନ ବିଚାରପତିଙ୍କୁ ଜୋତା ଫୋପାଡ଼ ଘଟଣାରେ ଏଫଆଇଆର ଦେଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

Sunil Chandra Nayak

ବୃଦ୍ଧ ଙ୍କ ଆତ୍ମହତ୍ୟା 

Leave a Comment

error: Content is protected !!