ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜ଼ିଲ୍ଲାପାଳ ଙ୍କ ବଡନାଳା ଜଲ ଭଣ୍ଡାର ପରିଦର୍ଶନ 

ରାୟଗଡା ଜ଼ିଲ୍ଲାପାଳ ଙ୍କ ବଡନାଳା ଜଲ ଭଣ୍ଡାର ପରିଦର୍ଶନ 

ପଦ୍ମପୁର ବ୍ଲକ, କେନ୍ଦୁଗୁଡା ଠାରେ ୯୩୦ ହେକ୍ଟର ଜଳ ଆୟତନ୍ନ ରେ ପରିବ୍ୟାପ୍ତ ବଡନାଳ ଜଳ ଭଣ୍ଡାର କୁ, ରାୟଗଡା ଜ଼ିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ପରିଦର୍ଶନ କରିବା ସହ, ସେଠାରେ ଥିବା – ମା ମଙ୍ଗଳା ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କୁ ବୁଲି ଦେଖିଥିଲେ। ଏହି ମତ୍ସ୍ୟ ସମବାୟ ସମିତି ରେ ସମୁଦାୟ 94 ଜଣ ସଦସ୍ୟ ସଦସ୍ୟା ରହିଛନ୍ତି ଏବଂ ଏହି ସମବାୟ ସମିତି ଟି ୧୬. ୦୭. ୨୦୦୧ ମସିହା ରୁ ବଡ଼ନାଳ ଜଳ ଭଣ୍ଡାର ରେ ମାଛ ଚାଷ କରିଆସୁଛନ୍ତି। ମାନନୀୟା ଜ଼ିଲ୍ଲାପାଳ, ରାୟଗଡା, ଏହି ଜଳ ଭଣ୍ଡାର ରେ ମିଳୁଥିବା, ମାଛ ଓ ଚିଙ୍ଗୁଡ଼ି ପ୍ରଜାତି, ଏଠାରେ ଛଡ଼ାଯାଉଥିବା ମାଛ ଓ ଚିଙ୍ଗୁଡ଼ି ଯାଆଁଳ ର ପରିମାଣ, ମାଛ ଧରିବା ପଦ୍ଧତି, ବିକ୍ରି – ବଟା ର ସୁବିଧା ଓ ଅସୁବିଧା ପଚାରି ବୁଝିଥିଲେ। ରାୟଗଡା ମତ୍ସ୍ୟ ବିଭାଗ ତରଫରୁ ମା ମଙ୍ଗଳା ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ର ସଦସ୍ୟ ସଦସ୍ୟା ମାନଙ୍କୁ ଯୋଗାଇଦିଆଯାଇଥିବା ଡ଼ଙ୍ଗା, ଜାଲ, ମୋଟର- ସାଇକେଲ ସହ ବରଫ ବାସ୍କ, ଇତ୍ୟାଦି ର କାର୍ଯ୍ୟକାରିତା ବିଷୟରେ ଜ଼ିଲ୍ଲାପାଳ ପଚାରି ବୁଝିଥିଲେ। ଶେଷରେ ଏଠାରେ ନୂତନ ଭାବେ ତିଆରି କରାଯାଇଥିବା ମତ୍ସ୍ୟ ଅବତରଣ କେନ୍ଦ୍ର ବୁଲି ଦେଖିଥିଲେ। ଏହି ଗସ୍ତ ସମୟରେ ପଞ୍ଚାୟତ ସମିତି ଅଧକ୍ଷା, ପଦ୍ମପୁର ଶ୍ରୀମତୀ ମଣିମାଳା ଶବର; ସରପଞ୍ଚ, କେନ୍ଦୁଗୁଡା ଶ୍ରୀମତୀ ସିଦ୍ଧେଶ୍ବରୀ ଶବର; ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ, ରାୟଗଡା ଶ୍ରୀ ଜ୍ଞାନ ରଞ୍ଜନ ସେଠି; ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଦ୍ମପୁର ଶ୍ରୀ ସ୍ୱସ୍ତିକ ଜମାଦାର; ସହକାରୀ ମତ୍ସ୍ୟ ଅଧିକାରୀ, ପଦ୍ମପୁର ଶ୍ରୀ ଅଶ୍ଵିନୀ କୁମାର ବିଶ୍ୱାଳ; ସହକାରୀ ମତ୍ସ୍ୟ ଅଧିକାରୀ, ମୁଖ୍ୟାଳୟ, ରାୟଗଡା ସୁଶ୍ରୀ ପ୍ରୀତିଶ ନନ୍ଦା ପଟନାୟକ ; ସହକାରୀ ଯନ୍ତ୍ରୀ; ବି. ପି. ସି, ପଦ୍ମପୁର ଏବଂ ମା ମଙ୍ଗଳା ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ୪୦ ରୁ ଉର୍ଧ୍ଵ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୋଣାର୍କ ବୈଷୟିକ ଶିକ୍ଷା କେନ୍ଦ୍ର ଠାରେ ଶିଳ୍ପ ଉଦ୍ୟୋଗୀ ତାଲିମ ପ୍ରଦାନ କାର୍ଯ୍ୟକ୍ରମ 

masiha

ନାମ ଲେଖା ନିମନ୍ତେ ସଚେତନତା ସଭା ଅନୁଷ୍ଠିତ

Sunil Chandra Nayak

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!