ମଧୁସୂଦନ ପାଠାଗାର ରେ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳିତ
କୁଳବୁଦ୍ଧ ଥିଲେ ସମବାୟ ଆନ୍ଦୋଳନ ର ପୁରୋଧା ଓ ସ୍ବାଭିମାନ ର ସୂର୍ଯ୍ୟ: ଶ୍ରୀ ରାଉତ
ରାଉରକେଲା: ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାର ଓ ଛେଣ୍ଡ ୱଲଫେୟାର କମିଟିର ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ୧୭୮ ତମ ଜୟନ୍ତୀ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାର ର ସଭାପତି ହରିହର ରାଉତରାୟଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବିଜୟ କୁମାର ବରାଳଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରଏମସି ର ସହ କମିଶନର ଅଜିତ କୁମାର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପରିବହନ ଅଧିକାରୀ ପର୍ଶୁରାମ ସାହୁ ମଧୁସୂଦନ ଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ମଧୁବାବୁଙ୍କ ଏକଶାସନାଧୀନ ସ୍ବତନ୍ତ୍ର ଓଡ଼ିଶା ଗଠନରେ ତାଙ୍କର ସାହିତ୍ୟ ପ୍ରେରଣା ଓ ସୁଚିନ୍ତିତ ଐତିହାସିକ ପଦକ୍ଷେପ ସମ୍ପର୍କରେ ଆଲୋଚନା
କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ ମଧୁସୂଦନ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ଏହା ସହ ତାଙ୍କର ସମବାୟ ଆନ୍ଦୋଳନ, ନାରୀ ଜାଗରଣ ରେ ଭୂମିକା, ସାହିତ୍ୟ, ଶିଳ୍ପନୀତି ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କୁ ସ୍ବାଭିମାନ ର ସୂର୍ଯ୍ୟ ବୋଲି ଅବହିତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ସାହୁ ମଧୁବାବୁଙ୍କ ଜୀବନୀ ଓ ଟ୍ରାଫିକ ନିୟମ ପାଳନ ତଥା ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ରାଉତରାୟ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସମ୍ପାଦକ ଶ୍ରୀ ବରାଳ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ମଧୁସୂଦନଙ୍କ ଜୀବନୀ ସମ୍ପର୍କରେ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟା ପଟେଲ, ସାଇ ସସ୍ମିତା ଜେନା,ଅସ୍ମିତ ଅନୁଭବ ପାଣି,ଦିବ୍ୟାଶୁଂ ବରାଳ ଦିବ୍ୟଲକ୍ଷ୍ମୀ ପଣ୍ଡା ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ରାଜକୁମାରୀ ଦେବୀ,ନମ୍ରତା ଡ଼୍ୟାନ୍ସ ଏକାଡେମୀ ଓ ଦିପମାଲା ଲାକ୍ରାଙ୍କୁ ମୁଦ୍ରା ମଞ୍ଜରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେହିପରି ସମାଜସେବା କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ପାଇଁ ଭରତ ବାଇ ଓ ବିଜୟ କୁମାର ଦାସ ଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପହଲଗାମ ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ କମିଟିର ସମ୍ପାଦକ ବ୍ରଜକିଶୋର ପାଣି ଅନୁଷ୍ଠାନ ସମ୍ପର୍କରେ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୱଲଫେୟାର କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ରବିନ୍ଦ୍ର କୁମାର ସରାଫ,ଡ ପ୍ରଭାକର ନାୟକ,ରାଖାଲ ମହାନ୍ତି, ସୂର୍ଯ୍ୟନାରାୟଣ ପଣ୍ଡା, ଅନିରୁଦ୍ଧ ମିଶ୍ର, ସଂଜୀବ ବେହେରା, ପରମେଶ୍ବର ମହାରଣା, ଯୋଗେଶ ପ୍ରଧାନ,ରବି ସିଂ, ରମେଶ ସିଂ, ପ୍ରବୋଧ ସାହୁ,ସୁବାସ ମହାପାତ୍ର, ଭୂପେନ ମହାପାତ୍ର, ଶ୍ରୀକାନ୍ତ ଷଡ଼ଙ୍ଗୀ ପ୍ରମୁଖ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

