ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିମଳ ବ୍ୟବସ୍ଥା ନେଇ ବସ୍ତିବାସିନ୍ଦାଙ୍କ ବି ଦି ଓ ଙ୍କୁ ଦାବିପତ୍ର ପ୍ରଦାନ

ପରିମଳ ବ୍ୟବସ୍ଥା ନେଇ ବସ୍ତିବାସିନ୍ଦାଙ୍କ ବି ଦି ଓ ଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର:(୨୯|୪)(ରବି ନାରାୟଣ ମହାନ୍ତି)ଦୀର୍ଘଦିନ ଧରି ସାହିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଥିବାରୁ ସାହି ପରିବେଶ ଦୂଷିତ ଅବସ୍ଥାରେ ରହିଛି। ସାହିରେ ରହୁଥିବା କିଛି ପରିବାରଙ୍କ ଘର ପରିସରରୁ ଦୈନନ୍ଦିନ ବ୍ୟବହାର କରୁଥିବା ଶୌଚ,ସ୍ନାନ ଓ ଲୁଗା ସଫା,ବାସନ ମଜା ଅସନା ପାଣି ଡ୍ରେନେଜ୍ ସୁବିଧା ନଥିବାରୁ ସି ସି ରାସ୍ତା ଉପରେ ବୋହୁଛି। ଯାହାଫଳରେ ବସ୍ତିବାସିନ୍ଦାଙ୍କ ଯାତାୟାତ ବେଳେ ସମସ୍ୟା ଦେଖାଯାଉଛି। ସ୍କୁଲ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଓ ଅଙ୍ଗନୱାଡ଼ି କୁ ଯାଉଥିବା ଶିଶୁ ମାନଙ୍କୁ ଅସନା ଦୂଷିତ ପାଣି ଉପରେ ଚାଲିବାକୁ ପଡୁଛି। ଝରିଗାଁ ପଞ୍ଚାୟତ ସଦର ସ୍ଥିତ ୬ ନଂ ୱାର୍ଡ ରେ ଦେଖିବାକୁ ମିଳିଛି ପରିମଳ ବିପର୍ଯ୍ୟସ୍ତ ଅବସ୍ଥା। ସଂକୀର୍ଣ୍ଣ ରାସ୍ତା କୁ ଡ୍ରେନେଜ୍ ବ୍ୟବସ୍ଥା ଅଭାବରେ ବର୍ଷା ଦିନେ ଶୋଚନୀୟ ହୋଇପଡୁଛି ସାହି ରାସ୍ତା। ବାରମ୍ବାର ଏହାର ପ୍ରତିକାର ପାଇଁ ପଞ୍ଚାୟତ ପ୍ରଶାସନ କୁ ଜଣାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ। ପରିମଳ ବ୍ୟବସ୍ଥା ପାଇଁ ପଞ୍ଚାୟତ ପାଣ୍ଠିରେ ଅର୍ଥ ନଥିବା କହିଛନ୍ତି ସରପଞ୍ଚ ଯୋଗେଶ୍ୱର ପୂଜାରୀ। ଏନେଇ ସରପଞ୍ଚ ଶ୍ରୀ ପୂଜାରୀ ଙ୍କ ସହ ୱାର୍ଡ ବାସୀ ଏକ ଦଳ ଆଜି ୬ ନଂ ୱାର୍ଡ ପରିମଳ ବ୍ୟବସ୍ଥା ତୁରନ୍ତ କରିବାକୁ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବିଡ଼ିଓ ଶ୍ରୀ ମାଝୀ ଅଭିଯୋଗ ଗ୍ରହଣ କରି ଆଇ ଟି ଡି ଏ ପକ୍ଷରୁ ପାଣ୍ଠି ମଂଜୁର କରିବାକୁ ପତ୍ର ଲେଖିବେ ବୋଲି କହିଛନ୍ତି।ବର୍ଷା ଋତୁ ଆରମ୍ଭ ପୂର୍ବରୁ ଡ୍ରେନେଜ ବ୍ୟବସ୍ଥା ଏବଂ ରାସ୍ତା ପୁନଃ ନିର୍ମାଣ କରିବାକୁ ବସ୍ତିବାସିନ୍ଦା ଙ୍କ ମଧ୍ୟରେ ତ୍ରିଲୋଚନ ନାୟକ, ପ୍ରସନ୍ନ ଦଳେଇ,ସିମାଞ୍ଚଳ ଭତରା, ଲଳିତା ଭତରା,ଜଗନ୍ନାଥ ନାୟକ,ବିମଳା ନାୟକ,ଚନ୍ଦ୍ର ଶେଖର ପାତ୍ର,ରାମସିଂ ଗୌଡ଼,ଶକୁନ୍ତଳା ନାୟକ,ପଦ୍ମାଳୟା ,ଜାନକୀ ଭତରା,ରଘୁନାଥ ଦାସ, ଦଶରଥ ନାୟକ, ଦୟମତି ମାଝୀ, କାର୍ତ୍ତିକ ପାତ୍ର ପ୍ରମୁଖ ଦାବୀପତ୍ର ପ୍ରଦାନ କରିଛନ୍ତି। ବସ୍ତିବାସୀଙ୍କ ଅଭିଯୋଗ ପ୍ରକାରେ ଅସନା ପାଣି ପ୍ରସଙ୍ଗରେ ସମ୍ପୃକ୍ତ ଘର ମାଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସେମାନେ ଗୁରୁତ୍ଵ ଦେଉନାହାନ୍ତି। ଯାହା ଫଳରେ ଆଗାମୀ ଦିନରେ ୱାର୍ଡ ମଧ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନହୁଏ ସେଥିପାଇଁ ଝରିଗାଁ ଥାନାରେ ଏକ ଲିଖିତ ଅଭିଯୋଗ ୱାର୍ଡ ବାସୀ ପ୍ରଦାନ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏଭଳି ଦୂଷିତ ପରିବେଶ ର ସମସ୍ଯା କେବେ ସୁଧୁରିବ ?

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମହିୟସୀ ମହିଳା ନନ୍ଦିନୀ ଶତପଥୀଙ୍କର ୧୭ତମ ଶ୍ରାଦ୍ଧ ଦିବସ ପାଳନ

Sunil Chandra Nayak

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୮ ତମ ଜନ୍ମ୍ ମହୋତ୍ସବ ପାଳିତ 

masiha

ଜିଲ୍ଲା ସ୍ତରିୟ ଭାରତ୍ତଳନ କ୍ରୀଡା କାର୍ଯ୍ୟକ୍ରମ ହୋଇଯାଇଛି

masiha

Leave a Comment

error: Content is protected !!