ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଲାରେ ମେଟ୍ରିକ୍ ଫଳାଫଳ ୯୭.୩୩ % ,  କୋରାପୁଟ ଜିଲ୍ଲା ରାଜ୍ୟରେ ସର୍ବନିମ୍ନ ପରୀକ୍ଷା ଫଳ , କୋରାପୁଟରେ ୯୨.୮୩ ପ୍ରତିଶତ

ରାୟଗଡା ଜିଲ୍ଲାରେ ମେଟ୍ରିକ୍ ଫଳାଫଳ ୯୭.୩୩ % , 

କୋରାପୁଟ ଜିଲ୍ଲା ରାଜ୍ୟରେ ସର୍ବନିମ୍ନ ପରୀକ୍ଷା ଫଳ , କୋରାପୁଟରେ ୯୨.୮୩ ପ୍ରତିଶତ

ରାୟଗଡା – ବାହାରିଲା ମେଟ୍ରିକ୍ ପରୀକ୍ଷା ଫଳ । ରାଜ୍ୟର ପରୀକ୍ଷା ଫଳ ୯୪.୯୩ ପ୍ରତିଶତ ଥିବା ବେଳେ ଏଥର ରାୟଗଡାରେ ପରୀକ୍ଷା ଫଳ ହୋଇଛି ୯୭.୩୩ ପ୍ରତିଶତ । ମାତ୍ର ୨୬୯ ପିଲା ଫେଲ ହୋଇଛନ୍ତି । ଜିଲ୍ଳାର ସର୍ବମୋଟ ୨୦୯ ଟି ବିଦ୍ୟାଳୟର ୧୦୨୯୪ଟି ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫାର୍ମ ଦାଖଲ କରିଥିଲେ। ପରୀକ୍ଷାରେ ୧୯୩ ଜଣ ଅନୁପସ୍ଥିତ ଥିଲେ । ଚଳିତ ବର୍ଷ ଜିଲ୍ଲାରେ ଝିଅ ଅପେକ୍ଷା ପୁଅ ବାଜିମାତ୍ କରିଛନ୍ତି। A ୧ ରେ ୩ ଜଣ, A୨ ରେ ୮୦ ଜଣ, B୧ ରେ ୪୨୩ ଜଣ, B୨ ରେ ୨୭୮୬, ସର୍ବାଧିକ ପରୀକ୍ଷାର୍ଥୀ C ଗ୍ରେଡରେ ପାସ କରିଛନ୍ତି । ମୋଟ ୪୨୭୬ C ଗ୍ରେଡ ରେ ଏଵଂ E ଗ୍ରେଡରେ ୧୨୬୯ ଜଣ ଏହିପରି ମୋଟ ୯୮୩୧ କୃତକାର୍ଯ୍ୟ ହୋଇଛନ୍ତି। ସେଥିରେ ଛାତ୍ର ଅଛନ୍ତି ୪୯୭୩ ଏବଂ ଛାତ୍ରୀ ଅଛନ୍ତି ୪୮୫୮ । ଜିଲ୍ଲାର କୌଣସି ବିଦ୍ୟାଳୟରେ ଶୂନ୍ୟ ଫଳାଫଳ ହୋଇନି । ଜିଲ୍ଲାରେ ଅପୂର୍ବ ସଫଳତା ପାଇଁ ଜିଲ୍ଲାପାଳ ପାରୁଲ ପଟୱାରି, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଜିଲ୍ଲା ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ନାହାକ ଓ କଲ୍ୟାଣ ବିଭାଗ ସିଆଇ ଶ୍ୟାମଘନ ଭୂୟାଁ କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ A୧, A୨ ଏବଂ A୩ ଗ୍ରେଡରେ କୃତକାର୍ଯ୍ୟ ହାର ବେଶ ନିରୁତ୍ସାଜନକ ରହିଛି । ଅପରପକ୍ଷେ କୋରାପୁଟ ଜିଲ୍ଲାର ପରୀକ୍ଷା ଫଳ ରାଜ୍ୟରେ ସର୍ବନିମ୍ନ ମାତ୍ର ୯୨.୮୩ ପ୍ରତିଶତ ରହିଛି। ମୋଟ ୨୭୪ ବିଦ୍ୟାଳୟର ୧୬୦୬୧ ପରୀକ୍ଷାର୍ଥୀ ଫର୍ମ ଦାଖଲ କରିଥିଲେ। ୧୮୫ ଜଣ ପରୀକ୍ଷା ଦେଇ ନାହାଁନ୍ତି । ଚଳିତ ବର୍ଷ ୭୪୧୬ ଜଣ ପୁଅ ଓ ୭୩୨୨ ଜଣ ଝିଅ ଏହିପରି ମୋଟ ୧୪୭୩୮ ଜଣ ପାସ ହୋଇଛନ୍ତି । ଜିଲ୍ଲାର ପରୀକ୍ଷା ଫଳ କାହିଁକି ଏଭଳି ଅଧୋଗତି ଘଟିଲା ତାର ଉପଯୁକ୍ତ ସମୀକ୍ଷା କରାଯିବ ବୋଲି ଜିଲ୍ଳାପାଳ ଭି କୀର୍ତ୍ତି ଭାସନ୍ କହିଛନ୍ତି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାୟଗଡ ଜିଲ୍ଲା ସ୍ତରୀୟ ୭୮ତମ ସ୍ବାଧୀନତା ଦିବସ ପାଳିତ  “ଅସ୍ମିତା ଏକ ଜାତିର ସ୍ୱାଭିମାନର ଆତ୍ମ ପରିଚୟ” -ମାନ୍ୟବର ମନ୍ତ୍ରୀ 

masiha

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟକୁ ନେଇ ସରପଞ୍ଚ ଏବଂ ୱାର୍ଡ ସଭ୍ୟଙ୍କୁ ତାଲା ଠୁଙ୍କିଲେ ୮ ୱାର୍ଡବାସୀ 

masiha

Leave a Comment

error: Content is protected !!